Viral Video / ଚପଲ ପିନ୍ଧି ମନ୍ଦିରରେ କରୁଥିଲେ ଫଟୋସୁଟ୍; ମାଡ଼ି ଆସିଲେ ସ୍ଥାନୀୟ ଲୋକ, ଦେଲେ ଉତ୍ତମ ମଧ୍ୟମ
·4 days ago·2 min read

Key Points
ମନ୍ଦିରରେ ପ୍ରି-ୱେଡିଂ ଫଟୋସୁଟ୍ କରିବା ପଡ଼ିଲା ମହଙ୍ଗା
ଚପଲ ପିନ୍ଧିଥିବା ଯୋଗୁଁ ଫଟୋଗ୍ରାଫର ଖାଇଲେ ମାଡ଼

ଦକ୍ଷିଣ ଭାରତର ଲୋକେ ନିଜ ପରମ୍ପରା ଓ ସଂସ୍କୃତିକୁ କେତେ ମାତ୍ରାରେ ସମ୍ମାନ କରନ୍ତି ତାହା ସମସ୍ତଙ୍କୁ ଜଣା । ଦକ୍ଷିଣାଞ୍ଚଳ ରାଜ୍ୟବାସୀ ଅଧିକାଂଶ ଈଶ୍ଵର ବିଶ୍ଵାସୀ ହୋଇଥାନ୍ତି ଏବଂ ନିଜ ପରମ୍ପରାକୁ ନିଷ୍ଠାର ସହିତ ପାଳନ କରନ୍ତି । ଆଧୁନିକ ଯୁଗରେ ମଧ୍ୟ ସେମାନେ ନିଜ ପାରମ୍ପରିକ ଢାଞ୍ଚାକୁ ବଜାୟ ରଖିଛନ୍ତି । ଯଦି କୌଣସି ବ୍ୟକ୍ତି ସେମାନଙ୍କ ପରମ୍ପରାକୁ କ୍ଷୁଣ୍ଣ କରିବାକୁ ଚେଷ୍ଟା କରନ୍ତି, ତେବେ ସେମାନେ ଆଦୌ ବରଦାସ୍ତ କରନ୍ତି ନାହିଁ । ଏହି କଥାର ଏକ ଜ୍ଵଳନ୍ତ ଉଦାହରଣ ନିକଟରେ ଦେଖିବାକୁ ମିଳିଛି ।
ମନ୍ଦିରରେ ଚପଲ ପିନ୍ଧି ପ୍ରି-ୱେଡିଂ ଫଟୋସୁଟ୍ କରିଥିବା କିଛି ଫଟୋଗ୍ରାଫରଙ୍କୁ ସ୍ଥାନୀୟ ଲୋକଙ୍କ କ୍ରୋଧର ଶିକାର ହେବାକୁ ପଡ଼ିଛି । ଏହି ଘଟଣା କର୍ଣ୍ଣାଟକ ବେଟ୍ଟାଡା ଭୈରବଶ୍ଵର ମନ୍ଦିର ନିକଟରେ ଘଟିଛି । ଏହି ମନ୍ଦିରଟି ହାସନ ଜିଲ୍ଲାର ସକ୍ଲେଶପୁରଠାରେ ଅବସ୍ଥିତ । ଏହି ମନ୍ଦିରଟି ସବୁଜିମାରେ ଭରି ରହିଥିବାବେଳେ ପ୍ରାକୃତିକ ପରିବେଶ ପାଇଁ ଫଟୋସୁଟ୍ ଲାଗି ଏକ ପସନ୍ଦର ସ୍ଥାନ ପାଲଟିଛି । ନିଜର ବୈବାହିକ ଜୀବନ ଆରମ୍ଭ କରିବାକୁ ଯାଉଥିବା ଯୋଡ଼ିମାନେ ଏଠାକୁ ଆସି ଭଗବାନଙ୍କୁ ଦର୍ଶନ କରିବା ସହ ଫଟୋସୁଟ୍ କରୁଥିବା ନଜିର ରହିଛି ।
ପଢନ୍ତୁ ଏହି ଖବର: କଲେଜରେ ହାଇଡ୍ରାମା: ଛାତ୍ରୀଙ୍କୁ I Love You କହିଲେ ପ୍ରଫେସର ଆଉ ତା'ପରେ...
ଆହତ ଫଟୋଗ୍ରାଫରଙ୍କୁ ସକ୍ଲେଶପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ସକ୍ଲେଶପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା । ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ୭ ଜଣ ସ୍ଥାନୀୟ ଲୋକଙ୍କୁ ଗିରଫ କରାଯାଇଛି । ଏହି ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଅଶି, ପ୍ରଶାନ୍ତ, ରକ୍ଷା, ଅରବିନ୍ଦ, ଉଚିତ, ପ୍ରଜ୍ଵଳ ଏବଂ ନିଶାନ୍ତ । ଆହତ ହୋଇଥିବା ଫଟୋଗ୍ରାଫରରଙ୍କ ନାଁ ନବିନ ଓ ନନ୍ଦନ ବୋଲି ଜଣାପଡ଼ିଛି ।

- ଫଟୋସୁଟରୁ ତୁମୁଳକାଣ୍ଡ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories