Videos
|
National

ଡିଜିଟାଲ୍ ଠକେଇକୁ ରୋକିବା ପାଇଁ ସ୍ମାର୍ଟ ପଲିସିଂକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ବ

Swayangprajna Mishra
Browse all articles by Swayangprajna Mishra
·1 year ago
ଡିଜିଟାଲ୍ ଠକେଇକୁ ରୋକିବା ପାଇଁ ସ୍ମାର୍ଟ ପଲିସିଂକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ବ

ଅର୍ଗସ ବ୍ୟୁରୋ : ସ୍ମାର୍ଟ ପଲିସିଂକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ବ । ଜାତୀୟ ସୁରକ୍ଷା ଡିଜିପି-ଆଇଜିପି ସମ୍ମିଳନୀରେ ଡିଜିଟାଲ୍ ଠକେଇ, ସାଇବର ଅପରାଧ ରୋକିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ର ବ୍ୟବହାର ବୃଦ୍ଧି ଉପରେ ଜୋର ଦେଇଛନ୍ତି ପିଏମ । ଏହାସହିତ ବିକଶିତ ଭାରତ ସଂକଳ୍ପ ପୂରଣ ପାଇଁ ଆସ୍ପିରେସନ୍ ଇଣ୍ଡିଆରେ ମଧ୍ୟ ଦ୍ୱିଗୁଣ AI ଶକ୍ତି ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି। ସ୍ମାର୍ଟ ପଲିସିଂ ବ୍ୟବସ୍ଥା ଉପରେ ପୋଲିସ ଅଧିକ ଯତ୍ନଶୀଳ ଏବଂ ସ୍ୱଚ୍ଛ ହେବାକୁ ଆହ୍ୱାନ ଦେଇଛନ୍ତି ମୋଦି ।

ଅଧିକ ପଢନ୍ତୁ : ସରକାରୀ ଖଜାନାର ଆୟରେ ବଡ ଅଭିବୃଦ୍ଧି

ବିକଶିତ ଭରତ ଗଠନ ପାଇଁ ଆଧୁନିକୀକରଣ ଏବଂ ପୁନଃ ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନରେ ହ୍ୟାକଥନ୍ ସଫଳତା ବିଷୟରେ ଆଲୋଚନା କରିବା ସହ ଜାତୀୟ ପୋଲିସ୍ ହ୍ୟାକଥନ୍ ପାଇଁ ପରାମର୍ଶ ଦେଇଛନ୍ତି ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: