PM Awas Yojana Urban / ସହରାଞ୍ଚଳରେ ମିଳିବ ସବସିଡି ଭଡ଼ା ସହିତ ଶସ୍ତା ଘର ସୁବିଧା; ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ନିର୍ମିତ ହେବ Flats
·1 hour ago·2 min read

Key Points
କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ 2.0 ଅଧିନରେ ସୁଲଭ ଭଡା ଘର ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନା ପାଇଁ କିଏ ଯୋଗ୍ୟ ଏବଂ ହାଉସିଂ ସୋସାଇଟି ଠାରେ କେଉଁ ସୁବିଧା ଉପଲବ୍ଧ ହେବ ତାହା ଜାଣନ୍ତୁ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PM Awas Yojana Urban 2.0) ଅଧିନରେ ଲୋକଙ୍କୁ ମିଳିବ ସବସିଡି ଭଡ଼ା ସହିତ ଶସ୍ତା ଘର ସୁବିଧା। ମୋଦି ସରକାର ସହରରେ ରହୁଥିବା ଗରିବ ଏବଂ ନିମ୍ନ ଆୟକାରୀ ପରିବାର ପାଇଁ ଏକ ସୁଲଭ ଭଡା ଘର ଯୋଜନା ଦ୍ରୁତ ଗତିରେ କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାର ଲକ୍ଷ୍ୟ ହେଉଛି ଯେଉଁମାନେ କାମ ଖୋଜିବାକୁ ବଡ଼ ସହରକୁ ସ୍ଥାନାନ୍ତରିତ ହୋଇଥାନ୍ତି କିନ୍ତୁ ଅଧିକ ଭଡା କିମ୍ବା ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ସ୍ଥାୟୀ ଘର କିଣି ପାରନ୍ତି ନାହିଁ ସେମାନଙ୍କ ପାଇଁ ଏକ ଉନ୍ନତ ଜୀବନଶୈଳୀ ଏବଂ ସୁରକ୍ଷିତ ଘର ଯୋଗାଇବା। ଏହି ଯୋଜନା ବିଶେଷ ଭାବରେ ପ୍ରବାସୀ ଏବଂ ଦିନ ମଜୁରିଆଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଛି। ଯେଉଁମାନେ ସହରରେ ଆର୍ଥିକ କାର୍ଯ୍ୟକଳାପରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାନ୍ତି, ହେଲେ କମ ଆୟ ଯୋଗୁଁ ସୁରକ୍ଷିତ ଭଡ଼ା ଘର ନେଇପାରନ୍ତି ନାହିଁ।
କେଉଁମାନେ ପାଇବେ ଏହି ଯୋଜନାର ଲାଭ
ଆର୍ଥିକ ଭାବରେ ଦୁର୍ବଳ ବର୍ଗ ଏବଂ ନିମ୍ନ ଆୟକାରୀ ପରିବାର
ଯେଉଁମାନେ ଅନ୍ୟ ରାଜ୍ୟ, ସହର କିମ୍ବା ଗ୍ରାମରୁ ନିଯୁକ୍ତି ଖୋଜିବାକୁ ସ୍ଥାନାନ୍ତରିତ ହୋଇଛନ୍ତି
ଶିଳ୍ପ କ୍ଷେତ୍ର ଏବଂ ନିର୍ମାଣ ସ୍ଥାନରେ କାମ କରୁଥିବା ଶ୍ରମିକ
ବୁଲା ବିକାଳୀ, ଅଟୋ-ରିକ୍ସା ଚାଳକ ଏବଂ ଘରୋଇ ସହାୟକ
ସହରାଞ୍ଚଳରେ କାମ କରୁଥିବା କିମ୍ବା ଛୋଟ ବ୍ୟବସାୟ ଚଳାଉଥିବା ମହିଳା ଏବଂ ଠିକା ଶ୍ରମିକ
ଏହା ସହ ପଢନ୍ତ: ବିଶ୍ୱ ବ୍ୟବହାର କରିବ 'ମେଡ୍ ଇନ୍ ଇଣ୍ଡିଆ' ମୋବାଇଲ୍ ଫୋନ୍; ଘୋଷଣା ହେଲା ସବୁଠାରୁ ବଡ଼ ଯୋଜନା
ଯୋଜନା ପାଇଁ ଯୋଗ୍ୟତା ମାନଦଣ୍ଡ
ଆବେଦକ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କର ଦେଶର କୌଣସି ସ୍ଥାନରେ ସ୍ଥାୟୀ ଘର ନଥିବା ଆବଶ୍ୟକ
ଆବେଦକଙ୍କ ପାଖରେ ଏକ ବୈଧ ଆଧାର କାର୍ଡ ଥିବା ଆବଶ୍ୟକ
ଆବେଦକଙ୍କ ପରିବାର ବିଗତ ୨୦ ବର୍ଷ ମଧ୍ୟରେ ଅନ୍ୟ କୌଣସି କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଆବାସ ଯୋଜନାରୁ ଉପକୃତ ହୋଇ ନଥିବା ଆବଶ୍ୟକ
ମିଳିବ ଏହି ଅତ୍ୟାଧୁନିକ ସୁବିଧା
ସରକାର କେବଳ ଘର ଭଡା ନେବେ ନାହିଁ ବରଂ ଏହି ଆବାସିକ ପରିସରରେ ଦୈନନ୍ଦିନ ଜୀବନଯାପନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ମଧ୍ୟ ବିକଶିତ କରିବେ। ଏଠାରେ ୨୪ ଘଣ୍ଟା ଜଳ ଯୋଗାଣ, ସ୍ୱେରେଜ ଏବଂ ଡ୍ରେନେଜ୍ ବ୍ୟବସ୍ଥା ଏବଂ ଏକ ସ୍ୱଚ୍ଛ ପରିବେଶ ଅନ୍ତର୍ଭୂକ୍ତ ହେବ। ଏହା ସହିତ, ଏହି ଆବାସିକ ପରିସରରେ ପକ୍କା ରାସ୍ତା, ଷ୍ଟ୍ରିଟଲାଇଟ୍, ଏକ ସାମୁଦାୟିକ କେନ୍ଦ୍ର, ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିବ। ଦୈନନ୍ଦିନ ଆବଶ୍ୟକତା କ୍ରୟ ପାଇଁ ପରିସର ମଧ୍ୟରେ ଛୋଟ ଦୋକାନ ଏବଂ ବାଣିଜ୍ୟିକ କାର୍ଯ୍ୟକଳାପ ପାଇଁ ମଧ୍ୟ ବ୍ୟବସ୍ଥା ରହିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଦେଶର ସମସ୍ତ ମେଟ୍ରୋ ସେବା ଲାଗି ବ୍ୟବହୃତ ହେବ NCMC କାର୍ଡ଼
PPP Model ଅଧିନରେ ହେବ ଗୃହ ନିର୍ମାଣ
ସୁଗମ ଭଡ଼ା ଘର ଯୋଜନା ଦୁଇଟି ପ୍ରମୁଖ ଉପାୟରେ କାର୍ଯ୍ୟକାରୀ କରାଯିବ। ପ୍ରଥମ ହେଉଛି ସରକାରୀ-ଘରୋଇ ସହଭାଗୀତା (Public–Private Partnership) ମଡେଲ୍ ମାଧ୍ୟମରେ ବିଦ୍ୟମାନ ସରକାରୀ ବାସଗୃହକୁ ସୁଲଭ ଭଡ଼ା ଘରରେ (Affordable Rental Housing) ପରିଣତ କରିବା। ଦ୍ୱିତୀୟ ପଦ୍ଧତି ହେଉଛି ଘରୋଇ କିମ୍ବା ସରକାରୀ ସଂସ୍ଥାକୁ ନିଜସ୍ୱ ଜମିରେ ଭଡା ଘର ନିର୍ମାଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ କରିବା ଦାୟିତ୍ୱ ପ୍ରଦାନ କରାଯିବ।

Related Topics
Explore more stories