Videos
|
National

Rats on Sweets / ଦୀପାବଳି ପୂର୍ବରୁ ବିଭିନ୍ନ ମିଠା ଦୋକାନରେ ଚଢାଉ, ମିଠା ଉପରେ ବୁଲୁଥିଲେ ମୂଷା, ପନିରରେ ମିଶିଥିଲା ଷ୍ଟାର୍ଚ୍ଚ!

Bikash Mohanty
Browse all articles by Bikash Mohanty
·22 mins ago·2 min read
ଦୀପାବଳି ପୂର୍ବରୁ ବିଭିନ୍ନ  ମିଠା ଦୋକାନରେ ଚଢାଉ, ମିଠା ଉପରେ ବୁଲୁଥିଲେ ମୂଷା, ପନିରରେ ମିଶିଥିଲା ଷ୍ଟାର୍ଚ୍ଚ!
Raid

Key Points

ଦୀପାବଳି ପୂର୍ବରୁ ବିଭିନ୍ନ ମିଠା ଦୋକାନରେ ଚଢାଉ
ମିଠା ଉପରେ ବୁଲୁଥିଲେ ମୂଷା, ପନିରରେ ମିଶିଥିଲା ଷ୍ଟାର୍ଚ୍ଚ!
ରାଜ୍ୟର ୩୮ ଜିଲ୍ଲାରେ ବଡ଼ ଚଢ଼ାଉ କଲା ଖାଦ୍ୟ ସୁରକ୍ଷା ବିଭାଗ
ଦୀପାବଳି ପୂର୍ବରୁ ମିଠା କିଣିବାକୁ ଯୋଜନା କରୁଛନ୍ତି କି? ହୋଇ ଯାଆନ୍ତୁ ସାବଧାନ। ଦୀପାବଳି ପୂର୍ବରୁ ବିଭିନ୍ନ ମିଠା ଦୋକାନରେ ଚଢାଉ କରାଯାଇଛି।। ଚଢାଉ ସମୟରେ  ମିଠା ଉପରେ ବୁଲୁଥିଲେ ମୂଷା, ପନିରରେ ମିଶିଥିଲା ଷ୍ଟାର୍ଚ୍ଚ! ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମିଠା ଦୋକାନ ଗୁଡ଼ିକରେ। ଦୀପାବଳିକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ (FSDA) ପକ୍ଷରୁ 'ଶୁଦ୍ଧ ହି ଶୁଭ ହୈ' ଅଭିଯାନ ଆରମ୍ଭ କରାଯାଇଛି।

ଏହି ଅଭିଯାନରେ ରାଜ୍ୟର ୩୮ଟି ଜିଲ୍ଲାରେ ଥିବା ମିଠା ଦୋକାନ, ରେଷ୍ଟୁରାଣ୍ଟ ଏବଂ ଖାଦ୍ୟ ପ୍ରସ୍ତୁତି କେନ୍ଦ୍ରଗୁଡ଼ିକରେ ଯାଞ୍ଚ କରାଯାଇଥିଲା। ମୋଟ ୨୬୦ଟି ପ୍ରତିଷ୍ଠାନରେ ଚଢ଼ାଉ କରାଯାଇ ୩୦୩ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଥିଲା।

ମିଠା ଉପରେ ମୂଷା, ଅପରିଷ୍କାର ସ୍ଥାନରେ ଖାଦ୍ୟ ପ୍ରସ୍ତୁତି

ଯାଞ୍ଚ ସମୟରେ ବିଭିନ୍ନ ଦୋକାନରେ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ମିଠା ଉପରେ ମୂଷା ବୁଲୁଥିବା ବେଳେ ଅନ୍ୟ କେତେକ ସ୍ଥାନରେ କୋକରୋଚ୍‌ ଏବଂ ମୂଷା ଦେଖିବାକୁ ମିଳିଥିଲେ। ଖାଦ୍ୟ ସାମଗ୍ରୀ ଖୋଲା ସ୍ଥାନରେ ରଖାଯାଇଥିବା ସହ ଅପରିଷ୍କାର ପରିବେଶରେ ମିଠା ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା।  ଆମରୋହାରେ ପନିରରେ ଷ୍ଟାର୍ଚ୍ଚ ମିଶ୍ରଣ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହାବ୍ୟତୀତ ଅନେକ ଦୋକାନରେ ଖାଦ୍ୟ ସାମଗ୍ରୀ ସଂରକ୍ଷଣ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବା ସହ କୀଟପତଙ୍ଗ ନିୟନ୍ତ୍ରଣ ବ୍ୟବସ୍ଥାର ମଧ୍ୟ ଅଭାବ ଦେଖାଯାଇଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ନଷ୍ଟ

ଏହି ଚଢ଼ାଉ ସମୟରେ ପ୍ରାୟ ୧୫.୪୦ ଲକ୍ଷ ଟଙ୍କା ମୂଲ୍ୟର ୭,୬୬୦ କିଲୋଗ୍ରାମ ଖାଦ୍ୟ ସାମଗ୍ରୀ ନଷ୍ଟ କରାଯାଇଥିଲା। ନିୟମ ଉଲ୍ଲଂଘନ ଏବଂ ବିଭିନ୍ନ ତ୍ରୁଟି ଚିହ୍ନଟ ହେବା ପରେ ୧୫ଟି ପ୍ରତିଷ୍ଠାନର ଲାଇସେନ୍ସ ସ୍ଥଗିତ ରଖିବାକୁ ସୁପାରିଶ କରାଯାଇଛି। ହାଥରସରେ ବିନା ଲାଇସେନ୍ସରେ ଚାଲୁଥିବା ଶଙ୍କର ମିଠା ଦୋକାନକୁ ବନ୍ଦ କରିଦିଆଯାଇଛି। ସେହିପରି ରାୟବରେଲିର ସାଗର ଜୀ ପରଫେକ୍ଟରେ ଅନ୍ଧାର ଓ ଅପରିଷ୍କାର ସ୍ଥାନରେ ମିଠା ରଖାଯାଇଥିବା ଜଣାପଡ଼ିଥିଲା। ନ୍ୟୁ ନରେଶ ମିଠା ଦୋକାନ ଓ ରେଷ୍ଟୁରାଣ୍ଟରେ ମଧ୍ୟ ଖୋଲା ସ୍ଥାନରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ଦେଖାଯାଇଥିଲା। ଏପରିକି କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପ୍ରମାଣପତ୍ର ଓ କୀଟ ନିୟନ୍ତ୍ରଣ ସମ୍ପର୍କିତ ରେକର୍ଡ ମଧ୍ୟ ନଥିଲା।

ପାର୍ବଣରେ ଖାଦ୍ୟର ମାନକୁ ନେଇ ଚିନ୍ତା

ଦୀପାବଳି ଭଳି ପାର୍ବଣ ସମୟରେ ମିଠା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଚାହିଦା ବଢ଼ିଥାଏ। ଏହାର ସୁଯୋଗ ନେଇ କେତେକ ଅସାଧୁ ବ୍ୟବସାୟୀ ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତାକୁ ଅଣଦେଖା କରିଥାନ୍ତି। ଉତ୍ତର ପ୍ରଦେଶରେ ଏହି ଚଢ଼ାଉ ପରେ ଖାଦ୍ୟ ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ତେଣୁ ପାର୍ବଣ ସମୟରେ ମିଠା କିଣିବା ବେଳେ ଦୋକାନର ସ୍ୱଚ୍ଛତା, ଖାଦ୍ୟର ଗୁଣବତ୍ତା ଏବଂ ମାନ୍ୟତା ଯାଞ୍ଚ କରିବା ଜରୁରୀ।