Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଲେ ପ୍ରଧାନମନ୍ତ୍ରୀ

National

ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଲେ ପ୍ରଧାନମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ । ରାଷ୍ଟ୍ରପତିଙ୍କ ଅଭିଭାଷଣର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ କହିଛନ୍ତି, "ରାଷ୍ଟ୍ରପତି ଆମ ସମସ୍ତଙ୍କୁ ମାର୍ଗଦର୍ଶନ ଦେଇଛନ୍ତି । ରାଷ୍ଟ୍ରପତି ସଂସଦର ଗାରିମା ବୃଦ୍ଧି କରିଛନ୍ତି । ଗୃହରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ଦେଶରେ ଏକ ସଫଳ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଦେଶରେ ଜନତା ଆମକୁ ପୁଣିଥରେ ସୁଯୋଗ ଦେଇଛନ୍ତି । ଦଶର ୨୫ କୋଟି ଜନତା ଗରିବୀରୁ ମୁକ୍ତି ପାଇଛନ୍ତି । " ଜନତା ତୃତୀୟ ଥର ପାଇଁ ମୋଦି ସରକାର ବାଛିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି ।

ଅଧିକ ପଢନ୍ତୁ : ଆଜି ଲୋକସଭାରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସେହିପରି ବିରୋଧୀ ଦଳଙ୍କ ଉପରେ ଖୁବ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, କିଛି ଲୋକଙ୍କ ପୀଡା ମୁଁ ବୁଝି ପାରୁଛି । ସେମାନଙ୍କର ପରାଜୟର ପୀଡା ମୁଁ ବୁଝିପାରୁଛି । ଦୁର୍ନୀତି ପ୍ରତି 'ଶୂନ୍ୟ ସହ୍ୟ' ନୀତି ରହିବ ବୋଲି ପ୍ରଥମରୁ କହିଥିଲି । "
ତେବେ ବିରୋଧୀଙ୍କ ଜୋରଦାର ହଙ୍ଗାମା ପରେ ବିରୋଧୀଙ୍କୁ ତାଗିଦ କରିଛନ୍ତି ବାଚସ୍ପତି । ବିରୋଧୀଙ୍କୁ ଗୃହର ମଧ୍ୟ ଭାଗକୁ ଆସିବାକୁ ଉସୁକାଇବା ନେଇ ତାଗିଦ କରିଛନ୍ତି ବାଚସ୍ପତି । ଏହା ବିରୋଧୀ ଦଳ ନେତାଙ୍କ ମର୍ଯ୍ୟାଦାକୁ ଶୋଭା ପାଉନି ବୋଲି କହିଛନ୍ତି ବାଚସ୍ପତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Narendra Modi's speech in the Lok Sabha | Argus News