Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Political Buzz in Bengal / ପଶ୍ଚିମବଙ୍ଗ ଗସ୍ତ ବେଳେ କାହିଁକି ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି ? ମମତାଙ୍କୁ କ'ଣ କହିଲେ ?

Sushanta Sahoo
Browse all articles by Sushanta Sahoo
·4 months ago·2 min read
ପଶ୍ଚିମବଙ୍ଗ ଗସ୍ତ ବେଳେ କାହିଁକି ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି ? ମମତାଙ୍କୁ କ'ଣ କହିଲେ ?
President Murmu Questions Arrangements

Key Points

ରାଷ୍ଟ୍ରପତି ଯେ କେବଳ ସଭା ସ୍ଥଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ତା ନୁହେଁ । ବରଂ ସଭା ଗ୍ରାଉଣ୍ଡକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭିଡ଼ିଛନ୍ତି ।
କୋଲକାତା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି । ନବମ ଅନ୍ତର୍ଜାତୀୟ ସାନ୍ତାଳୀକନଫରେନ୍ସ ପାଇଁ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ସିଲିଗୁଡ଼ିର ମହକମା ପରିଷଦ ଫାନ୍ସୀଦେବୀ ଅଞ୍ଚଳରେ ଆୟୋଜିତ ସାନ୍ତାଳୀ କନଫରେନ୍ସ ସାମିଲ୍ ହେବା ପରେ ସଭା ସ୍ଥଳକୁ ନେଇ ଅସନ୍ତୋଷ ଜାହିର୍ କରିଛନ୍ତି ।

ରାଷ୍ଟ୍ରପତି ଯେ କେବଳ ସଭା ସ୍ଥଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ତା ନୁହେଁ । ବରଂ ସଭା ଗ୍ରାଉଣ୍ଡକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭିଡ଼ିଛନ୍ତି । କନଫରେନ୍ସ ପରେ ରାଷ୍ଟ୍ରପତି ଦାର୍ଜିଲିଂ ପହଞ୍ଚିଛନ୍ତି । ସେଠାରୁ ବିଧାନନଗର ଯାଇ କହିଛନ୍ତି, କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିବାର ଥିଲା ।

ଏଥିସହ ପଢ଼ନ୍ତୁ: ନୀତିଶ କୁମାରଙ୍କ ପରେ କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ?

ରାଷ୍ଟ୍ରପତି କହିଛନ୍ତି, "ମୁଁ ବଙ୍ଗଳାର ଝିଅ, ତଥାପି ମୋତେ ଆସିବା ପାଇଁ ଅନୁମତି ନାହିଁ । ମମତା ମୋ ସାନ ଭଉଣୀ ଭଳି, ଜଣା ନାହିଁ... ହୁଏତ ସେ ମୋ ଉପରେ ରାଗିଛି । ଯେଉଁଥିପାଇଁ ମୋତେ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ଗୋଶାଈପୁର ଯିବାକୁ ପଡ଼ିଲା ।"


ସୂଚନା ଅନୁସାରେ, ରାଷ୍ଟ୍ରପତି ସିଲିଗୁଡ଼ିର ବିଧାନନଗର ଉପମଣ୍ଡଳରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାର ଥିଲା । କିନ୍ତୁ ପୋଲିସ ଅନୁମତି ଦେଲା ନାହିଁ । ଫଳରେ କାର୍ଯ୍ୟକ୍ରମକୁ ବାଗଡୋଗରାର ଗୋଶାଈପୁର ସ୍ଥାନାନ୍ତର କରାଗଲା । ରାଷ୍ଟ୍ରପତି ସେଠାକୁ ଯାଇ କାର୍ଯ୍ୟକ୍ରମରେ ସାମିଲ୍ ହେବା ପରେ ମୂଳ ସ୍ଥାନକୁ ଆସି ନିଜ ମତ ରଖିଛନ୍ତି ।

ରାଷ୍ଟ୍ରପତିଙ୍କ ଅସନ୍ତୋଷ, ଦିଦିଙ୍କୁ ଘେରିଲା ବିଜେପି

ରାଷ୍ଟ୍ରପତି ଅସନ୍ତୋଷ ପ୍ରକାଶ କରିବା ପରେ ବିଜେପି ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛି । ବିଜେପିର ପଶ୍ଚିମବଙ୍ଗ ସହପ୍ରଭାରୀ ଅମିତ ମାଲବୀୟ ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତ ।

ଏଥିସହ ପଢ଼ନ୍ତୁ: ସମ୍ପତ୍ତି ତାଲିକା ଦାଖଲ କଲେ ୫ ପ୍ରାର୍ଥୀ, ସଂତୃପ୍ତ ସବୁଠାରୁ ଧନୀ, ପରେ ଦିଲ୍ଲୀପ

ସେ କହିଛନ୍ତି, "ଆଜି ପଶ୍ଚିମବଙ୍ଗରେ ଘଟିଥିବା ଘଟଣା ମମତା ବାନାର୍ଜୀ ସରକାରଙ୍କ ନେତୃତ୍ଵରେ ସାମ୍ବିଧାନିକ ଢାଞ୍ଚାର ପୂର୍ଣ୍ଣ ପତନର ସଂକେତ ଦେଉଛି ।"

ଏକ ଦୁର୍ଲଭ ଓ ଅଦ୍ଭୂତପୂର୍ବ ଘଟଣାକ୍ରମରେ ଭାରତର ରାଷ୍ଟ୍ରପତି ସିଲିଗୁଡ଼ି ଯାତ୍ରା କରିବା ବେଳେ ପ୍ରସ୍ତୁତି ଓ ପ୍ରୋଟୋକଲ ଅଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା କହିଛନ୍ତି । ରାଜ୍ୟ ସରକାର ରାଷ୍ଟ୍ରପତି ପଦର ଗାରିମାକୁ ଅନାଦର କରିଛନ୍ତି । ଏହା କେବଳ ପ୍ରଶାସନିକ ବିଫଳତା ନୁହେଁ ବରଂ ସାମ୍ବିଧାନିକ ମର୍ଯ୍ୟାଦା ଓ ଶାସନ ବ୍ୟବସ୍ଥାର ପତନକୁ ଦର୍ଶାଉଛି ବୋଲି କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why Did President Droupadi Murmu Express Displeasure During West Bengal Visit? | Argus News | Argus News