Bihar Next CM / ନୀତିଶ କୁମାରଙ୍କ ପରେ କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ?
·1 month ago·4 min read

Key Points
ନୀତିଶ କପମାରଙ୍କ ପରେ କିଏ ହେବେ ପରବର୍ତ୍ତୀ ବିଜେପି ମୁଖ୍ୟମନ୍ତ୍ରୀ ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏନେଇ ଆରମ୍ଭ ହୋଇଯାଇଥିବା ଦୌଡ଼ରେ ରାଜ୍ୟର ଅନେକ ନେତା ସାମିଲ ହୋଇଛନ୍ତି।
Who will be the next Bihar CM: ନୀତିଶ କୁମାର କିଏ ହେବେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏହି ପ୍ରସଙ୍ଗ ଏବେ ରାଜ୍ୟ ରାଜନୀତିରେ ବିତର୍କର ବିଷୟ ପାଲଟିଛି। କାରଣ ୧୦ ଥରର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗତକାଲି ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଯଦିଓ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଜଣେ ବିଜେପି ନେତା ହେବା ପ୍ରାୟତଃ ସ୍ଥିର ହୋଇସାରିଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିବାରେ ବିଜେପି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ବିହାରର ଜାତିଗତ ରାଜନୈତିକ ସମୀକରଣକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବହ ତାହା ବିଜେପି କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ।
ମୁଖ୍ୟମନ୍ତ୍ରୀ ଦୌଡ଼ରେ ୬ ଜଣ ବିଜେପି ନେତା ସାମିଲ ହୋଇଛନ୍ତି। ସେମାନେ ହେଉଛନ୍ତି ସମ୍ରାଟ ଚୌଧୁରୀ, ନିତ୍ୟାନନ୍ଦ ରାୟ, ଡକ୍ଟର ଦିଲ୍ଲୀପ ଜୈସ୍ୱାଲ୍, ସଞ୍ଜୀବ ଚୌରାସିଆ, ଜନକ ରାମ, ଗାୟତ୍ରୀ ଦେବୀ।
ସମ୍ରାଟ ଚୌଧୁରୀ: ୫୭ ବର୍ଷୀୟ ସମ୍ରାଟ ଚୌଧୁରୀ ଏବେ ରାଜ୍ୟ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦ ସହ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସେ କୋଇରୀ ଜାତିରୁ ପ୍ରତିନିଧିତ୍ୱ କରୁଥିବା ବେଳେ ତାଙ୍କ ଜାତିର ସମ୍ପର୍କ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କୁର୍ମୀ ଜାତି ସହ ରହିଛି। ବିହାରର ଜାତିଗତ ରାଜନୈତିକ ସମୀକରଣରେ ଉଭୟ କୁର୍ମୀ-କୋଇରୀ ଜାତି ଲବ-କୁଶ ନାମରେ ଜଣାଶୁଣା। ଏହି ଜାତି ଦ୍ୱୟ ଉପରେ ନୀତିଶ କୁମାରଙ୍କ ଭଲ ରାଜନୈତିକ ପ୍ରଭାବ ରହିଛି। ତାଙ୍କ ଦଳର (ଜେଡ଼ିୟୁ) ପକେଟ ଭୋଟ ଉଭୟ କୁର୍ମୀ-କୋଇରୀ ଜାତିରୁ ଆସିଥାଏ। ଅନେକ ଭାବୁଛନ୍ତି ଯେ ଜଣେ କୋଇରି ସମ୍ପ୍ରଦାୟର ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଏକ ଭଲ ବିକଳ୍ପ ହେବେ। ଯାହା ଦ୍ୱାରା କ୍ଷମତାରେ ସନ୍ତୁଳନ ବଜାୟ ରଖିବେ। ସମ୍ରାଟ ଚୌଧୁରୀଙ୍କ କ୍ଷେତ୍ରରେ ବ୍ୟତିକ୍ରମ ହେଉଛି ସେ ମୂଳତଃ ନିଜର ରାଜନୈତିକ କ୍ୟାରିୟର ବିଜେପି କିମ୍ବା ସଂଘ ପରିବାରରୁ ଆରମ୍ଭ କରିନାହାଁନ୍ତି। ସର୍ବାପ୍ରଥମେ ୧୯୯୫ ମସିହାରେ ସେ ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିବା ସହ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ବିହାର ରାଜନୀତିରେ ବଡ଼ ଚର୍ଚ୍ଚା, ନୀତିଶ ରାଜ୍ୟସଭା ଯିବାପରେ ମୁଖ୍ୟମନ୍ତ୍ରୀ ହେବ କିଏ?
ନିତ୍ୟାନନ୍ଦ ରାୟ: ବିହାରର ଉଜିୟାରପୁର ଲୋକସଭା ଆସନର ସାଂସଦ ହେଉଛନ୍ତି ନିତ୍ୟାନନ୍ଦ ରାୟ। ଯିଏ ୨୦୧୪, ୨୦୧୯, ୨୦୨୪ ଲୋକସଭାରେ ନିର୍ବାଚନରେ ଉଜିୟାରପୁର ଆସନରୁ ଲଗାତାର ୩ ଥର ନିର୍ବାଚିତ ହୋଇଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ନିତ୍ୟାନନ୍ଦ ରାୟ। ସେ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ଗ୍ରହଣ ପୂର୍ବରୁ ବିହାର ବିଜେପି ରାଜ୍ୟ ବିଜେପି ସଭାପତି ଭାବେ କାର୍ଯ୍ୟ କରି ସାରିଛନ୍ତି। ଯିଏ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା। ସେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଭାବେ ୨୦୧୯ ମେ ୩୧ ତାରିଖରୁ କାର୍ଯ୍ୟରତ ଅଛନ୍ତି। ତାଙ୍କ ଗୁରୁ ଦାୟିତ୍ୱ ଦିଆଯିବା ନେଇ ପୂର୍ବରୁ ଅନେକ ଥର କହି ସାରିଛନ୍ତି ବିଜେପି ଚାଣକ୍ୟ ଅମିତ ଶାହ। ନିତ୍ୟାନନ୍ଦ ରାୟ ଯାଦବ ସମ୍ପ୍ରଦାୟରୁ ଆସୁଛନ୍ତି। ତାଙ୍କ କ୍ଷେତ୍ରରେ ବ୍ୟତିକ୍ରମ ହେଉଛି ବିଜେପି ଦଳର ଜଣେ ଯାଦବ ଚେହେରାଙ୍କ ମୁଖ୍ୟମନ୍ତ୍ରୀ ପଦରେ ବସାଇ ସାରିଛି। ସେ ହେଉଛନ୍ତି ବର୍ତ୍ତମାନର ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ।
ସଞ୍ଜୀବ ଚୌରାସିଆ: ରାଜ୍ୟର ଦୀଘା ବିଧାନସଭା ଆସନର ବର୍ତ୍ତମାନର ବିଧାୟକ ହେଉଛନ୍ତି ସଞ୍ଜୀବ ଚୌରାସିଆ। ଏହି ଆସନରୁ ସେ ୨୦୧୫, ୨୦୨୦, ୨୦୨୫ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବାଜିମାତ କରିଛନ୍ତି। ତାଙ୍କ ପିତା ଗଙ୍ଗା ପ୍ରସାଦ ଚୌରାସିଆ ପୂର୍ବରୁ ବିଧାୟକ ଭାବେ ନିର୍ବାଚିତ ହୋଇ ସାରିଛନ୍ତି। ଗଙ୍ଗା ପ୍ରସାଦ ଚୌରାସିଆ ବିହାର ବିଜେପି ରାଜ୍ୟ ଶାଖାର ପ୍ରତିଷ୍ଠାତା ସଭ୍ୟ ଭାବେ ଜଣାଶୁଣା। ମୁଖ୍ୟମନ୍ତ୍ରୀ ନୀତିଶ କୁାମରଙ୍କ ଭଳି ସେ ପଛୁଆ ବର୍ଗରୁ ଆସୁଛନ୍ତି। ତାଙ୍କ କ୍ଷେତ୍ରରେ ବ୍ୟତିକ୍ରମ ହେଉଛନ୍ତି ବର୍ତ୍ତମାନର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବାଙ୍କିପୁର ବିଧାନସଭା ଆସନର ବିଧାୟକ ଅଛନ୍ତି। ଏହି ୨ ନିର୍ବାଚନମଣ୍ଡଳୀ ପାଟନା ଜିଲ୍ଲାରେ ଅବସ୍ଥିତ।
ଜନକ ରାମ: ୫୨ ବର୍ଷୀୟ ଜନକ ରାମ ହେଉଛନ୍ତି ବିହାର ବିଜେପି ରାଜ୍ୟ ଶାଖାର ଜଣେ ଜଣାଶୁଣା ଦଳିତ ଚେହେରା। ଯିଏ ରବିଦାସ ସମ୍ପ୍ରଦାୟରୁ ପ୍ରତିନିଧିତ୍ୱ କରୁଛନ୍ତି। ଯଦି ଦଳ କୌଣସି ଦଳିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରେ ସେ ପ୍ରଥମ ପସନ୍ଦ ଅଛନ୍ତି। ଜନକ ରାମଙ୍କ ପାଇଁ ଅସୁବିଧା ହେଉଛି ତାଙ୍କ ଦଳ ବିଜେପି ଶିବେଶ କୁମାରଙ୍କୁ ରାଜ୍ୟସଭା ଟିକେଟ ଦେଇସାରିଛି। ଉଭୟ ନେତା ରବିଦାସ ସମ୍ପ୍ରଦାୟରୁ ଆସୁଛନ୍ତି।
ଡକ୍ଟର ଦିଲ୍ଲୀପ ଜୈସ୍ୱାଲ: ବର୍ତ୍ତମାନ ବିହାର ସରକାରରେ ସଡ଼କ ନିର୍ମାଣ ମନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି ଡକ୍ଟର ଦିଲ୍ଲୀପ ଜୈସ୍ୱାଲ। ଯିଏ ବୈଶ୍ୟ ସମ୍ପ୍ରଦାୟରୁ ପ୍ରତିନିଧିତ୍ୱ କରୁଛନ୍ତି। ଯଦି ବିଜେପି ଦଳର କୌଣସି ବୈଶ୍ୟ ନେତାଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରେ ସେ ଦଳ ପାଇଁ ପ୍ରଥମ ପସନ୍ଦ ହୋଇପାରନ୍ତି। ଗତ ବର୍ଷ ଅନୁଷ୍ଠିତ ହୋଇଥିବା ବିହାର ବିଧାନସଭା ନିର୍ବାଚନ ସମୟରେ ସେ ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରୁଥିଲେ।
ଇସ୍ତଫା ପରେ ୬ ମାସ CM ରହିପାରିବେ ନୀତିଶ କୁମାର, ଜାଣନ୍ତୁ କ'ଣ କହୁଛି ନିୟମ...
ଗାୟତ୍ରୀ ଦେବୀ: ବିହାରର ସୀତାମଢି ଜିଲ୍ଲାର ପରିହାର ଆସନର ବିଧାୟକ ହେଉଛନ୍ତି ଗାୟତ୍ରୀ ଦେବୀ। ଯଦି ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରେ ତାହେଲେ ସେ ହେବେ ରାଜ୍ୟର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ। ତାଙ୍କ ପୂର୍ବରୁ ରାବ୍ରୀ ଦେବୀ ବିହାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଛନ୍ତି। ଉଭୟ ଗାୟତ୍ରୀ ଦେବୀ ଏବେ ରାବ୍ରି ଦେବୀ ଯାଦବ ସମ୍ପ୍ରଦାୟରୁ ଆସୁଛନ୍ତି।
ଯଦିଓ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କୌଣସି ବିଜେପି ନେତା ହେବ ଥୟ। ହେଲେ ନୂତିଶ କୁମାରଙ୍କ ବିନା ଆର୍ଶୀବାଦରେ ବିଜେପି ନେତୃତ୍ୱ ଦଳର କୌଣସି ନେତାଙ୍କ ନାମରେ ମୋହର ମାରିବାର ସମ୍ଭାବନା ନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories