Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିନକ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

National

ଦିନକ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Banajyotshna Ray
Browse all articles by Banajyotshna Ray
·2 years ago
ଦିନକ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅର୍ଗସ ବ୍ୟୁରୋ: ମୋଦିଙ୍କ ଫୋକସରେ ଓଡ଼ିଶା । ଦିନକ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଣ୍ଡିଖୋଲରେ ବିଶାଳ ଜନ ସମାବେଶ ପାଇଁ ଯୋରଦାର ପ୍ରସ୍ତୁତି । 19 ହାଜର 600କୋଟିର ବିକାଶ ପ୍ରକଳ୍ପର ଲୋକାର୍ପଣ କରିବେ ମୋଦି । 24 ନିର୍ବାଚନ ପୂର୍ବରୁ ପିଏମଙ୍କ ଦ୍ଵିତୀୟ ଗସ୍ତକୁ ନେଇ ଉତ୍ସାହିତ ରାଜ୍ୟ ବିଜେପି  । ପ୍ରାକ୍ ନିର୍ବାଚନୀ ପରିବେଶ ଭିତରେ ମୋଦିଙ୍କ ଲଗାତାର ଦ୍ଵିତୀୟ ଗସ୍ତକୁ ନେଇ ରାଜ୍ୟ ରାଜନୀତି ବେଶ୍ ଉଷ୍ମ । ସରକାରୀ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ବିରାଟ ଜନସଭାକୁ କରିବେ ସମ୍ବୋଧନ। ପ୍ରଧାନମନ୍ତ୍ରୀ ଆସୁଥିବାରୁ ସ୍ଥାନୀୟ ଲୋକେ ଦଳମତ ନିର୍ବିଶେଷରେ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Narendra Modi will come to Odisha a day later | Argus News