|
logo
Live

Argus News - ପଞ୍ଜାବ BJP ମୁଖ୍ୟାଳୟରେ ବିସ୍ଫୋରଣ ପଛରେ ISI, ୫ ଜଣଙ୍କୁ ବାନ୍ଧିଲା ପୋଲିସ୍

National

BJP Office Attack / ପଞ୍ଜାବ BJP ମୁଖ୍ୟାଳୟରେ ବିସ୍ଫୋରଣ ପଛରେ ISI, ୫ ଜଣଙ୍କୁ ବାନ୍ଧିଲା ପୋଲିସ୍

Santosh Kumar Sahoo
Browse all articles by Santosh Kumar Sahoo
·2 days ago·1 min read
ପଞ୍ଜାବ BJP ମୁଖ୍ୟାଳୟରେ ବିସ୍ଫୋରଣ ପଛରେ ISI, ୫ ଜଣଙ୍କୁ ବାନ୍ଧିଲା ପୋଲିସ୍
Punjab BJP Office

Key Points

ପଞ୍ଜାବ BJP ମୁଖ୍ୟାଳୟ ବିସ୍ଫୋରଣ
ପଞ୍ଜାବ-ଚଣ୍ଡିଗଡ଼ ପୋଲିସ ମିଳିତ ଅପରେସନରେ 5 ଗିରଫ
ଆକ୍ରମଣ ପଛରେ ରହିଛି ISI ହାତ
ଚଣ୍ଡିଗଡ଼ରେ ବିଜେପି ମୁଖ୍ୟାଳୟ ଉପରେ ହୋଇଥିବା ଗ୍ରେନେଡ୍ ଆକ୍ରମଣ ଘଟଣାରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପଞ୍ଜାବ ପୋଲିସ ଏବଂ ଚଣ୍ଡିଗଡ଼ ପୋଲିସ ମିଳିତ ଅପରେସନରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଷଡ଼ଯନ୍ତ୍ରରେ ସାମିଲ ଥିବା ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବଲବିନ୍ଦର ଲାଲ ଓରଫ ଶମ୍ମି, ଜସବୀର ସିଂହ ଓରଫ ଜସ୍ସି, ଚରଣଜିତ ସିଂହ ଓରଫ ଚନ୍ନି, ରୁବଲ ଚୌହାନ ଏବଂ ମନଜିତ ଓରଫ ଅଭିଜିତ ଶର୍ମା ଅଛନ୍ତି ।

ପଞ୍ଜାବ ଡିଜିପି ଗୌରବ ଯାଦବ କହିଛନ୍ତି ଯେ ଅଭିଯୁକ୍ତଙ୍କଠାରୁ ଏକ ଗ୍ରେନେଡ୍ ଏବଂ କିଛି ଗୁଳି ଜବତ କରାଯାଇଛି । ଆକ୍ରମଣର ଦୁଇ ମୁଖ୍ୟ ଅପରାଧୀଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଗିରଫ କରିବା ପାଇଁ ଚଢାଉ ଜାରି ରହିଛି ।

ପାକିସ୍ତାନର ଆଇଏସଆଇ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ

ପ୍ରାଥମିକ ତଦନ୍ତରୁ ପାକିସ୍ତାନର ଆଇଏସଆଇ ଦ୍ୱାରା ଏକ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି । ପର୍ତ୍ତୁଗାଲ ଏବଂ ଜର୍ମାନୀରେ ରହୁଥିବା ବିଦେଶୀ ହ୍ୟାଣ୍ଡଲରମାନଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନେ ଆକ୍ରମଣର ଷଡ଼ଯନ୍ତ୍ର କରିଥିଲେ। ଆକ୍ରମଣ କରିବା ପାଇଁ ଅନେକ ସବ୍-ମଡ୍ୟୁଲ୍ ଏବଂ ନେଟୱାର୍କ ବ୍ୟବହାର କରାଯାଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BJP Office Attack: ପଞ୍ଜାବ BJP ମୁଖ୍ୟାଳୟରେ ବିସ୍ଫୋରଣ ପଛରେ ISI, ୫ ଜଣଙ୍କୁ ବାନ୍ଧିଲା ପୋଲିସ୍ | Argus News