Viral Story / ବାସନ ନ ଧୋଇବାକୁ ନେଇ ବିବାଦ, ସିଧା ୧୧୨କୁ କଲ୍ ଲଗାଇଲେ ପତ୍ନୀ
·3 months ago·2 min read

Key Points
ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ରୋଷେଇ ଘରେ ପାଟିତୁଣ୍ଡ
ସିଧା ୧୧୨ ଡାଏଲ୍ କଲେ ମହିଳା
ଘରେ ପହଞ୍ଚିଲା ପୋଲିସ
ସିଧା ୧୧୨ ଡାଏଲ୍ କଲେ ମହିଳା
ଘରେ ପହଞ୍ଚିଲା ପୋଲିସ
ଦମ୍ପତିଙ୍କ ମଧ୍ୟରେ ବଚସା ହେବା ଏକ ସାଧାରଣ କଥା । ପ୍ରତିଟି ଘରେ ବୈବାହିକ ଜୀବନରେ ଏହା ଦେଖିବାକୁ ମିଳେ । କିନ୍ତୁ ଉତ୍ତରପ୍ରଦେଶର ଏହି ଘରୋଇ କଳି ସିଧା ପୋଲିସ ଷ୍ଟେସନରେ ପହଞ୍ଚିଛି । ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡର କାରଣ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେଉଛନ୍ତି । ଏଠାରେ ଝଗଡ଼ା ପଛରେ କୌଣସି ମାରପିଟ ବା ଯୌତୁକ କାରଣ ନାହିଁ, ବରଂ ରୋଷେଇ ଘର ସିଙ୍କରେ ପଡ଼ିଥିବା ଅଇଁଠା ବାସନ । ଯେତେବେଳେ ରୋଷେଇ ଘରେ ବାସନ ସଫା ହୋଇନଥିବା ମହିଳଆ ଜଣକ ଦେଖିଥିଲେ, ସେତେବେଳେ ସିଧା ପୋଲିସକୁ ଖବର ଦେଇଥିଲେ ।
ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାର ସୋନହା ଥାନା ଅଞ୍ଚଳରେ ଏହି ଅସାଧାରଣ ଘଟଣା ଘଟିଛି । ସାଧାରଣତଃ ପୋଲିସ କୌଣସି ବଡ଼ ଘଟଣା ବା ଅପରାଧ ଘଟିଲେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥାଏ । ହେଲେ ଏଠାରେ ଘଟଣା ରୋଷେଇ ଘରର ସଫାସୁତୁରାକୁ ନେଇ ଥିଲା । ଯେତେବେଳେ ମହିଳା ଜଣକ ରାତ୍ରିଭୋଜନ ପାଇଁ ରୋଷେଇ ଘରକୁ ଯାଇଥିଲେ, ସେତେବେଳେ ସିଙ୍କରେ ବାସନ ପଡ଼ିଥିବା ଦେଖି ପ୍ରଚଣ୍ଡ ରାଗି ଯାଇଥିଲେ ।
ପଢନ୍ତୁ ଏହି ଖବର: ମରିବା ପରେ କେମିତି ଲାଗେ ? ଏଠି ବଞ୍ଚିବା ଅବସ୍ଥାରେ ବି ହୁଏ ମୃତ୍ୟୁର ଟ୍ରାଏଲ୍
ମହିଳା ଜଣକ ପୂର୍ବରୁ ଅନେକ ଥର ସ୍ଵାମୀଙ୍କୁ ବାସନ ଧୋଇବାକୁ କହୁଥିଲେ, କିନ୍ତୁ ବ୍ୟକ୍ତି ଜଣକ କେବେ ବି ବାସନ ଧୋଉନଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ଥର ଛୋଟମୋଟ ଝଗଡ଼ା ବି ହେଉଥିଲା । ହେଲେ ଏଥର ମହିଳା ଜଣକ ଏତେ ରାଗିଯାଇଥିଲେ ଯେ ସିଧା ପୋଲିସକୁ କଲ୍ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମହିଳା ଜଣକ କହିଥିଲେ ଯେ 'ଯଦି ବାସନ ସଫା ହେବନି, ତେବେ ରାତି ପାଇଁ ଖାଇବା କିପରି ପ୍ରସ୍ତୁତ ହେବ ?' ପୋଲିସ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଏହି ଝଗଡ଼ାକୁ ସେଠାରେ ସମାଧାନ କରିଥିଲେ । ଏହି ଦମ୍ପତିଙ୍କ ବିବାହକୁ ୨ ବର୍ଷ ହୋଇଥିବା ସ୍ଥାନୀୟ ପୋଲିସ କହିଛି ।
ଏହି ଘଟଣାଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏକ ସାଧାରଣ ଘଟଣା ପାଇଁ ପୋଲିସକୁ ଖବର ଦେବାକୁ କିଛି ଲୋକ ଥଟ୍ଟାମଜା କରୁଥିବାବେଳେ ଆଉ କିଛି ୟୁଜର ବିରକ୍ତି ଭାବ ମଧ୍ୟ ପ୍ରକାଶ କରିଛନ୍ତି । ଏକ୍ସରେ ଜଣେ ୟୁଜର ଲେଖିଛନ୍ତି, "ଏବେ ବାସନ ମାଜିଦେବାଟା ହିଁ ଭଲ, ନଚେତ କେତେବେଳେ ବି ଘରେ ପୋଲିସ ପହଞ୍ଚିପାରେ ।"
ଅଧିକ ଖବର ପଢନ୍ତୁ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories