Videos
|
National

VB G RAM G Bill / ରାଷ୍ଟ୍ରପତିଙ୍କର ମିଳିଲା ଅନୁମୋଦନ, ଆଇନରେ ପରିଣତ ହେଲା VB-G RAM G ବିଲ୍‌-୨୦୨୫

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ରାଷ୍ଟ୍ରପତିଙ୍କର ମିଳିଲା ଅନୁମୋଦନ, ଆଇନରେ ପରିଣତ ହେଲା VB-G RAM G ବିଲ୍‌-୨୦୨୫
VB G RAM G

Key Points

ଆଇନରେ ପରିଣତ ହେଲା VB-G RAM G ବିଲ୍‌-୨୦୨୫
ମଜୁରି ରୋଜଗାରର ନିୟମିତ ଗ୍ୟାରେଣ୍ଟି ୧୦୦ ଦିନରୁ ୧୨୫ ଦିନକୁ ବୃଦ୍ଧି
ପୂର୍ବରୁ ସଂସଦର ଉଭୟ ଗୃହରେ ହୋଇଥିଲା ମଞ୍ଜୁରୀ
ଆଇନରେ ପରିଣତ VB-G RAM G ବିଲ୍‌-୨୦୨୫ । VB-G RAM G ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ । ଏବେ ମନରେଗା ପାଲଟିଲା ଇତିହାସ । ଏବେ ନୂଆ ଆଇନରେ ପରିଣତ ହେବା ପରେ ବର୍ତ୍ତମାନ ଗ୍ରାମୀଣ ପରିବାରଗୁଡ଼ିକୁ ପ୍ରତି ଆର୍ଥିକ ବର୍ଷରେ ୧୨୫ ଦିନର ମଜୁରୀ ନିଯୁକ୍ତିର ଗ୍ୟାରେଣ୍ଟି ଦେବ । ଯାହା ପୂର୍ବରୁ ୧୦୦ ଦିନ ଥିଲା । ଏହାସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ମଜୁରୀ ପ୍ରଦାନ ନ ହେଲେ ମଜୁରୀ ପ୍ରଦାନରେ ବିଳମ୍ବ ପାଇଁ କ୍ଷତିପୂରଣ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ ନୂଆ ଆଇନରେ ରହିଛି ।

ପ୍ରତିବର୍ଷ ୧୨୫ ଦିନର ଗ୍ରାମୀଣ ମଜୁରୀ ନିଯୁକ୍ତି ସୁନିଶ୍ଚିତ କରୁଥିବା ପ୍ରସ୍ତାବିତ ବିଲ୍ ବିରୋଧୀ ଦଳ ଦ୍ୱାରା ଜୋରଦାର ବିରୋଧର ସମ୍ମୁଖୀନ ହୋଇଥିଲା। ଯୋଜନାରୁ ମହାତ୍ମା ଗାନ୍ଧିଙ୍କ ନାମ ହଟିବାକୁ ନେଇ ବିରୋଧୀଙ୍କ ପ୍ରବଳ ବିରୋଧ ମଧ୍ୟରେ ସଦ୍ୟ ସମାପ୍ତ ସଂସଦ ଶୀତକାଳୀନ ଅଧିବେଶନରେ ଏହି ବିଲ୍‌ ଗୃହୀତ ହୋଇଥିଲା ଆଉ ପାସ୍‌ ମଧ୍ୟ ହୋଇଥିଲା ।

୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଜାତୀୟ ଦୃଷ୍ଟିକୋଣ ସହିତ ସମନ୍ୱିତ ଗ୍ରାମୀଣ ବିକାଶ ଢାଞ୍ଚା ସ୍ଥାପନ ଉଦ୍ଦେଶ୍ୟକୁ VB-G RAM G ଆଇନ ସାହାଯ୍ୟ କରିବ ବୋଲି କେନ୍ଦ୍ର କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ।

ସରକାର ଏହି ବିଲକୁ ୨୦୨୬ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ପ୍ରସ୍ତାବିତ ଆଇନ ୨୦ ବର୍ଷ ତଳର ପୁରୁଣା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ (MGNREGA)ର ସ୍ଥାନ ନେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଆଇନରେ ଯୋଜନା ପାଇଁ ପାଣ୍ଠି ଯୋଗାଣ ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ବରୁ MGNREGA ଯୋଜନାରେ କେନ୍ଦ୍ର ସରକାର ସମସ୍ତ ପାଣ୍ଠି ଦେଉଥିଲେ। ହେଲେ ନୂଆ ବିଲ୍‌ରେ କେନ୍ଦ୍ର ରାଜ୍ୟ ଦୁହେଁ ମିଶି ଯୋଜନା ପାଇଁ ପାଣ୍ଠି ଖର୍ଚ୍ଚ କରିବେ। ଯେଉଁଥିରେ କେନ୍ଦ୍ର ୬୦ ଓ ରାଜ୍ୟ ୪୦ ପ୍ରତିଶତ ଖର୍ଚ୍ଚ କରିବ ।

ଏଥିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ପ୍ରଥମ ଥର ପାଇଁ ଗ୍ରାମୀଣ ନିଯୁକ୍ତି ଆଇନରେ ଚାଷ କାର୍ଯ୍ୟକୁ ଧ୍ୟାନରେ ରଖାଯାଇଛି । ସର୍ବାଧିକ ବୁଣା ଏବଂ ଅମଳ ଋତୁରେ ୬୦ ଦିନ ପର୍ଯ୍ୟନ୍ତ ଏହି ଯୋଜନାରେ ନିଯୁକ୍ତିକୁ ବନ୍ଦ କରାଯିବ । ଫଳରେ ଚାଷବାସ ସମୟରେ କୃଷି ଶ୍ରମିକଙ୍କ ଅଭାବ ହେବ ନାହିଁ ।

Related Topics

Explore more stories