|
logo
Live
Argus News App
GET APP

Argus News - ସୈନିକଙ୍କ ଫଟୋ ପଠାଉଥିଲେ ପଞ୍ଚର୍ ଦୋକାନୀ, ଫଟୋ ପିଛା ପାକିସ୍ତାନ ଦେଉଥିଲା ୬ ହଜାର ଟଙ୍କା

National

Spy Racket / ସୈନିକଙ୍କ ଫଟୋ ପଠାଉଥିଲେ ପଞ୍ଚର୍ ଦୋକାନୀ, ଫଟୋ ପିଛା ପାକିସ୍ତାନ ଦେଉଥିଲା ୬ ହଜାର ଟଙ୍କା

Sushanta Sahoo
Browse all articles by Sushanta Sahoo
·1 week ago·2 min read
ସୈନିକଙ୍କ ଫଟୋ ପଠାଉଥିଲେ ପଞ୍ଚର୍ ଦୋକାନୀ, ଫଟୋ ପିଛା ପାକିସ୍ତାନ ଦେଉଥିଲା ୬ ହଜାର ଟଙ୍କା
Spy Racket Busted

Key Points

ପଞ୍ଚର୍ ଦୋକାନୀ ସାଜିଥିଲା ପାକିସ୍ତାନର ଗୁପ୍ତଚର । ପାକିସ୍ତାନୀ ଗୁପ୍ତଚର ମାମଲାରେ ପୋଲିସ ୨୨ ଜଣଙ୍କୁ ଗିରଫ କରିବା ପରେ ଗୁମର ଖୋଲିବାରେ ଲାଗିଛି ।
ନୂଆଦିଲ୍ଲୀ: ଭାରତରେ ରହୁଥିଲେ, ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିଲେ । ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଗ୍ୟାଙ୍ଗର ଆଉ ଏକ ସଦସ୍ୟ ଗିରଫ ହୋଇଛି । ଗାଜିଆବାଦ ପୋଲିସ ଫରିଦାବାଦରୁ ନୌଶାଦ ଅଲୀ ଓରଫ୍ ଲାଲୁକୁ ଗିରଫ କରିଛି ।

ନଚୌଲିରେ ବର୍ଷକ ତଳେ ନୂଆ ପେଟ୍ରୋଲ୍ ପମ୍ପ ଖୋଲିଥିବା ବେଳେ ସେଠାରେ ୩ ମାସ ହେଲା ନୌଶାଦ ପଞ୍ଚର୍ ଦୋକାନ ଖୋଲିଥିଲା । ପାକିସ୍ତାନ ଗୁପ୍ତଚର ମାମଲାରେ ଏବେ ସୁଦ୍ଧା ପୋଲିସ ସୁହେଲ ସହିତ ୨୨ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ।

ପୋଲିସ ଅନୁସାରେ, ନୌଶାଦ ସହ ମଥୁରାରୁ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ନାବାଳିକା ଅଛନ୍ତି । ସୁହେଲ ସେମାନଙ୍କୁ ଯୋଡ଼ିଥିବା ଗିରଫ ହେବା ପରେ ନୌଶାଦ ଅନ୍ୟମାନେ କହିଛନ୍ତି । ସିଟି ଡିସିପି ଧବଲ ଜଓସ୍ଵାଲଙ୍କ ଅନୁସାରେ, "ଏମାନେ ସୁରକ୍ଷା କର୍ମୀଙ୍କ ଫଟୋ, ଭିଡିଓକୁ ହ୍ଵାଟ୍ସଆପ୍‌ରେ ପାକିସ୍ତାନ ପଠାଉଥିଲେ । ଫଟୋ ପିଛା ୪ରୁ ୬ ହଜାର ଟଙ୍କା ମିଳୁଥିଲା ।"

ଏଥିସହ ପଢ଼ନ୍ତୁ: ଦୁଇଟି ମୁଣ୍ଡ, ଦୁଇଟି ହାତ ଏବଂ ଚାରୋଟି ଗୋଡ କିନ୍ତୁ ଗୋଟିଏ ହୃଦୟ ତେବେ...

ସୂଚନା ଅନୁସାରେ, ପ୍ରାୟ ୩ ମାସ ତଳେ ନୌଶାଦ ପେଟ୍ରୋଲ୍ ପମ୍ପରେ ପଞ୍ଚର୍ ଦୋକାନ ଖୋଲିଥିଲା । ବିହାର ମୁଜଫରପୁର ଥାନା କାଟି କ୍ଷେତ୍ରର ହରଚନ୍ଦା ଗାଁର ମୂଳ ବାସିନ୍ଦା ହେଉଛି ନୌଶାଦ ।

ଗାଜିଆବାଦ ପୋଲିସ ମାର୍ଚ୍ଚ ୧୬ ତାରିଖରେ ସାଦା ପୋଷାକରେ ପେଟ୍ରୋଲ୍ ପମ୍ପରେ ପହଞ୍ଚିଥିଲା । ଜଣ ଜଣ କରି ପେଟ୍ରୋଲ୍ ପମ୍ପର ସମସ୍ତ କର୍ମଚାରୀଙ୍କ ନାଁ ସହ ମୂଳ ଠିକଣା ପଚାରିଥିଲା ପୋଲିସ । ସେହି ସମୟରେ ନୌଶାଦ ସେଠି ଛିଡ଼ା ହୋଇଥିଲେ ପୋଲିସ ଧ୍ୟାନ ଦେଇ ନଥିଲା ।

ଆଉ ଯେତେବେଳେ ପୋଲିସ, ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କୁ ନୌଶାଦ ଅଲୀ ବାବଦରେ ପଚାରିଥିଲା ତ ଜଣାପଡ଼ିଥିଲା ପଞ୍ଚର୍ ଦୋକାନୀ ବାବଦରେ । ଏହା ପରେ ପୋଲିସ ନୌଶାଦ ଓରଫ୍ ଲାଲୁକୁ ହେପାଜତକୁ ନେଇଥିଲା । ଲାଲୁଠାରୁ ପୋଲିସ ତାର ମୋବାଇଲ୍ ଜବତ କରିଛି ।

ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କ ଅନୁସାରେ, ସେଠାକାର ପୂର୍ବ ମ୍ୟାନେଜର ରବୀନ୍ଦ୍ର ପଞ୍ଚର୍ ଦୋକାନ ପାଇଁ ନୌଶାଦକୁ ଅନୁମତି ଦେଇଥିଲେ । ଯାଞ୍ଚ ବେଳେ ଜଣାପଡ଼ିଛି, ରବୀନ୍ଦ୍ର ମେୱଲା ମହାରାଜପୁରର ପେଟ୍ରୋଲ୍ ପମ୍ପରେ ଥିବା ପଞ୍ଚର୍ ଦୋକାନୀ ମୁମତାଜକୁ ସମ୍ପର୍କ କରିଥିଲା । ଏହାପରେ ମୁମତାଜ ଦେଇଥିଲେ ନୌଶାଦରେ ନମ୍ବର । ଯାହାପରେ ନୌଶାଦକୁ କୋଲକାତାରୁ ଡାକି ପେଟ୍ରୋଲ୍ ପମ୍ପରେ ପଞ୍ଚର୍ ଦୋକାନ ଖୋଲିଥିଲେ ।

ଏଥିସହ ପଢ଼ନ୍ତୁ: ମାଟ୍ରିମୋନିର IAS ବର ବାହାରିଲା ନକଲି; ମିଛ ଫଟୋ ଦେଖାଇ ଠକିଥିଲା, କରିଥାନ୍ତା ତୃତୀୟ ବିବାହ

ପୋଲିସ ଯାଞ୍ଚ ବେଳେ ଜଣାପଡ଼ିଛି, ଗିରଫ ୨୨ଙ୍କ ମଧ୍ୟରୁ ଅନେକ ରେଲୱେ ଷ୍ଟେସନ ଓ ସୁରକ୍ଷାକର୍ମୀଙ୍କ ଫଟୋ ଓ ଭିଡିଓ ପାକିସ୍ତାନକୁ ପଠାଉଥିଲେ । ଏହି ଗ୍ଯାଙ୍ଗ ସାରା ଦେଶରେ ପ୍ରାୟ ୫୦ଟି ସୋଲାର କ୍ୟାମେରା ଲଗାଇବାକୁ ଯୋଜନା କରିଥିଲା ।

ଦିଲ୍ଲୀ-ହରିୟାଣା ରେଲୱେ ଷ୍ଟେସନରେ କ୍ୟାମେରା ମଧ୍ୟ ଲଗାଇ ଦେଇଥିଲେ । ପୋଲିସ ୨ଟି ସ୍ଥାନରୁ କ୍ଯାମେରା ଜବତ କରି ଛାନଭିନ୍ କରୁଛି । କ୍ୟାମେରାକୁ ଫରେନସିକ୍ ଲ୍ୟାବ୍ ପଠା ଯାଇଛି । ଦିଲ୍ଲୀ ଓ ସୋନପତରେ ଲଗା ଯାଇଥିବା କ୍ୟାମେରାର ଆକ୍ସେସ୍ ପାକିସ୍ତାନରେ ଥିବା ଜଣାପଡ଼଼ିଛି ।

ସୁହେଲ ଓ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ନେଇଛି । ରିମାଣ୍ଡରେ ଥିବା ଅଭିଯୁକ୍ତ କହିଛନ୍ତି, "ପାକିସ୍ତାନକୁ ଲାଇଭ୍ ଭିଡିଓ ଷ୍ଟ୍ରିମିଂ ପଠାଉଥିଲୁ । ପ୍ରତି କ୍ୟାମେରା ଲଗାଇବା ପାଇଁ ୧୦ରୁ ୧୫ ହଜାର ମିଳୁଥିଲା । ଦିଲ୍ଲୀ କ୍ୟାଣ୍ଟ ରେଲୱେ ଷ୍ଟେସନରେ କ୍ୟାମେରା ଲାଗିଥିଲା ।" ଏବେ ପୋଲିସ ଉକ୍ତ କ୍ୟାମେରାକୁ ଜବତ କରି ନେଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Spy Racket: ସୈନିକଙ୍କ ଫଟୋ ପଠାଉଥିଲେ ପଞ୍ଚର୍ ଦୋକାନୀ, ଫଟୋ ପିଛା ପାକିସ୍ତାନ ଦେଉଥିଲା ୬ ହଜାର ଟଙ୍କା | Argus News