Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଜି 1962 ଫାର୍ମର୍ ଆପ୍ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ

National

ଆଜି 1962 ଫାର୍ମର୍ ଆପ୍ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·1 min read
ଆଜି 1962 ଫାର୍ମର୍ ଆପ୍ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଆଜି ୧୯୬୨ ଫାର୍ମର୍ ଆପ୍ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ଚାଷୀଙ୍କ ତଥ୍ୟ ଯେଭଳି ସରକାରଙ୍କ ନିକଟରେ ସଠିକ ଭାବେ ଉପଲବ୍ଧ ହେବ ସେନେଇ ପ୍ରୟାସ କରିଛନ୍ତି ମୋଦି ସରକାର । ଭାରତୀୟ ପଶୁଧନ ଡାଟାବେସ୍ ଅଧିନରେ ଏହି ଆପ ପ୍ରସ୍ତୁତ ହୋଇଛି । ନ୍ୟାସନାଲ ଡିଜିଟାଲ ଲାଇଭ୍ ଷ୍ଟକ୍ ମିଶନ ଅଧିନରେ ଏହି ଡାଟାବେସ୍ ପ୍ରସ୍ତୁତ କରାଯାଇଛି । 

ତେବେ ଆଜି ପଶ୍ଚିମବଙ୍ଗ ଓ ବିହାରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ୧୦ଟା ୩୦ରେ ପଶ୍ଚିମବଙ୍ଗର କୃଷ୍ଣା ନଗରରେ ୨୨ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହା ପରେ ଦିନ ୧୧ଟା ୧୫ରେ ଏକ ଜନସଭାକୁ ସମ୍ବୋଧିତ କରିବେ । ପରେ ଅପରାହ୍ନରେ ବିହାର ଗସ୍ତରେ ଯିବେ ପିଏମ ମୋଦି । 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିହାରର ଔରଙ୍ଗାବାଦରେ ୨୧ ହଜାର ୪୦୦ କୋଟି ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ବିହାରର ବେଗୁସରାଏରେ ମଧ୍ୟ ୧୩ ହଜାର ୪ ଶହ କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିନ୍ୟାସ କରିବେ ପିଏମ ମୋଦି । ଏହା ପରେ ୧୯୬୨ ଫାର୍ମର୍ ଆପ୍ ଲଞ୍ଚର କାର୍ଯ୍ୟକ୍ରମ ରହିଛି ।

Sponsored
PM to begin 2-day visit to Jharkhand, Bengal, Bihar today to launch many projects | Argus News