Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

‘ମହାଦେବ ଅନଲାଇନ୍ ବେଟିଂ ଆପ୍’ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ନାମ

Jitendra Dash
Browse all articles by Jitendra Dash
·2 years ago·1 min read
‘ମହାଦେବ ଅନଲାଇନ୍ ବେଟିଂ ଆପ୍’ରେ  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ନାମ

ଅର୍ଗସ ବ୍ୟୁରୋ : ‘ମହାଦେବ ଅନଲାଇନ୍ ବେଟିଂ ଆପ୍’ରେ  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାମ ଆସିଛି । ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡିର ନଜର ‌ଏବେ ରାଜନେତାଙ୍କ ଉପରେ। ଇଡି ଦାବି କରିଛି ଯେ, ୟୁଏଇରୁ ମହାଦେବ ବେଟିଂ ଆପ୍ ମାଲିକଙ୍କଠାରୁ ଭୂପେଶ ବାଘେଲ ୫୦୮କୋଟି ଟଙ୍କା ଗ୍ରହଣ କରିଛନ୍ତି । ଏହା ସହ ଇଡି ପକ୍ଷରୁ କୁହାଯାଇଛି ଯେ ଅନୁସନ୍ଧାନକାରୀ ସଂସ୍ଥା ବିଶ୍ୱସନୀୟ ତଥ୍ୟ ହାସଲ କରିବା ପ‌ରେ ଗୁରୁବାର ଛତିଶଗଡର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା । 

ଅଧିକ ପଢନ୍ତୁ ଭାରତ ଖବର

ଚଢ଼ଉ ପରେ ରାଜ୍ୟରୁ ୫.୩୯ କୋଟି ଟଙ୍କା ନଗଦ ଜବତ କରାଯାଇଛି । ଏଥିସହ ୧୫.୫୯ କୋଟି ଟଙ୍କା ବ୍ୟାଙ୍କ ବାଲାନ୍ସ ମଧ୍ୟ ସିଜ୍ କରିଛି ଇଡି । ଏହି ମାମଲାରେ ଏ ପର୍ଯ୍ୟନ୍ତ ଅନୁସନ୍ଧାନକାରୀ ସଂସ୍ଥା ୪ ଜଣଙ୍କୁ ଗିରଫ କରିଛି ଏବଂ ବର୍ତ୍ତମାନ ସୁଦ୍ଧା ୪୫୦କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି । ଏହା ସହ ୧୪ଜଣଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏତଲା ଦାଖଲ କରିଛି । ନିକଟରେ ମହାଦେବ ବେଟିଂ ଆପ୍ ମାମଲାରେ ଇଡି ପ୍ରଥମ ଚାର୍ଜସିଟ୍ ଦାଖଲ କରିଥିଲା, ଯେଉଁଥିରେ ୧୪ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଆପ୍‌ର ମାଲିକ ସୌରଭ ଚନ୍ଦ୍ରାକର ଏବଂ ରବି ଉପ୍ପଲଙ୍କ ନାମ ଥିବା ଜଣାପଡ଼ିଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Probe suggests Mahadev app promoters gave ₹508 cr to Chhattisgarh CM Baghel | Argus News