Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟିକାରୁ ମିଳିଲା ପୋଲିଓ ଭୂତାଣୁ; ଏବେ ଲକ୍ଷାଧିକ ଛୁଆଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବ ୧୬୦ଟି ଟିମ୍

National

Polio Virus Detected / ଟିକାରୁ ମିଳିଲା ପୋଲିଓ ଭୂତାଣୁ; ଏବେ ଲକ୍ଷାଧିକ ଛୁଆଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବ ୧୬୦ଟି ଟିମ୍

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଟିକାରୁ ମିଳିଲା ପୋଲିଓ ଭୂତାଣୁ; ଏବେ ଲକ୍ଷାଧିକ ଛୁଆଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବ ୧୬୦ଟି ଟିମ୍
Massive Child Health Survey Launched

Key Points

ଗାଜିଆବାଦରେ VDPV Type-1 ପୋଲିଓ ଭୂତାଣୁର ଏକ ମାମଲା ମିଳିଛି । ଯାହା ପରେ ସ୍ଵାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି । ଭ୍ୟାକ୍ସିନ୍ ବା ଟିକାରୁ ପୋଲିଓ ଭୂତାଣୁ ମିଳିବା ପରେ ସ୍ଵାସ୍ଥ୍ୟ ବିଭାଗ ଗାଜିଆବାଦରେ ୧୬୦ଟି ଟିମ୍ ପ୍ରସ୍ତୁତ କରିଛି ।
ନୂଆଦିଲ୍ଲୀ: ଶିଶୁ ବା ଛୁଆଙ୍କୁ ରୋଗ ପ୍ରତିଷେଧକ ଭାବେ ଟିକା ଦିଆଯାଇଥାଏ । କିନ୍ତୁ ସେହି ଟିକାରୁ ଯେବେ ଭୂତାଣୁ ମିଳେ ସେବେ ମନରେ ଛନକା ପଶେ, ଚିନ୍ତା ବଢ଼ିଯାଏ । ଏବେ ସେଭଳି ଘଟିଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀକୁ ଲାଗି ରହିଥିବା ଗାଜିଆବାଦରେ ।

ରିପୋର୍ଟ ଅନୁସାରେ, ଗାଜିଆବାଦରେ VDPV Type-1 ପୋଲିଓ ଭୂତାଣୁର ଏକ ମାମଲା ମିଳିଛି । ଯାହା ପରେ ସ୍ଵାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି । ଭ୍ୟାକ୍ସିନ୍ ବା ଟିକାରୁ ପୋଲିଓ ଭୂତାଣୁ ମିଳିବା ପରେ ସ୍ଵାସ୍ଥ୍ୟ ବିଭାଗ ଗାଜିଆବାଦରେ ୧୬୦ଟି ଟିମ୍ ପ୍ରସ୍ତୁତ କରିଛି । ଏହି ଟିମ୍ ୧୨ଟି ଅଞ୍ଚଳକୁ ଯାଇ ସେଠାରେ ୫ ବର୍ଷରୁ କମ୍ ବୟସ୍କଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବ ।

ଏଥିସହ ପଢ଼ନ୍ତୁ: ସୁପର୍ ଗର୍ଲ ଚାରୁ ପାଣ୍ଡେ; SSCରୁ ନେଇ ବ୍ୟାଙ୍କ, ରେଲୱେ ନିଯୁକ୍ତି ପରୀକ୍ଷା… ସବୁଠି ସଫଳ 

ଲକ୍ଷେ ଛୁଆଙ୍କୁ ନେଇ ହେବ ସର୍ଭେ

ସ୍ଵାସ୍ଥ୍ୟ ବିଭାଗ ଅନୁସାରେ, ଏହି ଟେଷ୍ଟରେ ପ୍ରାୟ ୧ ଲକ୍ଷ ଛୁଆଙ୍କର ଯାଞ୍ଚ କରାଯିବ । ସେମାନଙ୍କ ଠାରେ ଏହି ଭୂତାଣୁର ଲକ୍ଷଣ ଅଛି ନା ନାହିଁ ପରୀକ୍ଷା କରାଯିବ । ଏବେ ସୁଦ୍ଧା ଗାଜିଆବାଦରେ ଏହି ଭୂତାଣୁ ସହ ଜଡ଼ିତ ଲକ୍ଷଣ କୌଣସି ଛୁଆଙ୍କ ଠାରେ ଦେଖିବାକୁ ମିଳି ନାହିଁ ।

ଗାଜିଆବାଦ ସିଏମ୍ଓ ଡ. ସଚିନ କହିଛନ୍ତି, "ଜିଲ୍ଲାର ଡୁଣ୍ଡହେଡ଼ା ଏସଟିପିରେ ନମୁନା ଯାଞ୍ଚବେଳେ ଭ୍ୟାକ୍ସିନ୍‌ରୁ ପୋଲିଓ ଭାଇରସ୍-୧ ମିଳିଛି ।" ଏହି ଯାଞ୍ଚ ରିପୋର୍ଟ ଆସିବା ପରେ ୧୨ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ୧୬୦ଟି ଟିମ୍ ଗଠନ ହୋଇଛି । ଯେଉଁମାନେ ଘରକୁ ଘର ଯାଇ ପିଲାଙ୍କୁ ପୋଲିଓ ଡ୍ରପ୍ ଦେବେ । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ପୋଲିଓ ମୁକ୍ତ ଅଭିଯାନକୁ ଏକ ଝଟ୍‌କା ଲାଗିଛି ।

ଏଥିସହ ପଢ଼ନ୍ତୁ: ଗ୍ୟାସ ଉପରେ ଫଏଲ ରଖୁଛନ୍ତି ? ହୋଇପାରେ ବଡ଼ କ୍ଷତି 

ରାଜ୍ୟ ସରକାରଙ୍କ ଟିମ୍ ସର୍ଭେ କରୁଛି । ପମ୍ପିଂ ଷ୍ଟେସନର ସ୍ଵିୱେଜରେ ପୋଲିଓ ଭୂତାଣୁ ମିଳିଥିବା ଜଣାପଡ଼ିଛି । ତେବେ ଏହାକୁ ନେଇ ଚିନ୍ତିତ ହେବା ଦରକାର ନାହିଁ ବୋଲି କହିଛନ୍ତି ଗାଜିଆବାଦ ସିଏମ୍ଓ ଡ. ସଚିନ ।

ଏହା ଭ୍ୟାକ୍ସିନ୍ ଡ୍ରାଇଭ୍ ଭାଇରସ୍ ଅଟେ । ଏହାଦ୍ଵାରା କୌଣସି ପ୍ରକାର କ୍ଷତିର ଆଶଙ୍କା ନଥିବା ସେ କହିଛନ୍ତି । ଗତବର୍ଷ ବାରଣାସୀ ଜିଲ୍ଲାରେ ସମାନ ମାମଲା ଆସିଥିଲେ । ଏହା ପୂର୍ବରୁ ମେଘାଳୟରେ ମଧ୍ୟ ସମାନ ଭୂତାଣୁ ମିଳିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored