Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଶାର ଭାଷା, ସ୍ୱାଭିମାନ, ଗୌରବ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ

National

ଓଡ଼ିଶାର ଭାଷା, ସ୍ୱାଭିମାନ, ଗୌରବ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଓଡ଼ିଶାର ଭାଷା, ସ୍ୱାଭିମାନ, ଗୌରବ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ

ଅର୍ଗସ ବ୍ୟୁରୋ:  ମେ ୧୩ରେ ହେବ ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଚାରି ପର୍ଯ୍ୟାୟ ନିର୍ବାଚନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟର ହେବ ଶୁଭାରମ୍ଭ । ଆଉ ଏହାର ବହୁ ପୂର୍ବରୁ ଖୋଦ ପ୍ରଧାନମନ୍ତ୍ରୀ ଦେଇଛନ୍ତି ଯୁଦ୍ଧଂ ଦେହୀ ଡାକରା । ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି ସଙ୍କଟରେ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ । ଓଡିଆ ଲୋକମାନେ ବେଶୀ ଦିନ ସହିବେ ନାହିଁ ବୋଲି କହି ପରିବର୍ତ୍ତନର ଦେଲେ ଆହ୍ଵାନ ।

ଓଡିଶା ଅମାପ ପ୍ରାକୃତିକ ସମ୍ପଦର ବୈଭବ । ଏହାର ସଦୁପଯୋଗ ଓଡିଶାକୁ ଏକ ନମ୍ବର କରିପାରିଥାନ୍ତା । ଓଡିଶାର ଦୁର୍ଗତି ପାଇଁ ପ୍ରଧାନମନ୍ତ୍ରୀଙ୍କ ନିଶାନାରେ ବିଜେଡି । ନବୀନ ପଟ୍ଟନାୟକଙ୍କ ୨୫ ବର୍ଷର ଶାସନ ସ୍ଥାଣୁ, ଅପାରଗ, ଉତ୍ତରଦାୟୀ ନୁହେଁ ବୋଲି ଦେଲେ ସ୍ପଷ୍ଟ ବାର୍ତ୍ତା । ମୋଦି ଓଡିଶାରେ ପ୍ରବଳ ଜନପ୍ରିୟ । ଓଡିଶାର ମଇଦାନକୁ ଓହ୍ଲାଇ କରିଦେବେ କି ଓଲଟ ପାଲଟ ? ମୋଦିଙ୍କ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆର ପାର ଲଢେଇ କଥା କହିଥିଲେ ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୀର୍ଘଦିନରୁ ଓଡିଆ ଅସ୍ମିତା, ସ୍ଵାଭିମାନ, ବିକାଶ ପ୍ରସଙ୍ଗରେ ବିଜେଡି ସରକାରକୁ ଘେରି ଆସୁଛନ୍ତି । ଓଡିଶାର ଅସ୍ମିତା ନିଆଁରେ ଘିଅ ଢାଳିଛି  ବିଜେଡିର ଦୁଇ ନମ୍ବର ଷ୍ଟାର ପ୍ରଚାରକ ପାଣ୍ଡିଆନଙ୍କ ଦଳରେ ଆଧିପତ୍ୟ । ନରେନ୍ଦ୍ର ମୋଦି, ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନ, ବିପ୍ଲବ ଦେବଙ୍କ କଡା ଆଭିମୁଖ୍ୟ ଏବେ ସେଟ୍ କରିଛି ଲଢେଇର ମୁଡ୍ ।

୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ୩୮ ପ୍ରତିଶତ ଓ ବିଜେଡିକୁ ୪୨ ପ୍ରତିଶତ ଭୋଟ ମିଳିଛି । କିନ୍ତୁ ଏଥର ଓଡିଶାରେ ବିଜେପି ଏକ ନମ୍ବର ହେବ ବୋଲି ନିର୍ବାଚନ ବିଶେଷଜ୍ଞଙ୍କ ମତ । ବିଧାନସଭା ନିର୍ବାଚନରେ ୨୦୧୪ ତୁଳନାରେ ୨୦୧୯ରେ ଦ୍ଵିଗୁଣିତ ହୋଇଛି ବିଜେପି ଭୋଟ୍ । ଗତଥର ଓଡିଶାବାସୀ କରିଥିଲେ ଦୁଇ ପ୍ରକାର ମତଦାନ । ନବୀନଙ୍କ ୨୧ରୁ ୨୧ ଲୋକସଭା ଆସନକୁ ଓଡିଶାବାସୀ ପ୍ରତ୍ୟାଖାନ କରିଥିଲେ । ଏଥର ମୋଦି, ଅମିତ ଶାହ, ଜେ.ପି ନଡ୍ଡା ଓ ବିଜେପିର ତୁଙ୍ଗ ନେତୃତ୍ଵଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ବିଜେପି ମୁହାଁ ହେବେ ବି ଓଡିଶା ଭୋଟର । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଓଡିଶା ସରକାରକୁ ଟାର୍ଗେଟ କରିଥିଲେ ।ପ୍ରଧାନମନ୍ତ୍ରୀଙ୍କ ବୟାନକୁ ସ୍ଵାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ପିଏମ୍ ମୋଦି ଓଡ଼ିଶାରେ ୪ ପର୍ଯ୍ୟାୟ ନିର୍ବାଚନ ପାଇଁ ଏଜେଣ୍ଡା ସେଟ୍ କରିଛନ୍ତି । ଏଥର ଓଡ଼ିଶାରେ ନିଶ୍ଚୟ ସରକାର ଗଢ଼ିବ ଭାରତୀୟ ଜନତା ପାର୍ଟି । ଲୋକସଭାରେ ୨୧ରୁ ୨୧ ଆସନ ଜିତିବ ବିଜେପି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡିଶା ଗୋଟିଏ ଭାବପ୍ରବଣ ଜାତି । ଓଡିଶା ଭୌତିକ ଦୃଷ୍ଟିରୁ ପଛୁଆ ହେଲେ ବି ବୌଦ୍ଧିକ ଦୃଷ୍ଟିରୁ ଢେର ଆଗୁଆ । ସ୍ଵାଧୀନତା ପୂର୍ବରୁ ଓଡିଆ ଜାତି ଲଢିଥିଲା ଅସ୍ମିତାର ଲଢେଇ । ୧୯୩୬ରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ହୋଇଥିଲା ଓଡିଶା । ଭାଷା ହେଉଛି ଓଡିଆଙ୍କ ଭାବ ପ୍ରବଣତାର କେନ୍ଦ୍ରବିନ୍ଦୁ। ଓଡିଆଙ୍କ ବଦଳରେ ବାହାରିଆଙ୍କ ନେତୃତ୍ଵ ଓଡିଆଙ୍କ ଭାବାବେଗକୁ କରିଛି କି ଆହତ ? ଶାନ୍ତ, ସରଳ, ଦୃଢମନା ଓଡିଆ ଜାତି ନିଜର ମତ ମାଧ୍ୟମରେ ଆହତ ଭାବନାର ଦେବେ କି କଡା ଜବାବ ?

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Sponsored
Prime Minister big statement about Odisha language, culture and glory | Argus News