Actress Reveals / ବୋଲ୍ଡ ଇମେଜର ଫାଇଦା ଉଠାଇଥିଲେ ପ୍ରଯୋଜକ! ଅନ୍ତରଙ୍ଗ ଦୃଶ୍ୟ ସୁଟ୍ କରିବାକୁ ବାଧ୍ୟ କରାଯାଇଥିଲା!
·2 weeks ago·2 min read

Key Points
ଅଭିନେତ୍ରୀ ଶୁଭାଙ୍ଗୀଙ୍କ ଚାଞ୍ଚଲ୍ୟକର ଖୁଲାସା
ବୋଲ୍ଡ ଇମେଜର ଫାଇଦା ଉଠାଇଥିଲେ ପ୍ରଯୋଜକ!
ଅନ୍ତରଙ୍ଗ ଦୃଶ୍ୟ ସୁଟ୍ କରିବାକୁ ବାଧ୍ୟ କରାଯାଇଥିଲା!

ମୁମ୍ବାଇ,୨୬/୦୮: ନିଜର ଗ୍ଲାମରସ୍ ଲୁକ୍ ଓ ବୋଲ୍ଡ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଶୁଭାଙ୍ଗୀ ବଡ଼ ଖୁଲାସା କରିଛନ୍ତି। ସେ ନିଜର ଏକ ପୁରୁଣା ଅନୁଭୂତିକୁ ନେଇ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଏକ ପ୍ରୋଜେକ୍ଟ ସମୟରେ ତାଙ୍କୁ ଯେଉଁଭଳି ଭାବେ ଦୃଶ୍ୟ ସୁଟ୍ କରିବାକୁ କୁହାଯାଇଥିଲା, ତାହା ତାଙ୍କ ପାଇଁ ଅତ୍ୟନ୍ତ ଭୟଙ୍କର ଅନୁଭବ ଥିଲା।
ଶୁଭାଙ୍ଗୀଙ୍କ କହିବା ଅନୁଯାୟୀ, ତାଙ୍କୁ ଏକ ସିନର ସୁଟିଂ ପାଇଁ ଡକାଯିବା ସମୟରେ ପୂର୍ବରୁ କୁହାଯାଇଥିଲା ଯେ, ସିନଟି ବିକିନି ପର୍ଯ୍ୟନ୍ତ ସୀମିତ ରହିବ ଏବଂ ଏଥିରେ ଏକ ସାଧାରଣ ଚୁମ୍ବନ ଦୃଶ୍ୟ ରହିବ। ଏହି ସର୍ତ୍ତରେ ସେ ପ୍ରୋଜେକ୍ଟ ପାଇଁ ରାଜି ହୋଇଥିବା କଥା ସେ କହିଛନ୍ତି। କିନ୍ତୁ କେରଳରେ ସୁଟିଂ ଆରମ୍ଭ ହେବା ପରେ ପରିସ୍ଥିତି ବଦଳିଯାଇଥିଲା ବୋଲି ଶୁଭାଙ୍ଗୀ କହିଛନ୍ତି। ସୁଟିଂ ସମୟରେ ସବୁକିଛି ଠିକ୍ ଥିଲା। ହେଲେ ଅନ୍ତରଙ୍ଗ ଦୃଶ୍ୟର ସୁଟିଂ ପାଳି ଆସିବା ପରେ ତାଙ୍କୁ ଅଧିକ ଆପତ୍ତିଜନକ ଦୃଶ୍ୟ କରିବାକୁ କୁହାଯାଇଥିଲା ବୋଲି ସେ କହିଛନ୍ତି।
ଶୁଭାଙ୍ଗୀ କହିଛନ୍ତି ଯେ, ତାଙ୍କୁ ବ୍ରା କାଢ଼ି ଟପଲେସ୍ ଦୃଶ୍ୟ କରିବାକୁ କୁହାଯାଇଥିଲା। ଏହା ଶୁଣି ସେ ଗଭୀର ଭାବେ ଭାଙ୍ଗି ପଡ଼ିଥିଲେ। ଅଭିନେତ୍ରୀଙ୍କ କଥାରେ, ଏହି ଘଟଣା ତାଙ୍କ ଜୀବନର ଏକ ବଡ଼ ଭୁଲ ଭଳି ଲାଗିଥିଲା ଏବଂ ସେହି ସମୟରେ ସେ ଭୟ ଓ ଅସହାୟତା ଅନୁଭବ କରିଥିଲେ।
ସେ ଆହୁରି କହିଛନ୍ତି ଯେ, ନିଜର ଆପତ୍ତି ଜଣାଇବା ସହ ଦୃଶ୍ୟଟି କରିବାକୁ ସ୍ପଷ୍ଟ ଭାବେ ମନା କରିଥିଲେ। ଏପରିକି ସେ ନିଜର ସ୍ୱର ଉଠାଇଥିଲେ ଏବଂ ଚିତ୍କାର କରିଥିବା ମଧ୍ୟ ପଡକାଷ୍ଟରେ କହିଛନ୍ତି। ତଥାପି ତାଙ୍କ ଆପତ୍ତିକୁ ଗୁରୁତ୍ୱ ଦିଆଯାଇନଥିଲା ବୋଲି ତାଙ୍କ ଅଭିଯୋଗ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଧୋନୀଙ୍କ ବନ୍ଧୁ ସହ ଡେଟ୍ କରୁଛନ୍ତି କ୍ରିତି, ଭିଡିଓ ହେଲା ଭାଇରାଲ୍
ସବୁଠାରୁ ଚାଞ୍ଚଲ୍ୟକର କଥା କହିଛନ୍ତି ଶୁଭାଙ୍ଗୀ, ସେ କହିଛନ୍ତି ତାଙ୍କୁ ରାତି ପ୍ରାୟ ୩ଟା ସମୟରେ ଏହି ଦୃଶ୍ୟ ସୁଟ୍ କରିବାକୁ ବାଧ୍ୟ କରାଯାଇଥିଲା। ଏହି ଅନୁଭୂତିକୁ ମନେ ପକାଇ ଅଭିନେତ୍ରୀ ଭାବପ୍ରବଣ ହୋଇପଡ଼ିଥିଲେ ଏବଂ ସେତେବେଳେ ନିଜକୁ ମୃତ ଭଳି ଅନୁଭବ କରୁଥିବା କଥା କହିଥିଲେ।
ଶୁଭାଙ୍ଗୀଙ୍କ ଏହି ଖୁଲାସା ପରେ ଫିଲ୍ମ ଓ OTT ଇଣ୍ଡଷ୍ଟ୍ରିରେ କଳାକାରଙ୍କ ସମ୍ମତି, ସୁରକ୍ଷା ଓ ଶୁଟିଂ ସମୟରେ ନିର୍ଦ୍ଧାରିତ ସୀମାକୁ ନେଇ ପୁଣିଥରେ ଆଲୋଚନା ଆରମ୍ଭ ହୋଇଛି। ବିଶେଷକରି ଅନ୍ତରଙ୍ଗ ଦୃଶ୍ୟ ସୁଟିଂ ସମୟରେ ଅଭିନେତା-ଅଭିନେତ୍ରୀଙ୍କ ସ୍ପଷ୍ଟ ସମ୍ମତି ଓ ସୁରକ୍ଷାକୁ କେତେ ଗୁରୁତ୍ୱ ଦିଆଯାଉଛି, ତାହା ନେଇ ପ୍ରଶ୍ନ ଉଠିଛି।
ଶୁଭାଙ୍ଗୀ ଶର୍ମା ବିଭିନ୍ନ ବୋଲ୍ଡ OTT ପ୍ରୋଜେକ୍ଟରେ ନଜର ଆସିଛନ୍ତି। ‘ଚାସ୍କା’, ‘ଶୁଭ ଭାଗ୍ୟ’, ‘ବିଟୁ’, ‘ହନିମୁନ୍’ ଏବଂ ‘ରସିଲି ଭବୀ’ ଭଳି ପ୍ରୋଜେକ୍ଟ ମାଧ୍ୟମରେ ସେ ଦର୍ଶକଙ୍କ ନଜରକୁ ଆସିଛନ୍ତି। ତେବେ ଏବେ ତାଙ୍କର ଏହି ନୂଆ ଖୁଲାସା ତାଙ୍କ ବ୍ୟକ୍ତିଗତ ଅନୁଭୂତି ସହିତ ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାରଙ୍କ ସୁରକ୍ଷାକୁ ନେଇ ମଧ୍ୟ ଏକ ବଡ଼ ପ୍ରଶ୍ନ ଉଠାଇଛି।
ତେବେ ଶୁଭାଙ୍ଗୀଙ୍କ ଏହି ଦାବି ସମ୍ପର୍କରେ ସମ୍ପୃକ୍ତ ପ୍ରଯୋଜକ କିମ୍ବା ଟିମ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିଛି କି ନାହିଁ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

Related Topics
Explore more stories