Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିଜେପି- ବିଜେଡି ଲଢେଇରେ ବିଜେଡି ପଛରେ, ବିଜେପି ଆଗରେ

National

ବିଜେପି- ବିଜେଡି ଲଢେଇରେ ବିଜେଡି ପଛରେ, ବିଜେପି ଆଗରେ

Manini Pattanayak
Browse all articles by Manini Pattanayak
·2 years ago·1 min read
ବିଜେପି- ବିଜେଡି ଲଢେଇରେ ବିଜେଡି ପଛରେ, ବିଜେପି ଆଗରେ

ଭୁବନେଶ୍ୱର:  ହ୍ରାସ ପାଉଛି ଓଡ଼ିଶାରେ ନବୀନ ସରକାରର ଲୋକପ୍ରିୟତା। ଟାଇମ୍ସ ନାଓ  ଜନମତ ସର୍ଭେରେ ସାମ୍ନାକୁ ଆସିଥିବା ବଡ଼ ତଥ୍ୟ ଦେଖିଲେ ବିଜେପି 11 ଓ ବିଜେଡି 9 ଟି ଆସନ ଦଖଲ କରିବ। କଂଗ୍ରେସକୁ 9.6 ପ୍ରତିଶତ ଭୋଟ ସହ ଗୋଟିଏ ଆସନ ମିଳିବ। ତେବେ 2014ରେ ସମାନ 44.8 ପ୍ରତିଶତ ଭୋଟ ପାଇ 20 ଆସନ ଦଖଲ କରିଥିଲା ବିଜେଡ଼ି ସର୍ଭେ ଅନୁସାରେ ନବୀନ ସରକାରର ପ୍ରଦର୍ଶନରେ 43 ପ୍ରତିଶତ ଭୋଟର ଅସନ୍ତୁଷ୍ଟ। 24% ଭୋଟର ଖୁବ୍ ସନ୍ତୁଷ୍ଟ,31% ଭୋଟର ସାମାନ୍ୟ ସନ୍ତୁଷ୍ଟ । 


୨୦୧୯ ନିର୍ବାଚନରେ ରାଜ୍ୟରେ ବିଜେଡି ୧୨ଟି ଆସନ ସହ 42.76 ପ୍ରତିଶତ ଭୋଟ ପାଇଥିଲା ବିଜେଡି। ବିଜେପି 8 ଟି ଆସନ କବଜା କରିଥିବା ବେଳେ ଦଳର ଭୋଟ ହାର ଥିଲା 38.37... କଂଗ୍ରେସ 14.73 ପ୍ରତିଶତ ଭୋଟ ସହ ଗୋଟିଏ ଆସନ ଜିତିଥିଲା। ଏଥର ଟାଇମ୍ସ ନାଓ ସର୍ଭେରେ କଂଗ୍ରେସର ଭୋଟ ହାର ପାଖାପାଖି 5 ପ୍ରତିଶତ କମୁଥିବା ବେଳେ ବିଜେଡିର 2 ପ୍ରତିଶତ କମୁଛି। ତେବେ ଏ ସର୍ଭେ ରିପୋର୍ଟକୁ ନେଇ ଶୁଣନ୍ତୁ ରାଜନୈତିକ ସମୀକ୍ଷକଙ୍କ ପ୍ରତିକ୍ରିୟା।  ସବୁଠୁ ଅଧିକ ଆସନ ଥିବା ଉତ୍ତର ପ୍ରଦେଶରେ 80ରୁ ବିଜେପିକୁ 77 ଆସନ ମିଳିଥିବା ଆକଳନ କରିଛି ଟାଇମସ ନାଓ। ପୁରା ଦେଶରେ ଏନଡିଏ ମେଣ୍ଟକୁ 366 ଆସନ ମିଳୁଥିବା ବେଳେ ଭୋଟ ହାର ରହିବ 41.8 ପ୍ରତିଶତ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Popularity of Naveen government in Odisha is decreasing. According to Times Now poll, BJP will win 11 seats and BJD 9 seats. | Argus News