ମୋଦିଙ୍କ ବଡ଼ ବୟାନ, ସଙ୍କଟରେ ଓଡ଼ିଆ ଭାଷା, ଅସ୍ମିତା ଓ ସ୍ୱାଭିମାନ

ଅର୍ଗସ ବ୍ୟୁରୋ : ମୋଦିଙ୍କ ବଡ଼ ବୟାନ । ଓଡ଼ିଶାର ପୁରା ଅସ୍ମିତା ନିପାତ ଖତମ୍ ହେଉଛି । ଓଡ଼ିଶାର ଅସ୍ମିତା ସଂକଟରେ ଅଛି । ଓଡ଼ିଆ ଭାଷା ବିପଦରେ ପଡୁଛି । ଆଉ ବେଶୀ ଦିନ ଓଡ଼ିଶାବାସୀ ଏହା ସହିବେ ନାହିଁ ବୋଲି ଭାବୁଛି ବୋଲି କହିଛନ୍ତି ମୋଦି ।
ଏତେ ସମ୍ବଳ ଅଛି ଓଡ଼ିଶା ଦେଶର ସବୁଠୁ ଧନୀ ରାଜ୍ୟ ହୋଇପାରିଥାନ୍ତା । ଓଡ଼ିଶାର କଣ ଅବସ୍ଥା କରି ରଖିଛନ୍ତି ଆପଣ ଦେଖୁଛନ୍ତି । ଓଡ଼ିଶାର ଅବସ୍ଥା ଖରାପ କରି ରଖିଛି ବିଜେଡି ସରକାର । ଓଡ଼ିଶାର ସାଧାରଣ ଜନତାଙ୍କ ଭିତରେ ଆକାଂକ୍ଷା ଅଛି । ଓଡ଼ିଶାବାସୀଙ୍କର ସେବା କରିବାକୁ ଆମକୁ ସୁଯୋଗ ମିଳିବା ଦରକାର ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨ବିଜେପିକୁ ସୁଯୋଗ ମିଳିଲେ ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇବୁ । ଓଡ଼ିଶାରେ ବିଜେପି ଅଲଗା ରହିଆସିଛି । ବିଜେଡି ପ୍ରସଙ୍ଗ ଭିତ୍ତିରେ କେନ୍ଦ୍ରକୁ ସମର୍ଥନ ଦେଇଛି । ବହୁ ଦଳ ପ୍ରସଙ୍ଗ ଭିତ୍ତିରେ କେନ୍ଦ୍ରକୁ ସମର୍ଥନ ଦିଅନ୍ତି । ଓଡ଼ିଶାରେ ବିଜେଡି ସହ ବିଜେପିର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।