Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର

National

ଆଜି ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଜି ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର

ଅର୍ଗସ ବ୍ୟୁରୋ :  ଆଜି ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର । ବାଡମେର ଓ ଦୌସାରେ ବିଜୟ ଶଙ୍ଖନାଦ ସମାବେଶକୁ ସମ୍ବୋଧନ କରିବେ ମୋଦି ।  ଅବ କି ବାର ୪୦୦ ପାର ଲକ୍ଷ୍ୟ ପୂରା କରିବାକୁ ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଉତ୍ତରାଖଣ୍ଡର ଋଷିକେଶରେ ଆଇଡିପିଏଲ୍‌ ସ୍ପୋର୍ଟସ ଗ୍ରାଉଣ୍ଡରେ ନିର୍ବାଚନ ରାଲିରେ ସମ୍ବୋଧିତ କରିଥିଲେ । ଋଷିକଶ ପରେ ରାଜସ୍ଥାନର କରୌଲୀରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଛନ୍ତି । କରୌଲୀରେ ବି ମୋଦି କଂଗ୍ରେସ ଉପରେ ଜୋରାଦର ବର୍ଷିଥିଲେ। ।

ଅଧିକ ପଢନ୍ତୁ : ଋଷିକେଶ ଓ କରୌଲୀରୁ କଂଗ୍ରେସକୁ ମୋଦିଙ୍କ ଜୋରଦାର ଆକ୍ରମଣ

ରାଜସ୍ଥାନର ୧୯ ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ୧୨ ଲୋକସଭା ଆସନରେ ହେବ ଭୋଟ୍ ଗ୍ରହଣ । ରାଜସ୍ଥାନରେ କରୌଲୀରେ ମୋଦି କହିଛନ୍ତି," ଯଦି ଆମେ ଏକ ବିକଶିତ ଭାରତର ସ୍ବପ୍ନକୁ ପୂରଣ କରିବାକୁ ଚାହୁଁ, ତେବେ ଆମକୁ ପଦ୍ମ ଫୁଲରେ ଭୋଟ ଦେବାକୁ ପଡ଼ିବ। ବାକି କାମ କରିବା ମୋର ଗ୍ୟାରେଣ୍ଟି ।"  ସେପଟେ ଗତକାଲି ରାଜସ୍ଥାନର ବିକାନେରରେ କଂଗ୍ରେସ ଷ୍ଟାର-ପ୍ରଚାରକ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର କରି ଦଳ ପାଇଁ ଭୋଟ ମାଗିଛନ୍ତି । କହିଛନ୍ତି, ଗୋଟିଏ ଝଟକାରେ ଦେଶରୁ ଗରିବି ଦୂର କରିଦେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister's marathon campaign in Rajasthan today | Argus News