Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India Suspends Postal Services: ଟ୍ରମ୍ପ ଟାରିଫ୍ ପରେ ଭାରତର ଆକ୍ସନ, ଆମେରିକାକୁ ବନ୍ଦ ହେଲା ଡାକ ସେବା

santosh Kumar Sahoo
Browse all articles by santosh Kumar Sahoo
·10 months ago·2 min read
India Suspends Postal Services: ଟ୍ରମ୍ପ ଟାରିଫ୍ ପରେ ଭାରତର ଆକ୍ସନ, ଆମେରିକାକୁ ବନ୍ଦ ହେଲା ଡାକ ସେବା

Key Points

ଆମେରିକାର ଟାରିଫ୍ ପରେ ଆକ୍ସନ ମୋଡରେ ଭାରତ

ଆମେରିକାକୁ ବନ୍ଦ ହେଲା ଡାକ ସେବା

ଆଉ ପୋଷ୍ଟାଲରେ ପଠାଇ ପାରିବେ ନାହିଁ ଚିଠି

ଆମେରିକା ଭାରତ ଉପରେ ଶୁଳ୍କ ଲାଗୁ କରିବା ତିକ୍ତ ହେବାରେ ଲାଗିଛି ଉଭୟ ଦେଶ ମଧ୍ୟରେ ସମ୍ପର୍କ । ଏହାରି ମଧ୍ୟରେ ଏବେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଭାରତ ଅଗଷ୍ଟ ୨୫ ତାରିଖରୁ ଆମେରିକାକୁ ଡାକ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଭାରତୀୟ ଡାକ ବିଭାଗ ଶନିବାର ଏହି ଘୋଷଣା କରିଛି । ଆମେରିକାର କଷ୍ଟମ ନିୟମରେ ପରିବର୍ତ୍ତନକୁ ଉଦ୍ଧୃତ କରି ଭାରତ ଏହି ପଦକ୍ଷେପ ନେଇଛି।



ଟ୍ରମ୍ପ ପ୍ରଶାସନ ଜୁଲାଇ ୩୦ରେ ଏକ ଆଦେଶ ଜାରି କରିଥିଲା, ଯାହା ଅନୁଯାୟୀ ୮୦୦ ଡଲାର ପର୍ଯ୍ୟନ୍ତ ସାମଗ୍ରୀ ଉପରେ ଶୁଳ୍କ ଛାଡ଼କୁ ଉଚ୍ଛେଦ କରାଯାଇଥିଲା । ପୂର୍ବରୁ, କମ୍ ମୂଲ୍ୟର ସାମଗ୍ରୀ ବିନା ଶୁଳ୍କରେ ଆମେରିକା ପହଞ୍ଚୁଥିଲା, କିନ୍ତୁ ଏବେ ଏହା ହେବ ନାହିଁ । ଅଗଷ୍ଟ ୨୯ ରୁ ଆମେରିକାକୁ ପଠାଯାଉଥିବା ପ୍ରତ୍ୟେକ ମୂଲ୍ୟର ସାମଗ୍ରୀ ଉପରେ କଷ୍ଟମ୍ ଶୁଳ୍କ ଲାଗୁ ହେବ। ତଥାପି, ୧୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ଡକ୍ୟୁମେଣ୍ଟ ଏବଂ ଉପହାର ସାମଗ୍ରୀ ଉପରେ ଶୁଳ୍କ ଛାଡ଼ ରହିବ ।

ଏହି ନୂତନ ନିୟମ ଅନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୀତି କ୍ଷମତା ଆଇନ (IEEPA) ଅଧୀନରେ କାର୍ଯ୍ୟକାରୀ ହେବ । ଆମେରିକାର କଷ୍ଟମ୍ସ ଏବଂ ସୀମା ସୁରକ୍ଷା (CBP) ଅଗଷ୍ଟ ୧୫, ୨୦୨୫ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲା ​​ଯେ ପରିବହନ ବାହକ ଏବଂ ଯୋଗ୍ୟ ପକ୍ଷମାନଙ୍କୁ ଅନ୍ତର୍ଜାତୀୟ ଡାକ ପଠାଣ ଉପରେ ଶୁଳ୍କ ଜମା କରିବାକୁ ପଡିବ। ଯେଉଁ ଗ୍ରାହକମାନେ ପୂର୍ବରୁ ଏହି ପରିସ୍ଥିତି ଯୋଗୁଁ ଆମେରିକାକୁ ପଠାଯାଇ ପାରୁନଥିବା ସାମଗ୍ରୀ ବୁକ୍ କରିଛନ୍ତି ସେମାନେ ଡାକ ଫେରସ୍ତ ପାଇଁ ଆବେଦନ କରିପାରିବେ। ତେବେ ଯଥାଶୀଘ୍ର ଆମେରିକାକୁ ପୂର୍ଣ୍ଣ ସେବା ପୁନଃସ୍ଥାପିତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଡାକ ବିଭାଗ ପକ୍ଷରୁ କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Halts Postal Service to US After Trump Tariffs Spark Trade Tensions | Argus News