Videos
|
National

ଚୀନରେ ବ୍ୟାପୁଛି ନିମୋନିଆ, ସତର୍କ କରିଲା କେନ୍ଦ୍ର

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଚୀନରେ ବ୍ୟାପୁଛି ନିମୋନିଆ, ସତର୍କ କରିଲା କେନ୍ଦ୍ର

ଅର୍ଗସ ବ୍ୟୁରୋ : ଚୀନରେ ପିଲାଙ୍କ ଠାରେ ନିମୋନିଆ ବ୍ୟାପିବା ପରେ ଭାରତ ସରକାର ସତର୍କ ହୋଇଛନ୍ତି। ଏ ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସଚେତନ କରାଇଛନ୍ତି। ଶ୍ବାସପ୍ରଶ୍ବାସ ସଂକ୍ରାନ୍ତ ରୋଗକୁ ପ୍ରତିହତ କରିବା ବିରୋଧରେ କି ପ୍ରକାର ଭିତ୍ତିଭୂମି ରହିଛି ତାହାର ପ୍ରସ୍ତୁତି ସମୀକ୍ଷା କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରବିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ପ୍ରସ୍ତୁତିର ସମୀକ୍ଷା କରିବା ଲାଗି କୁହାଯାଇଛି। କେନ୍ଦ୍ର ସରକାର ମଧ୍ୟ ଏହା ଉପରେ ନଜର ରଖିଛନ୍ତି। ଏହାକୁ ନେଇ ଭୟ କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି। କୋଭିଡ-୧୯ ପରିପ୍ରେକ୍ଷୀରେ ସଂଶୋଧିତ ନିରୀକ୍ଷଣ ରଣନୀତି ପାଇଁ ପରିଚାଳନା ମାର୍ଗଦର୍ଶିକା କାର୍ଯ୍ୟକାରିତା ସଂପର୍କରେ ଏଥିରେ କୁହାଯାଇଛି। ଉଭୟ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ମଜଭୁତ କରିବା ଲାଗି ଏଥିରେ ଲକ୍ଷ୍ୟ ରଖାଯାଇଛି। ।

ଅଧିକ ପଢନ୍ତୁ ଭାରତ ଖବର

ଡାକ୍ତରଖାନାରେ ଶଯ୍ୟା, ଇନଫ୍ଳୁଏଞ୍ଜା ପାଇଁ ଔଷଧ ଓ ଟିକା, ମେଡିକାଲ ଅକ୍ସିଜେନ, ଆଣ୍ଟିବାୟୋଟିକ, ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ, ଟେଷ୍ଟିଂ କିଟ୍‌ ଏବଂ ରିଏଜେଣ୍ଟ୍‌ସ, ଅକ୍ସିଜେନ୍ ପ୍ଲାଣ୍ଟ୍ ଏବଂ ଭେଣ୍ଟିଲେଟରର କାର୍ଯ୍ୟକାରିତା ଏବଂ ସଂକ୍ରମଣ ନିୟନ୍ତ୍ରଣ ଅଭ୍ୟାସ ଆଦିର ଅନୁଧ୍ୟାନ କରିବା ଲାଗି ଏଥିରେ କୁହାଯାଇଛି। ସିଭିଅର ଆକ୍ୟୁଟ ରେସପେରୋଟୋରି ସିଣ୍ଡ୍ରୋମ (ଏସ୍‌ଏଆର୍‌ଆଇ)ରେ ପୀଡ଼ିତ ରୋଗୀ, ବିଶେଷକରି ଶିଶୁ ଏବଂ କିଶୋରମାନଙ୍କ ନାକ ଏବଂ ଗଳାର ସ୍ବାବ୍‌ ସଂଗ୍ରହ କରି ଏହାକୁ ଭୂତାଣୁ ଗବେଷଣା ଓ ନିଦାନ ପରୀକ୍ଷାଗାରକୁ ପଠାଇବା ଲାଗି ରାଜ୍ୟ ସରକାରମାନଙ୍କୁ କୁହାଯାଇଛି। ଗତ ସପ୍ତାହରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ବ୍ୟକ୍ତ କରିଥିଲା ଏବଂ ଚୀନ ଠାରୁ ଅଧିକ ସୂଚନା ପାଇବା ଲାଗି ଅନୁରୋଧ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Pneumonia is spreading in China, warned the center | Argus News