Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜମ୍ମୁ ବସ ଦୁର୍ଘଟଣା, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ଜମ୍ମୁ ବସ ଦୁର୍ଘଟଣା, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ଜମ୍ମୁ ବସ ଦୁର୍ଘଟଣାରେ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହାସହ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଘୋଷଣା କରିବା ସହ ଗୁରୁତରଙ୍କୁ 50 ହଜାର କ୍ଷତିପୁରଣ ରାଶି ଘୋଷଣା କରିଛନ୍ତି । ଜମ୍ମୁକାଶ୍ମୀର ଦୋଡା ଜିଲ୍ଲାରେ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ଗଭୀର ଖାଇକୁ ଖସିଛି ବସ୍ । ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ 36ରେ ପହଞ୍ଚିଲାଣି । ଯାତ୍ରୀବାହୀ ବସଟି କିସ୍ତୱାଡ୍ ରୁ ଜମ୍ମୁ ଯାଉଥିଲା । ଅସର ଅଞ୍ଚଳର ତୁଙ୍ଗରରେ ବସଟି 250 ମିଟର ଖାଇକୁ ଖସି ପଡିଥିଲା । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Narendra Modi condolences over the Jammu bus accident | Argus News