Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅଧିକରୁ ଅଧିକ ମତଦାନ ପାଇଁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

National

ଅଧିକରୁ ଅଧିକ ମତଦାନ ପାଇଁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Jitendra Dash
Browse all articles by Jitendra Dash
·2 years ago·2 min read
ଅଧିକରୁ ଅଧିକ ମତଦାନ ପାଇଁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : ଅଧିକରୁ ଅଧିକ ମତଦାନ ପାଇଁ ମୋଦିଙ୍କ ଅପିଲ୍ । ଅଧିକରୁ ଅଧିକ ମତଦାନ ପାଇଁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ । ଦେଶର ୧୦୨ ଲୋକସଭା ଆସନ ପାଇଁ ଚାଲିଛି ଭୋଟିଂ । ରେକର୍ଡ ସଂଖ୍ୟାରେ ମତଦାନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା । ‘ଯୁବ ଓ ପ୍ରଥମ ଥର ଭୋଟର ଅଧିକ ସଂଖ୍ୟାରେ ଭୋଟ୍ ଦିଅନ୍ତୁ’ । ପ୍ରତିଟି ଭୋଟ ମହତ୍ତ୍ଵପୂର୍ଣ୍ଣ, ପ୍ରତିଟି ମତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେପଟେ ଅଧିକରୁ ଅଧିକ ମତଦାନ ପାଇଁ ଅପିଲ୍ ବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇସାରିଛି । ଦେଶର ୧୦୨ ଆସନ ପାଇଁ ଚାଲିଛି ମତଦାନ, ରେକର୍ଡ ସଂଖ୍ୟକ ଭୋଟ୍ ଦିଅନ୍ତୁ । ଯୁବ ଭୋଟର, ପ୍ରଥମ ଥର ଭୋଟ୍ ଦେଉଥିବା ଭୋଟର ସର୍ବାଧିକ ସଂଖ୍ୟାରେ ଭୋଟ୍ ଦିଅନ୍ତୁ । ଆପଣମାନଙ୍କ ମଧ୍ୟରୁ ଗୋଟିଏ ଭୋଟ୍ ଭାରତ ପାଇଁ ଏକ ଉଜ୍ବଳ ଭବିଷ୍ୟତ ନିଶ୍ଚିତ କରିବ । 

ଆଜିଠୁ ଆରମ୍ଭ ହେଉଛି ଗଣତନ୍ତ୍ରର ମହାପର୍ବ । ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ପଡ଼ୁଛି ଭୋଟ୍ । ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ସିଟ୍ ପାଇଁ ହେଉଛି ଭୋଟିଂ । ତାମିଲନାଡ଼ୁର ସମସ୍ତ ୩୯ ସିଟ୍, ରାଜସ୍ଥାନର ୧୨, ଉତ୍ତର ପ୍ରଦେଶର ୮, ମଧ୍ୟପ୍ରଦେଶର ୬, ଆସାମ-ମହାରାଷ୍ଟ୍ର-ଉତ୍ତରାଖଣ୍ଡର ୫ଟି ଲେଖାଏଁ ସିଟରେ ଭୋଟିଂ ହେବ । ସେହିପରି ପୁଡ଼ୁଚେରୀ, ଲାକ୍ଷାଦୀପ, ଜମ୍ମୁକାଶ୍ମୀର, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ଗୋଟିଏ ଲେଖାଏଁ ସିଟରେ ବି ମତଦାନ କରିବେ ଜନତା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ : ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ପଡ଼ୁଛି ଭୋଟ୍

ଏହାବାଦ ଛତିଶଗଡ଼ର ମାଓପ୍ରବଣ ବସ୍ତରରେ ବି ପ୍ରଥମ ପର୍ଯ୍ୟାୟରେ ଭୋଟ୍ ପଡ଼ିବ। ୧୦୨ଟି ଆସନରେ ମୋଟ୍ ୧୬୨୫ ଜଣ ପ୍ରାର୍ଥୀ ରହିଥିବା ବେଳେ ପୁରୁଷ ୧୪୯୧ ଓ ୧୩୪ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ସେହିପରି କାଭାଁ ସ୍ଥାନକୁ ଛାଡ଼ିଦେଲେ ଅଧିକାଂଶ ଜାଗାରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ପ୍ରଥମ ପର୍ଯ୍ୟାୟରେ ମୋଟ୍ ୧୬.୬୩ କୋଟି ଭୋଟର୍ ରହିଛନ୍ତି ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ୮.୪ କୋଟି ପୁରୁଷ ଓ ୮.୨୩ କୋଟି ମହିଳା ।  ପାଖାପାଖି ୩୫ ଲକ୍ଷ ୬୭ ହଜାର ନୂଆ ଭୋଟର୍ ପ୍ରଥମ ପର୍ଯ୍ୟାୟରେ ମତଦାନ କରିବେ । 
 

Sponsored
Prime Minister and Union Minister Dharmendra Pradhan appealed for more voting | Argus News