ମେଟ୍ରୋରେ ଯାତ୍ରା କରିବା ସମୟରେ ଲୋକଙ୍କ ସମସ୍ୟା ଓ ସୁବିଧା ବିଷୟରେ ଆଲୋଚନା କରିଥିଲେ
·2 years ago

ଅର୍ଗସ ବ୍ୟୁରୋ : ଦିଲ୍ଲୀ ମେଟ୍ରୋରେ ବୁଲିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାର ଲାଗିଛି । ଏହି ଯାତ୍ରା ସମୟରେ ସ୍କୁଲ ଯାଉଥିବା କୁନି କୁନି ପିଲାଙ୍କ ସହ କଥା ହୋଉଥିବାର ଦେଖିବାକୁ ମିଳିଛି । ଦିଲ୍ଲୀର ସାଧାରଣ ଲୋକଙ୍କ ସହ ଆଲୋଚନା କରିବା ସେମାନଙ୍କ ସମସ୍ୟା ଓ ସୁବିଧା ସମ୍ପର୍କରେ ଜାଣିବା ପାଇଁ ଏଭଳି ମେଟ୍ରୋରେ ଯାତ୍ରା କରିଛନ୍ତି ରାଷ୍ଟ୍ରପତି ।
ଅଧିକ ପଢନ୍ତୁ ଭାରତ ଖବର
ଏହି ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀ ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅନେକ ଥର ଦିଲ୍ଲୀ ମେଟ୍ରୋରେ ଯାତ୍ରା କରି ସାଧାରଣ ଲୋକଙ୍କ ସମସ୍ୟା କଥା ବୁଝିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: