Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବରଗଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Manini Pattanayak
Browse all articles by Manini Pattanayak
·2 years ago·1 min read
ବରଗଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବରଗଡ:  ବରଗଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କନ୍ଧମାଳ, ବଲାଙ୍ଗିର ପରେ ଏବେ ବରଗଡର ବିଜେପିର ବିଶାଳ ଜନଶଭାରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ।   ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ସମେତ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଅଛନ୍ତି।  ମୋଦି ମୋଦି ନାରାରେ ପ୍ରକମ୍ପିତ ହେଲା  ସମାବେଶ। 

ଏହାପୂର୍ବରୁ  ବଲାଙ୍ଗିର ସଂକଳ୍ପ ସମାବେଶ ସଭାରେ ଯୋଗ ଦେଇଥିଲେ ମୋଦି।  ରାଜ୍ୟ ସରକାରଙ୍କୁ ଧୋଇଥିଲେ ମୋଦି। ନବୀନଙ୍କୁ ବାଜାବାଣ ବଜାଇ ଏଠାରୁ ବିଦା କରିଦିଅନ୍ତୁ। ନବୀନ ବାବୁ ଯଦି ଏଠାକୁ ପ୍ରଚାରରେ ଆସନ୍ତି, ତେବେ ତାଙ୍କୁ ପଚାରିବେ ନବୀନଙ୍କୁ ବିନା କାଗଜରେ କଣ୍ଟାବାଂଜିର ୧୦ ଗାଁ ନାଁ  କୁହନ୍ତୁ। ନବୀନ କଣ୍ଟାବାଂଜିର ୧୦ଟି ଗାଁ ନାଁ ବି କହିପାରିବେନି। ସେ ଆପଣଙ୍କ ସହ ନାହାନ୍ତି, ସେ ଆପଣଙ୍କ ଦୁଃଖ ବୁଝିପାରିବେନି। ସେଥିପାଇଁ ଧନୀ ଓଡ଼ିଶାର ଲୋକମାନେ ଗରିବ ବୋଲି କହିଥିଲେ ମୋଦି। ଓଡ଼ିଆ ଅସ୍ମିତା ଆଜି ସଂକଟରେ, ଆମେ କେବେ ଏହାକୁ ବନ୍ଧା ପକାଇବୁନି। ଓଡ଼ିଶାକୁ ଏହି ସଂକଟରୁ ଉଦ୍ଧାର କରିବାକୁ ବିଜେପି ସଂକଳ୍ପ କରିଛି। ଜୁନ୍‌ ୪ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌।  ଜୁନ୍‌ ୧୦ରେ ବିଜେପି ସରକାର ଶପଥ ନେବ, ଆପଣମାନଙ୍କୁ ନିମନ୍ତ୍ରଣ ରହିଲା ବୋଲି କହିଥିଲେ ମୋଦି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Narendra Modi in bargarh | Argus News