Failures to Success / ସୁପର୍ ଗର୍ଲ ଚାରୁ ପାଣ୍ଡେ; SSCରୁ ନେଇ ବ୍ୟାଙ୍କ, ରେଲୱେ ନିଯୁକ୍ତି ପରୀକ୍ଷା… ସବୁଠି ସଫଳ
·9 hours ago·2 min read

Key Points
SSC, ବ୍ୟାଙ୍କିଂ, ରେଲୱେ ଓ ପୋଲିସ ସମେତ ମୋଟ ୧୯ଟି ସରକାରୀ ନିଯୁକ୍ତି ପରୀକ୍ଷାରେ ଚାରୁ ଉତ୍ତୀର୍ଣ୍ଣ ହୋଇ ଏକେ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି । ଚାରୁ ପାଣ୍ଡେଙ୍କୁ ଗୋଲ୍ଡ ମେଡାଲ୍ ଦେଇ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ।
ରାୟପୁର: ପ୍ରଚେଷ୍ଟା କରିବା ଲୋକ କେବେ ହାରେ ନାହିଁ । ଏହି ପଂକ୍ତିକୁ ବାସ୍ତବ ଜୀବନରେ ସତ ପ୍ରମାଣିତ କରି ଦେଖାଇଛନ୍ତି ଛତିଶଗଡ଼ର ଚାରୁ ପାଣ୍ଡେ । ମାତ୍ର ୨୩ ବର୍ଷ ବୟସରେ ଚାରୁ ଯାହା କରି ଦେଖାଇଛନ୍ତି, ସେହି ସ୍ଵପ୍ନ ଦେଖିଥାନ୍ତି ଲକ୍ଷ ଲକ୍ଷ ବିଦ୍ୟାର୍ଥୀ ।
SSC, ବ୍ୟାଙ୍କିଂ, ରେଲୱେ ଓ ପୋଲିସ ସମେତ ମୋଟ ୧୯ଟି ସରକାରୀ ନିଯୁକ୍ତି ପରୀକ୍ଷାରେ ଚାରୁ ଉତ୍ତୀର୍ଣ୍ଣ ହୋଇ ଏକେ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କର ଏହି ଅସାଧାରଣ ଉପଲବ୍ଧି ପାଇଁ ସ୍ଵାଧୀନତା ଦିବସ ସମାରୋହରେ ଚାରୁ ପାଣ୍ଡେଙ୍କୁ ଗୋଲ୍ଡ ମେଡାଲ୍ ଦେଇ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଏଥିସହ ପଢ଼ନ୍ତୁ: ବିଶ୍ୱର ୩ଟି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟକୁ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମଞ୍ଜୁରୀ
ଛତିଶଗଡ଼ ରାୟପୁର ଜିଲ୍ଲାର ନିଲଦା-ନେବରାର ଚାରୁ ପାଣ୍ଡେ ଆଜି ଲକ୍ଷ ଲକ୍ଷ ଯୁବକ-ଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଚାରୁଙ୍କ ସଫଳତା ଦର୍ଶାଉଛି ଦୃଢ଼ ସଂକଳ୍ପ, ପରିଶ୍ରମ ଓ ସଠିକ୍ ରଣନୀତି ଦ୍ଵାରା କୌଣସି ବି ଲକ୍ଷ୍ୟକୁ ହାସଲ୍ କରିବା ସମ୍ଭବ ଅଟେ ।
ଛୋଟ ସହରରୁ ବଡ଼ ସ୍ଵପ୍ନର ଯାତ୍ରା
ନିଲଦା-ନେବରାରେ ପ୍ରଥମେ ପାଠ ପଢ଼ିଥିଲେ ଚାରୁ ପାଣ୍ଡେ । ଏହାପରେ ସେ ଦୁର୍ଗ ସ୍ଥିତ ହେମଚନ୍ଦ ଯାଦବ ବିଶ୍ଵବିଦ୍ୟାଳୟରେ ଗଣିତରେ ବିଏସ୍ସି ଡିଗ୍ରୀ ହାସଲ କରିଥିଲେ । ପଢ଼ିବା ସମୟରେ କମ୍ପିଟିଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ । ଏବେ ସେ ଚେନ୍ନା ସ୍ଥିତ CAG ଅଫିସ୍ରେ ସହାୟକ ଅଡିଟ୍ ଅଫିସର୍ ଭାବେ କାର୍ଯ୍ୟ କରୁଛନ୍ତି । ଏବେ ତାଙ୍କ ଉପଲବ୍ଧିରଚର୍ଚ୍ଚା କେବଳ ଛତିଶଗଡ଼ରେ ସୀମିତ ନାହିଁ, ବରଂ ସାରା ଦେଶରେ ହେଉଛି ।
କେଉଁ କେଉଁ ପରୀକ୍ଷାରେ କୃତକାର୍ଯ୍ୟ
ଚାରୁ ପାଣ୍ଡେ SSCର ପ୍ରମୁଖ ପରୀକ୍ଷା SSC CGL, SSC CHSL, SSC MTS, SSC GD ଓ SSC CPO ପରୀକ୍ଷାରେ ସଫଳତା ପାଇଛନ୍ତି । ଏଥିସହ IBPS PO, IBPS Clerk, SBI PO, ଓ SBI Clerk ଭଳି ବ୍ୟାଙ୍କିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ରେଲୱେ ଭର୍ତ୍ତି ବୋର୍ଡର NTPC ଓ ଗ୍ରୁପ୍ ଡି ପରୀକ୍ଷାରେ ପାସ୍ କରିଛନ୍ତି । ପୋଲିସ ସେବାରେ ଦିଲ୍ଲୀ ପୋଲିସ, ଛତିଶଗଡ଼ ସବ୍-ଇନ୍ସପେକ୍ଟର, ପରିବହନ ଏସ୍ ଆଦି ପରୀକ୍ଷାରେ ପାଇଛନ୍ତି ଫଳତା । ଏଥିସହ CG NHM ଭଳି ପରୀକ୍ଷାରେ ଭଲ ପ୍ରଦର୍ଶନ କରିଛନ୍ତି ।
ଅସଫଳତାରୁ ସଫଳତାର ସିଢ଼ି
ଚାରୁଙ୍କ ପାଇଁ ଏହି ଯାତ୍ରା ଏତେ ସହଜ ନଥିଲା । ପ୍ରଥମେ ସେ ଅନେକଥର ଅସଫଳ ହୋଇଥିଲେ, ହେଲେ ଧୈର୍ଯ୍ୟ ହରାଇ ନଥିଲେ । ହାର୍ ମାନିବା ବଦଳରେ ଚାରୁ ନିଜ ଦୁର୍ବଳତାକୁ ଖୋଜି, ସେଥିରେ ସୁଧାର ଆଣିଥିଲେ ।
ଏଥିସହ ପଢ଼ନ୍ତୁ: ୧୦ ଦିନ ବ୍ୟାଗ୍ ଲେସ ବ୍ୟବସ୍ଥା: ଚିନ୍ତା ମୁକ୍ତ ଏବଂ ପ୍ରାକ୍ଟିକାଲ ପାଠପଢା ଉପରେ ଗୁରୁତ୍ଵ
ଚାରୁଙ୍କ ସଫଳତାର ମନ୍ତ୍ର
ଚାରୁ ପାଣ୍ଡେଙ୍କ ଅନୁସାରେ, ସେ ବିଷୟ ଅନୁସାରେ ରଣନୀତି ପ୍ରସ୍ତୁତ କରୁଥିଲେ । ନିୟମିତ ମକ୍ ଟେଷ୍ଟ ଓ ସ୍ଵ-ମୂଲ୍ଯାୟନ କରୁଥିଲେ । ପ୍ରତିଟି ପରୀକ୍ଷା ପରେ ସେ କରିଥିବା ଭୁଲ୍ର ବିଶ୍ଲେଷଣ କରିବା ସହ ଆଗାମୀ ପରୀକ୍ଷାରେ ତାହାକୁ ସୁଧାରିବା ପାଇଁ ପ୍ରୟାସ କରୁଥିଲେ । ତାଙ୍କ ଅନୁସାରେ, ସମୟକୁ ଠିକ୍ ଭାବେ ଉପଯୋଗ କରିବା ଏବଂ ପ୍ରଚେଷ୍ଟ କରିବା ଦ୍ଵାରା ସଫଳତା ମିଳିଥାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories