Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦେଶର ବିକାଶ ଯାତ୍ରାରେ ନାରୀ ଶକ୍ତିଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Smruti Parija
Browse all articles by Smruti Parija
·2 years ago
ଦେଶର ବିକାଶ ଯାତ୍ରାରେ ନାରୀ ଶକ୍ତିଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଅର୍ଗସ ବ୍ୟୁରୋ: ଦେଶର ବିକାଶ ଯାତ୍ରାରେ ନାରୀ ଶକ୍ତିଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା । ବର୍ଷର ଦ୍ବିତୀୟ ମନ କି ବାତରେ ମହିଳାଙ୍କ ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ।  ମନ କି ବାତ୍ କାର୍ଯ୍ୟକ୍ରମର 110 ତମ ସଂସ୍କରଣରେ କଳାହାଣ୍ଡି ଜିଲ୍ଲାର ଛେଳି ଚାଷୀ ଜୟନ୍ତୀ ମହାପାତ୍ରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପିଏମ । 

ଏଗ୍ରି ଗୋଟ୍ ବ୍ୟାଙ୍କ ଜରିଆରେ ଜୟନ୍ତୀ ମହାପାତ୍ର ଓ ବିରେନ୍ଦ୍ର ସାହୁ ଯୁବ ସମାଜକୁ ପ୍ରେରଣା ଯୋଗାଉଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ କୃଷି କ୍ଷେତ୍ରରେ ଡ୍ରୋନ ଜରିଆରେ ଔଷଧ ସିଞ୍ଚନ କରୁଥିବା ମହିଳାଙ୍କ ସହ ଫୋନ ଜରିଆରେ ଆଲୋଚନା କରିଥିଲେ ପିଏମ ମୋଦି । ତାଙ୍କୁ ମନେପକାଇଥିବାରୁ ପିଏମ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ଜୟନ୍ତୀ । 

ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister praised the contribution of women power in the development journey of the country | Argus News