Videos
|
National

ତିନି ଦିନିଆ ବ୍ରୁନେଇ ଓ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ତିନି ଦିନିଆ ବ୍ରୁନେଇ ଓ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ତିନି ଦିନିଆ ବ୍ରୁନେଇ ଓ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି। ଏହା ହେଉଛି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବ୍ରୁନେଇକୁ ପ୍ରଥମ ଗସ୍ତ। ଏଠାରେ ସେ ବିଶ୍ୱର ସବୁଠାରୁ ଧନୀ ସୁଲତାନଙ୍କୁ ଭେଟିବେ। ବ୍ରୁନେଇର ରାଜା ସୁଲତାନ ହାଜି ହସନାଲ ବୋଲିକିଆହାଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରୁନେଇ ଗସ୍ତ କରିଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷୀକ ଆଲୋଚନା ହେବ। ଏଅବସରରେ ମୋଦି ବ୍ରୁନେଇର ବନ୍ଦର ସେରୀ ବେଗବାନରେ ଭାରତୀୟ ଦୂତାବାସର ନୂତନ କାର୍ଯ୍ୟାଳଯର ଉଦଘାଟନ କରିଥିଲେ। 

ବ୍ରୁନେଇରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହାପରେ ପିଏମ ମୋଦି ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ଭେଟିଥିଲେ। ଏହି ସମୟରେ ଜଣେ ନାବାଳିକା ଦ୍ବାରା ପ୍ରସ୍ତୁତ ଏକ ଫଟୋ ଚିତ୍ରରେ ନିଜର ହସ୍ତାକ୍ଷର କରିଥିଲେ।  ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଙ୍ଗାପୁର ଗସ୍ତ କରିବେ।

ବ୍ରୁନେଇ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଭାରତର 'ଆକ୍ଟ ଇଷ୍ଟ' ନୀତିରେ ଏବଂ ଭାରତ-ପ୍ରଶାନ୍ତ ମହାସାଗରରେ ଦୃଷ୍ଟିଭଙ୍ଗୀରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କର ଏହି ଗସ୍ତ କେବଳ ଦୁଇ ଦେଶ ନୁହେଁ ଭାରତର ସହଭାଗିତାକୁ ଆହୁରି ଦୃଢ଼ କରିବ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: