President Odisha Visit / ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମହାମହିମ
·1 hour ago·2 min read

Key Points
ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଅପରାହ୍ନ ୩ଟା ୪୫ ମିନିଟରେ ଦାଣ୍ଡବୋଷ ବିମାନବନ୍ଦରରେ ପହଞ୍ଚିବେ
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି
ଗସ୍ତ ସମୟରେ ରାଷ୍ଟ୍ରପତି ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶ ପ୍ରକଳ୍ପର ଉଦଘାଟନ କରିବେ

ବାରିପଦା,୧୮/୦୬: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାଙ୍କର ଏହି ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଜୋରଦାର ହୋଇଛି । ସୂଚନା ଅନୁଯାୟୀ, ସେ ଅପରାହ୍ନ ୩ଟା ୪୫ ମିନିଟ୍ ସମୟରେ ଦାଣ୍ଡବୋଷ ବିମାନବନ୍ଦରରେ ପହଞ୍ଚିବେ । ଗସ୍ତ ସମୟରେ ରାଷ୍ଟ୍ରପତି ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶ ପ୍ରକଳ୍ପର ଉଦଘାଟନ କରିବେ । ଏଥିରେ ଏମସ ଦ୍ୱାରା ଆୟୋଜିତ ଏକ ମେଡିକାଲ କ୍ୟାମ୍ପର ଉଦଘାଟନ ଅନ୍ତର୍ଭୁକ୍ତ ରହିଛି । ଏହି କ୍ୟାମ୍ପ ଦ୍ୱାରା ଅଞ୍ଚଳର ଲୋକମାନେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବାର ସୁଯୋଗ ପାଇବେ ।
ରାଷ୍ଟ୍ରପତି କୁସୁମୀ ବ୍ଲକର 113 ଗାଁକୁ ମେଗା ପାଇପ ଲାଇନ ପାନୀୟ ଜଳ ଯୋଗାଣ ର ଉଦଘାଟନ କରିବେ। ପ୍ରକଳ୍ପ ମାଧ୍ୟମରେ ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳକୁ ପାଣି ଯୋଗାଣ ବ୍ୟବସ୍ଥା ସୁଦୃଢ଼ ହେବ। ସେହିପରି ହଟବଦ୍ରା ଠାରେ ବ୍ରହ୍ମା କୁମାରୀ ଦ୍ୱାରା ନିର୍ମିତ ମାତୃ ଶକ୍ତି ଭବନର ମଧ୍ୟ ଉଦଘାଟନ କରିବେ। ରାତିରେ ରାଇରଙ୍ଗପୁର ସ୍ଥିତ ନିଜ ବାସଭନରେ ରାତ୍ରୀଜାପନ କରିଵେ ମହାମହିମ। ଏହା ସହିତ ନୂତନ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟର ଲୋକାର୍ପଣ ମଧ୍ୟ ରାଷ୍ଟ୍ରପତିଙ୍କ ହସ୍ତରେ ହେବ ବୋଲି ସୂଚନା ରହିଛି। ଏହି ନୂତନ ଭବନ ଜିଲ୍ଲାର ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ।
ଆସନ୍ତା ୧୯ ଓ ୨୦ ତାରିଖ ମୟୂରଭଞ୍ଜ ଲାଗି ହେବାକୁ ଯାଉଛି ଏକ ଐତିହାସିକ ଦିନ। ପ୍ରଥମଥର ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକା ସାଙ୍ଗରେ ମୟୂରଭଞ୍ଜ ମାଟିରେ ପାଦ ଦେବେ। ଜୁନ୍ ୨୦ ତାରିଖ ରାଷ୍ଟ୍ରପତି ତାଙ୍କ ଜନ୍ମଦିନ ଅବସରରେ ପ୍ରଧାନ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ତାଙ୍କ ଜନ୍ମମାଟିକୁ। ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ମଧ୍ୟ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତିଙ୍କ ଗାଁ ପାହାଡପୁରକୁ ଆସୁଛନ୍ତି। ଯାହାକୁ ନେଇ ସମଗ୍ର ଜିଲ୍ଲାରେ ବର୍ତ୍ତମାନ ତତ୍ପରତା ସହିତ ଉତ୍ସାହର ମାହୋଲ ଦେଖାଦେଇଛି।
ପଢନ୍ତୁ ଏହି ଖବର: ୨୦ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି,ମୟୂରଭଞ୍ଜରେ ବିଜେପି ସରକାରର ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ସାମିଲ ହେବେ
୨୦ ତାରିଖରେ ତାଙ୍କ ଜନ୍ମଦିନ ଆବସରରେ ଦିନ ୧୦ଟା ୩୦ ରେ ପାହାଡପୁରରେ ପହଞ୍ଚିବେ ରାଷ୍ଟ୍ରପତି। ଦିନ ୧୧.୦୫ରେ ପ୍ରଧାନ ମନ୍ତ୍ରୀ ପହଞ୍ଚିବେ ଉଭୟ ପ୍ରଥମେ ଗାଁର ଗ୍ରାମଦେବତୀ "ଗୋଷାଣୀ ପୀଠ" କୁ ଯାଇ ପୂଜାର୍ଚ୍ଚନା କରିବେ। ସେଠାରୁ ଉଭୟ ସାନ୍ତାଳୀ ଜାହିରା ଦର୍ଶନ କରିବା ପରେ ହୋ- ମୁଣ୍ଡା ଯାହିରା ମଧ୍ୟ ଯିବେ। ସେଠାରୁ ଦିନ ୧୧ଟା ୨୫ରେ ନିକଟସ୍ଥ ଦକ୍ଷତା ବିକାଶ କେନ୍ଦ୍ରକୁ ଯାଇ ପ୍ରଶିକ୍ଷଣ ପରେ ଚାକିରି ପାଇଥିବା ଯୁବକ ଯୁବତୀଙ୍କ ସହିତ ଆଲୋଚନା କରିବେ। ୧୨ଟା ୩୦ରେ ହେଲିକପ୍ଟର ଯୋଗେ ଦାଣ୍ଡବୋଷ ଠାରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମିଳିତ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories