|
logo
Live

Argus News - ‘ମୋଦି ଗ୍ୟାରେଣ୍ଟି’ ଉପରେ ଆସ୍ଥା ପ୍ରକଟ କରି ଦଳରେ ଶତାଧିକ କର୍ମୀଙ୍କ ଯୋଗଦାନ

National

‘ମୋଦି ଗ୍ୟାରେଣ୍ଟି’ ଉପରେ ଆସ୍ଥା ପ୍ରକଟ କରି ଦଳରେ ଶତାଧିକ କର୍ମୀଙ୍କ ଯୋଗଦାନ

Manini Pattanayak
Browse all articles by Manini Pattanayak
·2 years ago·2 min read
‘ମୋଦି ଗ୍ୟାରେଣ୍ଟି’ ଉପରେ ଆସ୍ଥା ପ୍ରକଟ କରି ଦଳରେ ଶତାଧିକ କର୍ମୀଙ୍କ ଯୋଗଦାନ

 ଭୁବନେଶ୍ୱର:  ମୋଦି ଗ୍ୟାରେଣ୍ଟି ଉପରେ ଜନତାଙ୍କ ଆସ୍ଥା । ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ମହାମିଶ୍ରଣ ପର୍ବରେ ଶତାଧିକ ତୁଙ୍ଗ ନେତୃତ୍ୱଙ୍କୁ ଦଳକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କର୍ମକର୍ତ୍ତାଙ୍କ ରାଜନୈତିକ ଅନୁଭବ ଏବଂ ଉପସ୍ଥିତି ଢେଙ୍କାନାଳ ଜିଲ୍ଲା ସମେତ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବ ମିଶ୍ରଣ ପର୍ବକୁ ପିଏମ ମୋଦିଙ୍କ ଦୃଢ଼ ନେତୃତ୍ୱ ଓ କଲ୍ୟାଣକାରୀ ପଦକ୍ଷେପର ଝଲକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ସୁରେଶ ପାଣିଗ୍ରାହୀ ସରୋଜ ପଟ୍ଟନାୟକ, କଙ୍କଡାହାଡ଼ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁଙ୍କ ସମେତ ଶତାଧିକ ନେତା ଓ କର୍ମୀ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ପଦ୍ମ ପୋଖରୀରେ ବୁଡ଼ ପକାଇଛନ୍ତି । 

 ମିଶ୍ରଣ ପର୍ବରେ ଯୋଗଦେବା ପୂର୍ବରୁ ତାଳଚେରକୁ  ଉପହାର ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ତାଳଚେର ଦେଉଳବେଡ଼ା ତେଲିସାହିରେ କଲ୍ୟାଣ ମଣ୍ଡପ, ଗ୍ରାମର ମୁଖ୍ୟ ତୋରଣ ଏବଂ ନାଚ ମଣ୍ଡପର ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଉଦଘାଟିତ ହୋଇଥିବା ସମସ୍ତ ପ୍ରକଳ୍ପ ଗୁଡ଼ିକ ଗାଁରେ ବାହାଘର, ବ୍ରତଘର ଭଳି ସାଂସ୍କୃତିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ସହଯୋଗର ଭୂମିକା ଗ୍ରହଣ କରିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ ନେତୃତ୍ୱ ଓ ବିକାଶର କଳ୍ପନାରେ ଏମଏସିଏଲ ଏହି ସବୁ ସାମାଜିକ କାର୍ଯ୍ୟରେ ସହଯୋଗ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । 

 ଦିନିକିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ କରିଥିଲେ ତାଳଚେରବାସୀ । କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ଦଳରେ ଯୋଗଦେଇଥିବା କର୍ମକର୍ତ୍ତାଙ୍କ ରାଜନୈତିକ ଅନୁଭବ ବିଜେପି ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ସହ ମୋଦିଙ୍କ ହାତମୁଠାକୁ ଶକ୍ତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।  ଜିଲ୍ଲାରେ ଅତ୍ୟାଚାର, ବେପାରୀଙ୍କୁ ହଟାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
‘ମୋଦି ଗ୍ୟାରେଣ୍ଟି’ ଉପରେ ଆସ୍ଥା ପ୍ରକଟ କରି ଦଳରେ ଶତାଧିକ କର୍ମୀଙ୍କ ଯୋଗଦାନ | Argus News