No PUCC No Fuel / ଅକ୍ଟୋବର ୧ରୁ ବଡ଼ ନିୟମ, PUCC ନଥିଲେ ମିଳିବନି ପେଟ୍ରୋଲ-ଡିଜେଲ
·56 mins ago·2 min read

Key Points
ଗାଡ଼ି ଚାଳକ ସାବଧାନ!
PUCC ନଥିଲେ ପେଟ୍ରୋଲ-ଡିଜେଲ ବନ୍ଦ
ଅକ୍ଟୋବର ୧ରୁ ଲାଗୁ ହେବ ନିୟମ
PUCC ନଥିଲେ ପେଟ୍ରୋଲ-ଡିଜେଲ ବନ୍ଦ
ଅକ୍ଟୋବର ୧ରୁ ଲାଗୁ ହେବ ନିୟମ
ଯଦି ଆପଣ ଦିଲ୍ଲୀ-ଏନସିଆର୍ରେ ରହୁଛନ୍ତି ଏବଂ ଗାଜିଆବାଦ-ଦିଲ୍ଲୀ ମଧ୍ୟରେ ନିୟମିତ ଯାତାୟାତ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଗାଜିଆବାଦରେ ଅକ୍ଟୋବର ୧ ତାରିଖରୁ ଯାନବାହନ ପାଇଁ ପେଟ୍ରେଲ-ଡିଜେଲ କିଣିବା ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ନୂଆ ବ୍ୟବସ୍ଥା ଅନୁସାରେ, ବୈଧ ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ୍ ସାର୍ଟିଫିକେଟ୍ ବା PUCC ନଥିବା ଗାଡ଼ିକୁ ପେଟ୍ରୋଲ ଓ ଡିଜେଲ ଦିଆଯିବ ନାହିଁ । ଏନେଇ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଗାଡ଼ି ମାଲିକମାନଙ୍କୁ ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ନିଜ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ଯାଞ୍ଚ କରିନେବାକୁ କୁହାଯାଇଛି । ଯଦି PUCCର ଅବଧି ଶେଷ ହୋଇଯାଇଛି କିମ୍ବା ଶୀଘ୍ର ଶେଷ ହେବାକୁ ଯାଉଛି, ତେବେ ସମୟ ପୂର୍ବରୁ ଏହାକୁ ନବୀକରଣ କରାଇବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲା ଯୋଗାଣ ଅଧିକାରୀ ଅମିତ କୁମାର ତିୱାରୀଙ୍କ ଅନୁସାରେ, ଅକ୍ଟୋବର ୧ରୁ ବ୍ୟବସ୍ଥା ଲାଗୁ ହେବା ପରେ ପେଟ୍ରୋଲ ପମ୍ପରେ ଇନ୍ଧନ ଦେବା ପୂର୍ବରୁ ଯାନର PUCC ଯାଞ୍ଚ କରାଯିବ ।
ଏଥିପାଇଁ ଜିଲ୍ଲାର ପେଟ୍ରୋଲ ପମ୍ପଗୁଡ଼ିକରେ ଏକ ବିଶେଷ ଆପ୍ର ବ୍ୟବସ୍ଥା କରାଯାଇଛି । ଗାଡ଼ିର ନମ୍ବର ସ୍କାନ୍ କିମ୍ବା ଏଣ୍ଟ୍ରି କରିବା ପରେ ଆପ୍ ମାଧ୍ୟମରେ ତୁରନ୍ତ ଜଣାପଡ଼ିବ ଯେ ସମ୍ପୃକ୍ତ ଯାନର ପ୍ରଦୂଷଣ ପ୍ରମାଣପତ୍ର ବୈଧ ଅଛି କି ନାହିଁ । ବୈଧ PUCC ଥିଲେ ହିଁ ଯାନକୁ ପେଟ୍ରୋଲ-ଡିଜେଲ ଦିଆଯିବ ।
ବିଭାଗ ପକ୍ଷରୁ ବର୍ତ୍ତମାନ ପେଟ୍ରୋଲ ପମ୍ପଗୁଡ଼ିକରେ ଏହି ବ୍ୟବସ୍ଥାର ପରୀକ୍ଷଣ ମଧ୍ୟ କରାଯାଉଛି । ଅକ୍ଟୋବର ୧ରୁ ନିୟମ ଲାଗୁ କରିବା ସମୟରେ ଯେପରି କୌଣସି ପ୍ରାଯୁକ୍ତିକ ସମସ୍ୟା ନହୁଏ, ସେଥିପାଇଁ ଏହି ପରୀକ୍ଷା କରାଯାଉଛି । ପେଟ୍ରୋଲ ପମ୍ପ ମାଲିକମାନଙ୍କୁ ମଧ୍ୟ ବୈଧ PUCC ନଥିବା ଯାନକୁ ଇନ୍ଧନ ନଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନୂଆ ନିୟମ ସମ୍ପର୍କରେ ଗାଡ଼ି ଚାଳକମାନଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଅଧିକାରୀମାନେ ଗାଡ଼ି ମାଲିକମାନଙ୍କୁ ଶେଷ ସମୟକୁ ଅପେକ୍ଷା ନକରି ସେପ୍ଟେମ୍ବର ୩୦ ପୂର୍ବରୁ ନିଜ ଦସ୍ତାବିଜ ଯାଞ୍ଚ କରିନେବାକୁ କହିଛନ୍ତି ।
ଏହି ନୂଆ ବ୍ୟବସ୍ଥାର ଉଦ୍ଦେଶ୍ୟ ଗାଡ଼ି ଚାଳକମାନଙ୍କୁ ହଇରାଣ କରିବା ନୁହେଁ । ବରଂ ଯାନବାହନରୁ ହେଉଥିବା ପ୍ରଦୂଷଣ ନିୟନ୍ତ୍ରଣ କରିବା ସହ ଗାଡ଼ି ମାଲିକମାନଙ୍କୁ ସମୟ ମଧ୍ୟରେ PUCC କରାଇବା ପାଇଁ ପ୍ରୋତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।
ଏହି ନୂଆ ବ୍ୟବସ୍ଥାର ଉଦ୍ଦେଶ୍ୟ ଗାଡ଼ି ଚାଳକମାନଙ୍କୁ ହଇରାଣ କରିବା ନୁହେଁ । ବରଂ ଯାନବାହନରୁ ହେଉଥିବା ପ୍ରଦୂଷଣ ନିୟନ୍ତ୍ରଣ କରିବା ସହ ଗାଡ଼ି ମାଲିକମାନଙ୍କୁ ସମୟ ମଧ୍ୟରେ PUCC କରାଇବା ପାଇଁ ପ୍ରୋତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।
Related Topics
Explore more stories