Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜାତୀୟ ଯୁବ ପର୍ବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଜାତୀୟ ଯୁବ ପର୍ବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ

ଅର୍ଗସ ବ୍ୟୁରୋ : ଜାତୀୟ ଯୁବ ପର୍ବ ପାଳନ ପାଇଁ ପ୍ରସ୍ତୁତି । ଆସନ୍ତାବର୍ଷ ଜାନୁଆରୀ ୧୧ରୁ ହେବାକୁ ଯାଉଛି ନ୍ୟାସନାଲ ୟୁଥ ଫେଷ୍ଟିଭାଲ । ଏନେଇ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତି ଜାରି ରହିବା ସହ ରୂପରେଖ ପ୍ରସ୍ତୁତ ହୋଇଛି । ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ବିକଶିତ ଭାରତ ଗଠନ ପାଇଁ ଯୁବ ପର୍ବ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।  

ଅଧିକ ପଢନ୍ତୁ : କେ. ସଞ୍ଜୟ ମୂର୍ତ୍ତି ହେବେ ଦେଶର ପରବର୍ତ୍ତୀ ସିଏଜି

ବିକଶିତ ଭାରତ ଡିଜିଟାଲ କୁଇଜ ନଭେମ୍ବର 25 ତାରିଖରୁ ଆରମ୍ଭ ହେଉଥିବାରୁ ଏଥିରେ ଯୁବବର୍ଗ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଆଗାମୀ ଯୁବ ଉତ୍ସବରେ ସାରା ଦେଶରୁ 3 ହଜାରରୁ ଅଧିକ ପ୍ରତିଭାବାନ ଯୁବଶକ୍ତି ସାମିଲ ହେବା ସହ ବହୁ ବିଦେଶୀ ପ୍ରତିନିଧି ମଧ୍ୟ ଯୋଗଦେବେ । ଆଗ୍ରହୀ ଯୁବକ ମାନେ କାର୍ଯ୍ୟକ୍ରମକୁ ନେଇ ନିଜ ମତାମତ ଓ ପ୍ରସ୍ତାବ ଦେବାପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ବାନ ଦେଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Preparations for the National Youth Festival have begun | Argus News