Videos
|
National

Pranab Mukherjee PM Ambition / ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ ପ୍ରଣବ ମୁଖାର୍ଜୀ ! ସୋନିଆଙ୍କ ବହିରେ ବଡ଼ ଖୁଲାସା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ ପ୍ରଣବ ମୁଖାର୍ଜୀ ! ସୋନିଆଙ୍କ ବହିରେ ବଡ଼ ଖୁଲାସା
Pranab Mukherjee PM Ambition

Key Points

ପ୍ରଣବ ମୁଖାର୍ଜୀଙ୍କ PM ହେବା ଇଚ୍ଛାକୁ ନେଇ ବିବାଦ
ସୋନିଆଙ୍କୁ ଘେରିଲେ ଝିଅ ଶର୍ମିଷ୍ଠା
'ମହତ୍ତ୍ୱାକାଂକ୍ଷୀ ହେବା କ’ଣ ଅପରାଧ ?'


ପୂର୍ବତନ ରାଷ୍ଟ୍ରପତି ଦିବଙ୍ଗତ ପ୍ରଣବ ମୁଖାର୍ଜୀଙ୍କ ପ୍ରଧାନମନ୍ତ୍ରୀ ହେବାର ଆକାଂକ୍ଷାକୁ ନେଇ ରାଜନୈତିକ ମହଲରେ ନୂଆ ବିବାଦ ସୃଷ୍ଟି ହୋଇଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ‘Belonging: A Journey of Love’ ପ୍ରକାଶ ପାଇବା ପରେ ଏହି ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି । ବହିରେ ପ୍ରଣବ ମୁଖାର୍ଜୀଙ୍କ ପ୍ରଧାନମନ୍ତ୍ରୀ ହେବାର ଇଚ୍ଛା ସମ୍ପର୍କରେ ସୋନିଆ କରିଥିବା ଉଲ୍ଲେଖକୁ ନେଇ ତୀବ୍ର ଆପତ୍ତି ଜଣାଇଛନ୍ତି ତାଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ।

ଶର୍ମିଷ୍ଠା ସୋନିଆଙ୍କ ଉଲ୍ଲେଖ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, “ମହତ୍ତ୍ୱାକାଂକ୍ଷୀ ହେବା କ’ଣ କୌଣସି ଅପରାଧ ?” ଦୀର୍ଘ ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ରହିଥିବା, ଗଭୀର ଅଭିଜ୍ଞତା ଓ ଅପାର ରାଜନୈତିକ ଜ୍ଞାନ ରଖିଥିବା ଜଣେ ବ୍ୟକ୍ତିଙ୍କର ପ୍ରଧାନମନ୍ତ୍ରୀ ହେବାର ଇଚ୍ଛା ରହିବାରେ ଭୁଲ୍ କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୋନିଆ ଗାନ୍ଧୀ ନିଜ ବହିରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୦ ମସିହାରେ ଏକ ଆଲୋଚନା ସମୟରେ ପ୍ରଣବ ମୁଖାର୍ଜୀ ପ୍ରଧାନମନ୍ତ୍ରୀ ହେବା ସମ୍ପର୍କରେ କଥା ଉଠାଇଥିଲେ । ଏହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିବା ଏବଂ ପରେ ଆଲୋଚନାର ଦିଗ ବଦଳାଇ ଦେଇଥିବା ସୋନିଆ ଲେଖିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାର ଜବାବରେ ଶର୍ମିଷ୍ଠା କହିଛନ୍ତି ଯେ, ତାଙ୍କ ବାପା ନିଜର କଠିନ ପରିଶ୍ରମ, ଦକ୍ଷତା ଓ ଯୋଗ୍ୟତା ବଳରେ ରାଜନୀତିରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲେ । ଗାନ୍ଧୀ ପରିବାର ବାହାରେ ଥିବା ଜଣେ ନେତାଙ୍କ ମନରେ ଏଭଳି ଆକାଂକ୍ଷା ରହିବାକୁ ସୋନିଆ ସହଜରେ ଗ୍ରହଣ କରିପାରି ନଥିଲେ ବୋଲି ସେ ମତ ଦେଇଛନ୍ତି ।

ତେବେ ଶର୍ମିଷ୍ଠା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପ୍ରଣବ ମୁଖାର୍ଜୀ କାହା ପ୍ରତି ମନରେ କୌଣସି ଅସନ୍ତୋଷ, ଦୁଃଖ କିମ୍ବା କ୍ରୋଧ ରଖିନଥିଲେ । ଅନ୍ୟପକ୍ଷରେ, ୨୦୧୨ ମସିହାରେ ସୋନିଆ ଗାନ୍ଧୀ ହିଁ ତାଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ପାଇଁ ପ୍ରାର୍ଥୀ ଭାବେ ମନୋନୀତ କରିଥିଲେ ବୋଲି ସେ ମନେ ପକାଇ ଦେଇଛନ୍ତି ।

ସୋନିଆଙ୍କ ବହିରେ ଆଉ ଏକ ପୁରୁଣା ରାଜନୈତିକ ଘଟଣାର ମଧ୍ୟ ଉଲ୍ଲେଖ ରହିଛି। ୧୯୮୪ରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଣବ ମୁଖାର୍ଜୀ ନିଜକୁ ଅବହେଳିତ ମନେ କରିଥିଲେ ଏବଂ ଏହା ପରେ କଂଗ୍ରେସ ଛାଡ଼ିଥିଲେ ବୋଲି ସୋନିଆ ଲେଖିଛନ୍ତି । ତେବେ ୧୯୮୯ ମସିହାରେ ସେ ପୁଣି ଥରେ କଂଗ୍ରେସକୁ ଫେରିଥିଲେ ।

ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀର ଏହି ଉଲ୍ଲେଖ ଏବେ ପ୍ରଣବ ମୁଖାର୍ଜୀଙ୍କ ରାଜନୈତିକ ଜୀବନ, କଂଗ୍ରେସ ଭିତରେ ତାଙ୍କ ସ୍ଥାନ ଏବଂ ଦଳର ଶୀର୍ଷ ନେତୃତ୍ୱ ସହ ତାଙ୍କ ସମ୍ପର୍କକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ କରିଛି ।