Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Road Accident / ପୁଣେର ନାଭଲ ବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୮ମୃତ, ୨୦ଆହତ

Ritu Das
Browse all articles by Ritu Das
·8 months ago·2 min read
ପୁଣେର ନାଭଲ ବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୮ମୃତ, ୨୦ଆହତ

Key Points

ପୁଣେର ନାଭଲ ବ୍ରିଜରେ ବଡ଼ ଦୁର୍ଘଟଣା ଘଟିଛି। ଦୁଇଟି କଣ୍ଟେନର ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ଗୋଟିଏ ଟ୍ରକରେ ନିଆଁ ଲାଗିଯିବାରୁ ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି।
ପୁଣେର ନାଭଲେ ବ୍ରିଜରେ ବଡ଼ ଦୁର୍ଘଟଣା ଘଟିଛି। ଦୁଇଟି କଣ୍ଟେନର ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ଗୋଟିଏ ଟ୍ରକରେ ନିଆଁ ଲାଗିଯିବାରୁ ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଜଳୁଥିବା ଗାଡିରେ ଅଧିକ ଲୋକ ଫସି ରହିଥିବା ସମ୍ଭାବନା ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ। ଗୁରୁତର ଆହତଙ୍କୁ ଚିକିତ୍ସାପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହାସହ ପଢ଼ନ୍ତୁ: କଲେଜ ଲ୍ୟାବ୍‌ରୁ ରୁମ୍‌ ନମ୍ବର ୧୩କୁ ଆସୁଥିଲା ବିସ୍ଫୋରକ !

ପୋଲିସର ସୂଚନା ଅନୁସାରେ, ପୁଣେ ସହର ଉପକଣ୍ଠରେ ମୁମ୍ବାଇ-ବେଙ୍ଗାଲୁରୁ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଦୁଇଟି ବଡ଼ କଣ୍ଟେନର ଟ୍ରକ ମଧ୍ୟରେ ଏକ କାର ଚାପି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ୮ଜଣଙ୍କର ମୃତ୍ୟୁ ହୋଇଛି।
ପୋଲିସର କହିବା ଅନୁସାରେ, ଦୁର୍ଘଟଣାରେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି। ଦୁର୍ଘଟଣାର ଭିଡିଓ ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଦୁଇଟି ଭାରି ଟ୍ରକ ଧକ୍କା ହେବା ଫଳରେ ଗୋଟିଏ ଟ୍ରକରେ ନିଆଁ ଲାଗିଯାଇଥିଲା । ଏହି ସମୟ ମଧ୍ୟରେ ଉଭୟ ଟ୍ରକ ମଧ୍ୟରେ କାରଟି ରହିଯାଇଥିଲା।

ଦୁର୍ଘଟଣା କିପରି ଘଟିଲା ସେନେଇ ତଦନ୍ତ ଚଳାଇଛି ପୋଲିସ । ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପାଣି ଟ୍ୟାଙ୍କର ପଠାଇଛି ଏବଂ ନିଆଁ ଲିଭାଇବା ପାଇଁ ପ୍ରୟାସ ଚାଲିଛି। ଏହି ଭୟଙ୍କର ଦୁର୍ଘଟଣା ବ୍ୟସ୍ତବହୁଳ ରାଜପଥରେ ଟ୍ରାଫିକ୍ ଜାମ୍ ସୃଷ୍ଟି କରିଥିଲା।

ଏହାସହ ପଢ଼ନ୍ତୁ: ଟାର୍ଗେଟ୍‌ରେ ଥିଲା ପୁରୁଣା i20-Brezza-Swift-EcoSport, ଏକାଧିକ ସ୍ଥାନରେ ହୋଇଥାନ୍ତା ବ୍ଲାଷ୍ଟ

ଅଳ୍ପକେ ବର୍ତ୍ତିଗଲା ଭାରତ । କାରଣ ଆତଙ୍କାବାଦୀ ରଚିଥିଲେ ବିରାଟ ଷଡ୍‌ଯନ୍ତ୍ର । ଯାହାକୁ ପଣ୍ଡ କରିଛି ଭାରତର ଗୁଇନ୍ଦା ସଂସ୍ଥା । ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପରେ ଏବେ ଏକ ବଡ଼ ଷଡ୍‌ଯନ୍ତ୍ରର ଖୁଲାସା ହୋଇଛି । ତଦନ୍ତରୁ ଜଣାପଡ଼ିଛି ଆତଙ୍କବାଦୀମାନେ ବାବ୍ରି ମସଜିଦ୍ ଭାଙ୍ଗିବାର ଏକ ବର୍ଷ ପୂର୍ତ୍ତି ଅବସରରେ ଡିସେମ୍ବର ୬ ତାରିଖରେ ଦିଲ୍ଲୀ ସମେତ ୬ଟି ସ୍ଥାନରେ ବିସ୍ଫୋରଣ ପ୍ଲାନ କରିଥିଲେ ।

ଏହି ସିରିଜ୍ ବିସ୍ଫୋରଣ ପାଇଁ ୩୨ଟି କାର୍ ଯୋଗାଡ଼ କରିଥିଲେ ଆତଙ୍କବାଦୀ । ଯେଉଁଥିରେ i20, Brezza, Swift Dzire ଓ EcoSport ଭଳି କାର୍‌ ସାମିଲ ଥିଲା । ଆଠ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଏକକାଳୀନ ଚାରୋଟି ସହରରେ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ ବୋଲି ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pune Navale Bridge Accident: 8 Dead, 20 Injured in Tragic Crash | Argus News