ଓଡ଼ିଶାର ସାଂସଦ ମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
·1 year ago

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ସାଂସଦ ମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରେରଣାଦାୟକ ବୈଠକ ବସିଥିଲା । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ `X' ରେ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଓଡ଼ିଶାର ସାଂସଦ ମାନଙ୍କୁ ମୂଲ୍ୟବାନ ସମୟ ଦେବା ସହିତ ତାଙ୍କର ମାର୍ଗଦର୍ଶନ, ପ୍ରେରଣା ଏବଂ ସମର୍ଥନ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି ଓଡ଼ିଆ ସାଂସଦ । ଓଡ଼ିଶାର ଦାୟିତ୍ବ ପୂରଣ କରିବାକୁ ଏବଂ ଲୋକଙ୍କ ଆକାଂକ୍ଷା ସହିତ ବିକାଶକୁ ତ୍ବରାନ୍ବିତ କରିବାକୁ ପ୍ରତିବଦ୍ଧ ବୋଲି ସୋସିଆଲ ମିଡିଆରେ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
