Videos
|
National

ଐତିହାସିକ ବିଜୟ ପାଇଁ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଐତିହାସିକ ବିଜୟ ପାଇଁ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ : ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ବନ୍ଧୁ ସମ୍ବୋଧନ କରି ଏକ୍ସରେ ଶୁଭେଚ୍ଛା ଜଣାଇଲେ ମୋଦି । ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ ମୋଦି । ସେ ଲେଖିଛନ୍ତି, 'ଆଗାମୀ ଦିନରେ ଭାରତ-ଆମେରିକା ସଂପର୍କ ଆହୁରି ସୁଦୃଢ଼ ହେବ' । ବିଶ୍ବରେ ଶାନ୍ତି, ସ୍ଥିରତା ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ମିଶି କାମ କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅଧିକ ପଢନ୍ତୁ : ଆମେରିକାର 47ତମ ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ୍

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ରେସ୍‌ରେ ବାଜି ମାରିଛନ୍ତି  ​​ଡୋନାଲ୍ଡ ଟ୍ରମ୍ପ ।  ରିପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସଙ୍କୁ ହରାଇଛନ୍ତି।  ଦ୍ବିତୀୟ ଥର ଆମେରିକାର ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ୍ । ହ୍ବାଇଟ୍ ହାଉସକୁ ଟ୍ରମ୍ପଙ୍କ ଜୋରଦାର ପ୍ରତ୍ୟାବର୍ତ୍ତନ । ବିଜୟ ପରେ ନିଜ ସମର୍ଥକଙ୍କ ପାଖରେ ପହଞ୍ଚିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ବିଜୟ ଭାଷଣ ଦେଇଛନ୍ତି। ନିଜର ବିଜୟକୁ ଐତିହାସିକ ଓ ଅବିଶ୍ବସନୀୟ କହିଲେ ଟ୍ରମ୍ପ। `ଆମେରିକାର ଭବିଷ୍ୟତ ଲାଗି କାମ କରିବି'।`ମୋର ପ୍ରତ୍ୟେକଟି ମୁହୂର୍ତ୍ତ ଆମେରିକା ପାଇଁ ସମର୍ପିତ।'`ଆମେରିକା ଲାଗି ଏକ ସ୍ବର୍ଣ୍ଣିମ ମୁହୂର୍ତ୍ତ ଆସିଛି'। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Prime Minister Modi congratulated Trump for his historic victory | Argus News