Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୬୧ଟି ଫସଲର ୧୦୯ପ୍ରକାର ଅମଳକ୍ଷମ ବିହନ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
୬୧ଟି ଫସଲର ୧୦୯ପ୍ରକାର ଅମଳକ୍ଷମ ବିହନ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : କୃଷକଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର । କୃଷି କ୍ଷେତ୍ରକୁ ଗୁରୁତ୍ବ । ୬୧ଟି ଫସଲର ୧୦୯ପ୍ରକାର ଅମଳକ୍ଷମ ବିହନ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ମୋଦି । ଏଥିମଧ୍ୟରେ ୩୪ଟି କ୍ଷେତ ଫସଲ ବା ଫିଲ୍ଡ କ୍ରପ ରହିଥିବାବେଳେ ୨୭ଟି  ହର୍ଟିକଲଚର ବିହନ ରହିଛି । ଅଧିକ ଅମଳକ୍ଷମ ଓ ପରିବେଶ ଅନୁକୂଳ ବିହନର ବିକାଶ କରିବାକୁ ମୋଦି ସରକାରଙ୍କ ପଦକ୍ଷେପର ଫଳ ମିଳିଛି । ଭାରତୀୟ କୃଷି କ୍ଷେତ୍ରରେ ନୂଆ ବିପ୍ଳବ ଆଣିବାକୁ ଓ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଳ ଦେବା ପାଇଁ ମୋଦି ସରକାରଙ୍କ ଏହି ପ୍ରୟାସକୁ ଚାଷୀ ପ୍ରଶଂସା କରିଛନ୍ତି । ଫସଲ ଉତ୍ପାଦନରେ ଚାଷୀଙ୍କ ସମସ୍ୟାକୁ ଦୃଷ୍ଚିରେ ରଖି ନୂଆ ବୀଜର ବିକଶିତ କରିଛନ୍ତି ବୈଜ୍ଞାନିକ । ଯେଉଁ ବିହନ ଉପରେ  ପ୍ରତିକୂଳ ଜଳବାୟୁର ପ୍ରଭାବ କମ ପଡ଼ିବ ବୋଲି ବୈଜ୍ଞାନିକ ଦାବି କରିଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର

ପିଏମ ଜାରି କରିଥିବା ବିହନ ମଧ୍ୟରେ ଆଖୁ, ପରିବା,ବାଦାମ, ଦଳଦୀ, ମସଲା ଜାତୀୟ ଫସଲ ସହ ବିଭିନ୍ନ ଔଷଧୀୟ ବୀଜ ସାମିଲ ରହିଛି । କୁପୋଷଣ ସମସ୍ୟା ଦୂର କରିବାକୁ ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦି ସ୍ବତନ୍ତ୍ର କୃଷି ଅଭିଯାନ ଆରମ୍ଭ କରିବା ସହ ଉନ୍ନତ ବିହନ ବିକଶିତ କରିବାକୁ ବୈଜ୍ଞାନିକଙ୍କୁ ପରାମର୍ଶ ଦେଇଥିଲେ । ଏବେ ଭାରତର ବିହନ ବଜାରର ମୂଲ୍ୟ ୩ ଦଶମିକ ୬୧ ବିଲିୟନ ଡଲାର ରହିଛି । କୃଷି କାର୍ଯ୍ୟକ୍ରମରେ ସାମିଲ ହେବାସହ କୃଷକ ଓ କୃଷି ବୈଜ୍ଞାନିକଙ୍କ ସହ ଆଲୋଚନା କରିଛନ୍ତି ପିଏମ ମୋଦି । ଜାରି ହୋଇଥିବା ନୂଆ ବିହନ କୃଷକଙ୍କ ଆୟ ବଢ଼ାଇବା ସମ୍ଭାବନା ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister launched 109 types of harvestable seeds of 61 crops | Argus News