Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bihar Election / ନିର୍ବାଚନ ଯେତିକି ପାଖୋଉଛି, ଇଣ୍ଡି ମେଣ୍ଟ ସେତିକି ଭାଙ୍ଗୁଛି !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ନିର୍ବାଚନ ଯେତିକି ପାଖୋଉଛି, ଇଣ୍ଡି ମେଣ୍ଟ ସେତିକି ଭାଙ୍ଗୁଛି !

Key Points

ବିହାର ନିର୍ବାଚନରେ ଏଥର ଏନଡିଏ ସହ ଜନ ସ୍ବରାଜ ଦଳର ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ଦାବି କରିଛନ୍ତି ଜନ ସ୍ବରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ।

ସରଗରମ ବିହାର ରାଜନୀତି । ଜମୁଛି ପ୍ରଚାର । ନଭେମ୍ବର ୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଜନତାଙ୍କ ନିକଟବର୍ତ୍ତୀ ହେଉଛନ୍ତି ଏନଡିଏ ଷ୍ଟାର ପ୍ରଚାରକ । ଗତକାଲି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ, ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନିଙ୍କ ସମେତ ୬ରୁ ଅଧିକ ଏନଡିଏ ଷ୍ଟାର ପ୍ରଚାରକ ମଇଦାନରେ ଗର୍ଜିଛନ୍ତି ।

ସେପଟେ ଇଣ୍ଡିମେଣ୍ଟର ଫାଟ ଜଳଜଳ ହୋଇ ଦିଶୁଛି । କେବଳ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଇଣ୍ଡିମେଣ୍ଟ ପ୍ରାର୍ଥୀ ୭ଟି ନିର୍ବାଚନ ମଣ୍ଡଳୀରେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏନଡିଏ ପ୍ରତିଦ୍ୱନ୍ଦ୍ୱୀଙ୍କ ସହିତ ଲଢ଼ିବା ଅପେକ୍ଷା, ଇଣ୍ଡିମେଣ୍ଟ ପ୍ରାର୍ଥୀ ନିଜ ସହଯୋଗୀଙ୍କ ବିରୁଦ୍ଧରେ ମଇଦାନକୁ ଓହ୍ଲାଇ ମେଣ୍ଟର ସଂକଟ ବଢ଼ାଇଛନ୍ତି । ଜେଏମଏମ, ଭିଆଇପି, ସିପିଆଇକୁ ମନାଇବାରେ ବିଫଳ ହୋଇଛନ୍ତି କଂଗ୍ରେସ ଓ ଆରଜେଡି ନେତୃତ୍ୱ ।

ଏହାସହ ପଢ଼ନ୍ତୁ:- ଡାକ୍ତର ନା ରୋଡ୍ ସାଇଡ୍ ରୋମିଓ, କ୍ଲିନିକ୍‌ରେ ଯୁବତୀଙ୍କୁ ଏକା ପାଇ...

ବିହାର ନିର୍ବାଚନରେ ଏଥର ଏନଡିଏ ସହ ଜନ ସ୍ବରାଜ ଦଳର ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ଦାବି କରିଛନ୍ତି ଜନ ସ୍ବରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର । ବିକାଶ, ସମ୍ମାନ ଏବଂ ସୁରକ୍ଷାକୁ ଏନଡିଏ ମୁଖ୍ୟ ପ୍ରସଙ୍ଗ କରି ଜନତାଙ୍କ ପାଖକୁ ଯାଉଥିବା ବେଳେ ବେକାରୀ, ଦଳିତ ପ୍ରସଙ୍ଗ ନେଇ ଏନଡିଏକୁ ଚେକ୍ ଦେବାକୁ ପ୍ରୟାସ କରୁଛି ଇଣ୍ଡିମେଣ୍ଟ । ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ହେବାକୁ ଯାଉଛି ମତଦାନ । ଦ୍ୱିତୀୟ ପର୍ଯ୍ୟାୟରେ ୧୧ ତାରିଖରେ ୧୨୨ଟି ଆସନରେ ହେବ ଭୋଟିଂ । ବିହାରରେ ଏଥର ମତାଧିକାର ସାବ୍ୟସ୍ତ କରିବେ ମୋଟ ୭ କୋଟି ୪୩ ଲକ୍ଷ ଭୋଟର ।

ଅନ୍ୟପଟେ ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଶେଷ ହୋଇଥିବା ବେଳେ ସରଗରମ ହୋଇଛି ପ୍ରଚାର ମଇଦାନ । ବିଜେପି ଷ୍ଟାର ପ୍ରଚାରକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାରଣ, ପାଟନା ସହ ୪ରୁ ଅଧିକ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ କର୍ମୀଙ୍କ ମନରେ ଜୋସ ଭରିଛନ୍ତି । ପ୍ରଚାର ମଇଦାନକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ବୈଠକ କରି ରଣନୀତି ପ୍ରସ୍ତୁତ କରିଥିଲେ ଶାହ । ବୈଠକରେ ସିଏମଙ୍କ ସମେତ ବିହାର ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ ।

ଏହାସହ ପଢ଼ନ୍ତୁ:- ଧର୍ମ ସଂକଟରେ ଦଳ, RJD ନେତା କରିବେ ଲଣ୍ଠନ ଚିହ୍ନ ବିରୋଧରେ ପ୍ରଚାର..!

ସେହିପରି ସାରଣ ଜନସଭାରେ ଇଣ୍ଡି ମେଣ୍ଟର ବିଳମ୍ବ ପ୍ରାର୍ଥୀ ଘୋଷଣାକୁ ସମାଲୋଚନା କରିବା ସହ ବିହାରକୁ ପୁଣିଥରେ ଜଙ୍ଗଲ ରାଜ୍ କରିବାକୁ ଜନତା ସୁଯୋଗ ଦେବେନି କହି ଇଣ୍ଡି ମେଣ୍ଟକୁ ଟାର୍ଗେଟ୍ କରିଛନ୍ତି ଶାହ ।

ବେଗୁସରାଇରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ସିଓନରେ ଉତ୍ତରାଖଣ୍ଡ ସିଏମ ପୁଷ୍ପର ସିଂହ ଧାମୀ ମଧ୍ୟ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ଜନତାଙ୍କୁ ଆହ୍ବାନ ଦେଇଛନ୍ତି । ଅହଂକାର ଯୋଗୁଁ କଂଗ୍ରେସ ବିହାରରୁ ବଙ୍ଗଳା ପର୍ଯ୍ୟନ୍ତ ସମର୍ଥନ ହରାଇଛି । ଦୁର୍ନୀତିରେ ବୁଡ଼ି ରହିଥିବା ଆରଜେଡି ନିଜ ପାପ ଲୁଚାଇବାକୁ କଂଗ୍ରେସ ସହ ମେଳି କରି ଖସିଯିବାକୁ ଯୋଜନା କରୁଥିବା କହି କଟା ଘାରେ ଚୁନ ଲଗାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ନଭେମ୍ବର ୧୪ ତାରିଖରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣାରେ ଏନଡିଏ ତା’ର ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିବ ବୋଲି ଦାବି କରିଛନ୍ତି ଅମିତ ଶାହ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bihar Election | Prashant Kishor predicts NDA-Jan Suraaj battle, says INDIA bloc will finish third | Argus News