Viral News / ପ୍ରେସର କୁକର ଧରି ଥାନାରେ ପହଞ୍ଚିଲେ ...."୨୦ଥର ସିଟି ଦେବାପରେ ବି ମଟନ ସିଝିଲାନି"
·3 months ago·2 min read

Key Points
20ଟି ସିଟି ପରେ ବି ସିଝିଲା ନାହିଁ ମଟନ
ମଟନ ନେଇ ସିଧା ପୋଲିସ ଷ୍ଟେସନ
ଗ୍ୟାସ ସରିଗଲା ପରେ ମୋ ରାଗ ଚଢ଼ିଗଲା
ମଟନ ନେଇ ସିଧା ପୋଲିସ ଷ୍ଟେସନ
ଗ୍ୟାସ ସରିଗଲା ପରେ ମୋ ରାଗ ଚଢ଼ିଗଲା
ପୋଲିସ ଷ୍ଟେସନଗୁଡ଼ିକ ସାଧାରଣତଃ ଝଗଡ଼ା, ଚୋରି କିମ୍ବା ଅନ୍ୟାନ୍ୟ ଅପରାଧ ସମ୍ବନ୍ଧୀୟ ଅଭିଯୋଗ କରିବାପାଇଁ ଲୋକ ଯାଇଥାଆନ୍ତି। କିନ୍ତୁ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ତାଡ଼ିପତ୍ରିର ଜଣେ ବ୍ୟକ୍ତି ପୋଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଥିଲେ। ସେ ଅଭିଯୋଗ କରିଥିଲେ ଯେ ସେ ବଜାରରୁ କିଣିଥିବା ମଟନ୍ ଯେତେ ରାନ୍ଧିଲେ ମଧ୍ୟ ତାହା ରାନ୍ଧି ହେଉନାହିଁ। ମୁଁ ଯେତେ ଚେଷ୍ଟା କଲେ ବି ବିଫଳ ହେଲି। ଏତେ ଟଙ୍କା ଦେଇ କିଣିଥିଲି କିନ୍ତୁ ସେ ଦୋକାନୀ ମୋତେ ନିମ୍ନମାନର ମଟନ ଦେଇ ଠକିଦେଲା। ମୋତେ ବହୁତ ରାଗ ଲାଗିଲା ମୁଁ ଆଉ କଣ କରିବି। ମୋ ପଇସାର କଣ ମୂଲ୍ୟ ନାହିଁ ସେଥିପାଇଁ ଆପଣଙ୍କ ପାଖକୁ ଚାଲିଆସିଛି। ଆପଣ ଅଭିଯୋଗ ଗ୍ରହଣ କରନ୍ତୁ ଆଉ ଏହି ସମସ୍ୟାର ସମାଧାନ କରନ୍ତୁ। ଜଣେ ଲୋକ ପଇସା ଦେଇ ଜିନିଷ ଯେତେବେଳେ କିଣୁଛି ସେତେବେଳେ ସେ ଭରସା କରୁଛି ଭଲ ଜିନିଷ ହୋଇଥିବ କିନ୍ତୁ ସାଧାରଣ ଲୋକଙ୍କୁ ଦୋକାନୀ ଏମିତି ଠକିଲେ କେମିତି ହେବ।
ତାଡ଼ିପତ୍ରିର ବାସିନ୍ଦା ସୋଡ଼ା ହାଜି ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ବଜାରରୁ ମଟନ୍ କିଣି ବହୁତ ଆଶା ନେଇ ଘରକୁ ନେଇଗଲେ। ସେ ଏହାକୁ ଏକ ସ୍ୱାଦିଷ୍ଟ କରୀ ପ୍ରସ୍ତୁତ କରିବା ପାଇଁ ପ୍ରେସର କୁକରରେ ରଖିଲେ। ଗୋଟିଏ କି ଦୁଇଟି ନୁହେଁ ବରଂ 20ଟି ସିଟି ମାରିବା ପରେ ମଧ୍ୟ ମାଂସ ସିଝି ନ ଥିଲା। । ମାଂସ ସେମିତି ପଥର ଭଳିଆ ରହିଲା। ବ୍ୟକ୍ତି ଜଣକ ଭାବିଲେ ଯେ, ଦୋକାନୀ ତାଙ୍କୁ ନିମ୍ନମାନର ମାଂସ ବିକ୍ରୟ କରି ଠକିଦେଇଛନ୍ତି। ସେ ଏତେ ଟଙ୍କାରେ କିଣିଥିବା ମାଂସ ଠିକ୍ ଭାବରେ ସିଝୁ ନ ଥିବାରୁ ପୁରା ରାଗିଯାଇଥିଲେ। ମାଂସ କରିବା ଚକରରେ ଗ୍ୟାସ ମଧ୍ୟ ସରିଗଲା। ସେଥିପାଇଁ ପ୍ରେସର କୁକର ସହ ମଟନକୁ ନେଇ ସିଧା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ।
ଏଥିସହ ପଢ଼ନ୍ତୁ: ବାସନ ନ ଧୋଇବାକୁ ନେଇ ବିବାଦ, ସିଧା ୧୧୨କୁ କଲ୍ ଲଗାଇଲେ ପତ୍ନୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories