Salman Khan Angry / କ୍ୟାମେରାମ୍ୟାନଙ୍କ ଉପରେ ରାଗିକି ଚିଲେଇଲେ ସଲମାନ୍ ! ଜାଣନ୍ତୁ କାହିଁଙ୍କି?

Key Points
କ୍ୟାମେରାମ୍ୟାନଙ୍କ ଉପରେ ରାଗିକି ଚିଲେଇଲେ
ବିଗ ବସ୍ ୨୦ର ସୁଟିଂ ସେଟରେ ହଠାତ ରାଗିଗଳେ ସଲମାନ
‘ବାବା’ ଡାକିବାରୁ ରାଗିଗଲେ ସଲମାନ
ଭାଇରାଲ ଭିଡିଓରେ ସଲମାନ ଖାନ କ୍ୟାମେରାମ୍ୟାନଙ୍କ କଥାରେ ବିରକ୍ତ ହୋଇଥିବା ଦେଖାଯାଉଛି। ‘ବାବା’ ବୋଲି ଡାକିବା ପରେ ସଲମାନ ଏହାକୁ ନେଇ ଆପତ୍ତି ଜଣାଇଥିବା କୁହାଯାଉଛି। ସେ ଙ୍କୁ କ୍ୟାମେରାମ୍ୟାନଙ୍କ ଏଭଳି ଡାକିବା ଠିକ୍ ନୁହେଁ ବୋଲି କହିଥିବା ଭିଡିଓରେ ଶୁଣିବାକୁ ମିଳୁଛି।
କେବଳ ‘ବାବା’ ଡାକିବା ନୁହେଁ,କ୍ୟାମେରାମ୍ୟାନଙ୍କ ପକ୍ଷରୁ ବାରମ୍ବାର ଫଟୋ ପାଇଁ ଅନୁରୋଧ କରାଯିବା ମଧ୍ୟ ଅଭିନେତାଙ୍କୁ ବିରକ୍ତ କରିଥିବା ଦେଖାଯାଇଛି। ସଲମାନଙ୍କ ଏହି ରାଗୀ ଅନ୍ଦାଜ ଦେଖି ସେଠାରେ ଉପସ୍ଥିତ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।
ନୂଆ ଲୁକ୍ରେ ନଜର ଆସିଲେ ଭାଇଜାନ୍
‘ବିଗ୍ ବସ୍ ୨୦’ର ପ୍ରିମିୟରକୁ ନେଇ ସଲମାନ ମଧ୍ୟ ଉତ୍ସାହିତ ଥିବା ଦେଖାଯାଉଛି। ସେ ନିଜ ସୋସିଆଲ ମିଡିଆରେ ବିଗ୍ ବସ୍ ଷ୍ଟେଜ୍ର କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ସେ ଏକ ଷ୍ଟାଇଲିଶ୍ ଲୁକ୍ରେ ନଜର ଆସିଛନ୍ତି। ସଲମାନ ଜିନ୍ସ ସହିତ ୱେଷ୍ଟକୋଟ୍ ଏବଂ ଟାଇଟ୍-ଫିଟିଂ ଟି-ସାର୍ଟ ପିନ୍ଧିଥିବା ବେଳେ ମୁଣ୍ଡରେ ଟୋପି ପିନ୍ଧି ନିଜ ଲୁକ୍କୁ ସମ୍ପୂର୍ଣ୍ଣ କରିଛନ୍ତି। ତାଙ୍କ ଏହି ଡ୍ୟାସିଂ ଅବତାରକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରୁଛନ୍ତି। ବୟସ ୬୦ ଛୁଇଁଥିଲେ ମଧ୍ୟ ସଲମାନଙ୍କ ଫିଟନେସ୍ ଓ ଷ୍ଟାଇଲ୍କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ କମିନାହିଁ।
ପଢନ୍ତୁ ଏହି ଖବର: ଏବେ ଅନୁତାପ କରୁଛନ୍ତି କରୀନା କପୁର୍ ଖାନ୍ ,ଜାଣନ୍ତୁ କାହିଁଙ୍କି?
‘ବିଗ୍ ବସ୍ ୨୦’ ପାଇଁ କେତେ ଟଙ୍କା ନେବେ ସଲମାନ?
‘ବିଗ୍ ବସ୍’ର ନୂଆ ସିଜିନ୍କୁ ନେଇ ଆଉ ଏକ ଖବର ଏବେ ଚର୍ଚ୍ଚାରେ ରହିଛି। ରିପୋର୍ଟ ଅନୁସାରେ, ‘ବିଗ୍ ବସ୍ ୨୦’ର ସମ୍ପୂର୍ଣ୍ଣ ସିଜିନ୍ ହୋଷ୍ଟ କରିବା ପାଇଁ ସଲମାନ ଖାନଙ୍କୁ ପ୍ରାୟ ୧୨୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଥିବା ଚର୍ଚ୍ଚା ହେଉଛି। ତେବେ ତାଙ୍କ ପ୍ରକୃତ ଫିସ୍ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ନାର୍ହି। ସଲମାନ ଖାନ ଦୀର୍ଘ ସମୟ ଧରି ‘ବିଗ୍ ବସ୍’ର ମୁଖ୍ୟ ଆକର୍ଷଣ ହୋଇ ରହିଆସିଛନ୍ତି। ପ୍ରତି ସିଜିନ୍ରେ ତାଙ୍କ ହୋଷ୍ଟିଂ ଷ୍ଟାଇଲ୍, ପ୍ରତିଯୋଗୀଙ୍କ ସହ ଆଲୋଚନା ଏବଂ ‘ୱିକେଣ୍ଡ କା ୱାର୍’ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ।
କାଲି ଠାରୁ ଆରମ୍ଭ ହେବ ଶୋ’
ଆସନ୍ତା କାଲି ଠାରୁ ଆରମ୍ଭ ହେବ ‘ବିଗ୍ ବସ୍ ୨୦’। ଏହି ଶୋ’କୁ ନେଇ ଦର୍ଶକଙ୍କ ଉତ୍ସାହ ଏବେ ଶୀର୍ଷରେ ପହଞ୍ଚିଛି। କିଏ କିଏ ଏହି ସିଜିନ୍ରେ ଘରକୁ ପ୍ରବେଶ କରିବେ, ସେମାନଙ୍କ ମଧ୍ୟରେ କିଭଳି ଟକ୍କର ହେବ ଏବଂ ସଲମାନଙ୍କ ହୋଷ୍ଟିଂ ଏଥର କେତେ ମଜାଦାର ହେବ ତାହା ଦେଖିବାକୁ ଫ୍ୟାନ୍ସ ଅପେକ୍ଷା କରିଛନ୍ତି।
📱 Get Argus News App
✨Related Topics
Explore more stories