Videos
|
National

Pune Building Collapse / ପୁଣେରେ ଭୁଶୁଡ଼ିଗଲା କୋଠା; ଭଗ୍ନାବଶେଷ ତଳେ ଦବିଗଲେ ୧୫

Subhramjit Ray
Browse all articles by Subhramjit Ray
·2 months ago·2 min read
ପୁଣେରେ ଭୁଶୁଡ଼ିଗଲା କୋଠା; ଭଗ୍ନାବଶେଷ ତଳେ ଦବିଗଲେ ୧୫
Pune Building Collapse

Key Points

ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡର ମୋଶି ଅଞ୍ଚଳରେ ଏକ ବର୍ଜ୍ୟବସ୍ତୁରୁ ଶକ୍ତି ପ୍ରକଳ୍ପର ଏକ ୩ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ୧୪-୧୫ ଜଣ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।
Pimpri-Chinchwad building collapse: ବୁଧବାର (ଜୁଳାଇ ୮) ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡ ସ୍ଥିତ ମୋଶି ଅଞ୍ଚଳରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଠାରେ ରହିଥିବା ଏକ ଅଳିଆ ଡିପୋ ନିକଟରେ ଅବସ୍ଥିତ ଏକ ବର୍ଜ୍ୟ ବସ୍ତୁରୁ ଶକ୍ତି ଉତ୍ପାଦିତ ହେଉଥିବା ପ୍ରକଳ୍ପର ଏକ ୩ ମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ପ୍ରାୟ ୧୪-୧୫ ଜଣ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବାର ଆଶଙ୍କା କରାଯାଉଛି। ଖବର ପାଇ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NDRF) ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନକୁ ଜୋରଦାର କରିଛି। ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଅନେକ କର୍ମଚାରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ ଜନସାଧାରଣଙ୍କୁ ଘଟଣାସ୍ଥଳରୁ ଦୂରେଇ ରହିବାକୁ ନିବେଦନ କରିଛି।

ମୋଶି ଅଳିଆ ଡିପୋ ନିକଟରେ ହୋଇଛି ଦୁର୍ଘଟଣା
ପୁଣେ ଜିଲ୍ଲାର ପିମ୍ପରି-ଚିଞ୍ଚୱାଡ ସ୍ଥିତ ମୋଶି ଅଞ୍ଚଳରେ ଅବସ୍ଥିତ ଏକ ବର୍ଜ୍ୟ ବସ୍ତରୁ ଶକ୍ତି ଉତ୍ପାଦନ ହେଉଥିବା ପ୍ଲାଣ୍ଟର କୋଠା ହଠାତ୍ ଭୁଶୁଡ଼ି ଯାଇଥିଲା। ଅଚାନକ ଘଟିଥିବା ଏହି ଦୁର୍ଘଟଣା ବେଳେ, ଘଟଣାସ୍ଥଳରେ ଉପସ୍ଥିତ କର୍ମଚାରୀ ହଠାତ୍ କିଛି ଜାଣି ପାରିନଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏହି କୋଠା ଭୁଶୁଡ଼ି ପଡ଼ିବା ପରେ ବହୁ ପରିମାଣର ଭଗ୍ନାବଶେଷ ଜମା ହୋଇଛି। ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବାର ଆଶଙ୍କା କରାଯାଉଛି।

ଏହା ସହ ପଢନ୍ତୁ: ଖୋଲା ମ୍ୟାନହୋଲ୍ ପାଇଁ ଚାଲିଗଲା ଜୀବନ; କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି

୧୪-୧୫ ଜଣ ଫସି ରହିଥିବାର ଆଶଙ୍କା
ପ୍ରାଥମିକ ସୂଚନା ଅନୁଯାୟୀ, କୋଠାର ପ୍ରଥମ ମହଲାରେ କାମ କରୁଥିବା ପ୍ରାୟ ୧୪-୧୫ ଜଣ କର୍ମଚାରୀ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ହେଲେ ତଥାପି ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ଫସି ରହିଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ନିଶ୍ଚିତ ହୋଇ ପାରିନାହିଁ। ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ପ୍ରୟାସ ଜାରି ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପିମ୍ପରି-ଚିଞ୍ଚୱାଡ ସ୍ଥିତ ମୋଶି ଅଞ୍ଚଳରେ କୋଠା ଭୁଶୁଡ଼ିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ମେୟର ରବି ଲାଣ୍ଡଗେ। ଏନେଇ ପ୍ରତିକ୍ରିୟା ରଖି ପିମ୍ପରି-ଚିଞ୍ଚୱାଡ ମେୟର କହିଛନ୍ତି, ପ୍ରବଳ ବର୍ଷା ଯୋଗୁଁ ସହର ସାରା ଜଳସ୍ତର ବୃଦ୍ଧି ପାଇଛି। ଏହା ଦ୍ୱାରା ଏକ ଅଫିସ କୋଠା ଉପରେ ଅଳିଆ ଏବଂ ଭଗ୍ନାବଶେଷ ଜମା ହୋଇଥିଲା। ଯାହା ଫଳରେ କଂକ୍ରିଟ୍ ସ୍ଲାବ୍ ଭୁଶୁଡ଼ି ପଡ଼ିଛି। ସେହି ସମୟରେ ପ୍ରାୟ ୧୬ ଜଣ ଅଫିସ କର୍ମଚାରୀ ସେଠାରେ ମଧ୍ୟାହ୍ନ ଭୋଜନ କରୁଥିଲେ। ହେଲେ ଏହି ଘଟଣା ଘଟିବା ବେଳେ କେବଳ ୨ ଜଣ ନିଜକୁ ବଞ୍ଚାଇବାରେ ସଫଳ ହୋଇଥିଲେ। ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଏହି ଘଟଣାରେ କେହି ମୃତାହତ ହୋଇନାହାଁନ୍ତି। ସମସ୍ତେ ସୁରକ୍ଷିତ ଅଛନ୍ତି। ଅଗ୍ନିଶମ ବାହିନୀ, ଏନଡିଆରଏଫ ଦଳ, ପୋଲିସ, ସ୍ୱାସ୍ଥ୍ୟ ଏବଂ ପରିବେଶ ବିଭାଗ ସେମାନଙ୍କୁ ବାହାର କରିବା ପାଇଁ ଏକାଠି କାମ କରୁଛନ୍ତି।

ଏନଡିଆରଏଫ, ଅଗ୍ନିଶମ ବାହିନୀ, ପୋଲିସ ବିଭାଗ ଜାରି ରଖିଛନ୍ତି ପ୍ରୟାସ
ଦୁର୍ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଏନଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଭଗ୍ନାବଶେଷ ପର୍ଯ୍ୟନ୍ତ ପହଞ୍ଚିବା ଏବଂ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ସ୍ଲାବ୍ କଟିଂ ଏବଂ ଅନ୍ୟାନ୍ୟ ବୈଷୟିକ ଉପକରଣ ବ୍ୟବହାର କରାଯାଉଛି।