Videos
|
National

Premanand Maharaj Return / ରସିକ ଦୁଲାରୀଙ୍କ ମୃତ୍ୟୁ ପରେ ଆଶ୍ରମକୁ ଫେରିଲେ ମହାରାଜ: ଭିଡିଓ ହେଉଛି ଭାଇରାଲ

Banajyotshna Ray
Browse all articles by Banajyotshna Ray
·2 hours ago·2 min read
ରସିକ ଦୁଲାରୀଙ୍କ ମୃତ୍ୟୁ ପରେ ଆଶ୍ରମକୁ ଫେରିଲେ ମହାରାଜ: ଭିଡିଓ ହେଉଛି ଭାଇରାଲ
Premanand Maharaj Return

Key Points

ରସିକ ଦୁଲାରୀ ଶରଣଙ୍କ ମୃତ୍ୟୁ ପରେ
ପ୍ରେମାନନ୍ଦ ମହାରାଜ ଆଶ୍ରମରେ ପହଞ୍ଚିଲେ
ଜମିଲା ଭକ୍ତଙ୍କ ଭିଡ଼, ଭିଡିଓ ଭାଇରାଲ୍
ଶିଷ୍ୟ ରସିକ ଦୁଲାରୀଙ୍କ ମୃତ୍ୟୁପରେ ସାମ୍ନାକୁ ଆସିଲା ଆଉ ଏକ ବଡ଼ ଖବର। ବୃନ୍ଦାବନର ପ୍ରସିଦ୍ଧ ପ୍ରେମାନନ୍ଦ ମହାରାଜଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହା ୮ ଅକ୍ଟୋବର, ୨୦୨୬ ସକାଳର ବୋଲି କୁହାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ପ୍ରେମାନନ୍ଦ ମହାରାଜ ଆଜି ଶ୍ରୀ ହିତ ରାଧା କେଳି କୁଞ୍ଜ ଆଶ୍ରମରେ ପହଞ୍ଚିଥିଲେ। ଯେଉଁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।''

ରିପୋର୍ଟ ଅନୁଯାୟୀ, ମହାରାଜଙ୍କ ଆଶ୍ରମକୁ ହଠାତ୍‌ ଫେରିବା ଖବର ପାଇବା ମାତ୍ରେ ଶ୍ରୀ ହିତ ରାଧା କେଳି କୁଞ୍ଜ ବାହାରେ ଭକ୍ତମାନଙ୍କର ଏକ ବିରାଟ ଭିଡ଼ ଦେଖିବାକୁ ମିଳିଥିଲା। ମହାରାଜଙ୍କ ଏକ ଝଲକ ଦେଖି ଭକ୍ତମାନେ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ। ଆଶ୍ରମ ସହିତ ଜଡ଼ିତ ରସିକ ଦୁଲାରୀ ଶରଣଙ୍କ ସନ୍ଦେହଜନକ ମୃତ୍ୟୁ ପରେ, ପ୍ରେମାନନ୍ଦ ମହାରାଜ ଆଶ୍ରମକୁ ନ ଆସିବାର ଗୁଜବ ପ୍ରଚାରିତ ହୋଇଥିଲା। ଏହାସହ ଆଶ୍ରମରୁ କୁଆଡେ ଚାଲିଯାଇଥିବା ଖବର ଆସୁଥିଲା। ବର୍ତ୍ତମାନ ମହାରାଜ ଆଶ୍ରମକୁ ଫେରିଛନ୍ତି।''

.ଭାଇରାଲ ଭିଡିଓଟି ଅନେକ ପ୍ରଶ୍ନ ଉଠାଇଛି:

ପ୍ରାୟ ୧୩ ଦିନ ପରେ ପ୍ରେମାନନ୍ଦ ମହାରାଜ ହଠାତ୍ ଆଶ୍ରମରେ ପହଞ୍ଚିଛନ୍ତି ବୋଲି ଦାବି କରିବା ପାଇଁ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ତଥାପି, ଭାଇରାଲ ଭିଡିଓର ସମୟ ଏବଂ ସ୍ଥାନର ସଠିକ୍‌ ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। ତେଣୁ, ଭିଡିଓ ସମ୍ପର୍କରେ କରାଯାଇଥିବା ଦାବିଗୁଡ଼ିକୁ କେବଳ ଅନୁମାନ ଭାବରେ ଦେଖାଯିବା ଉଚିତ। ପ୍ରେମାନନ୍ଦ ମହାରାଜ ଆଶ୍ରମରେ ହଠାତ୍ ପହଞ୍ଚିବାର ଭିଡିଓ ଅନେକ ପ୍ରଶ୍ନ ଉଠାଇଛି।''

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ନାନା ପାଟେକରଙ୍କ ପରଲୋକରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ

.ରସିକ ଦୁଲାରୀ ଶରଣଙ୍କ ମୃତ୍ୟୁ ଏକ ରହସ୍ୟ ହୋଇରହିଛି:

ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ ଓରଫ ଦୀପକ ଲୋଧିଙ୍କ ମୃତ୍ୟୁ ଏକ ରହସ୍ୟ ହୋଇ ରହିଛି। ରସିକ ଦୁଲାରୀ ଶରଣଙ୍କ ମୃତ୍ୟୁ ପରେ ଚାରୋଟି ଭିଡିଓ ସାମ୍ନାକୁ ଆସିଛି, କିନ୍ତୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ ରସିକ ଦୁଲାରୀ ଶରଣଙ୍କ ମୃତ୍ୟୁର ତଦନ୍ତ କରୁଛି। ଭିଡିଓ ପ୍ରକାଶ ପାଇବା ପରେ, ଏତେ ଦିନ ପରେ ଏହି ସିସିଟିଭି ଫୁଟେଜ୍ କାହିଁକି ଭାଇରାଲ ହେଉଛି, ସେ ବିଷୟରେ ପ୍ରଶ୍ନ ଉଠିଛି। ଏହି ଭିଡିଓଗୁଡ଼ିକ କ'ଣ ପୋଲିସ ତଦନ୍ତର ଅଂଶ ନା କଣ ଅନେକ ପ୍ରଶ୍ନ ଉଠୁଛି ? ତଦନ୍ତ ପରେ ହିଁ ଏହି ବିଷୟଗୁଡ଼ିକ ସ୍ପଷ୍ଟ ହେବ। ବର୍ତ୍ତମାନ, ରସିକ ଦୁଲାରୀ ଶରଣଙ୍କ ମୃତ୍ୟୁର କାରଣ ଏକ ରହସ୍ୟ ହୋଇରହିଛି।''

ଅଧିକ ପଢ଼ନ୍ତୁ ଦେଶ ଖବର: