Videos
|
National

Patiala Sangrur Bypass Bridge Collapse / ପଞ୍ଜାବରେ ହଠାତ୍ ଭୁଶୁଡ଼ିଲା ପୋଲ! ଫସିଲେ ୨ ଟ୍ରକ୍, ଗୋଟିଏରେ ଲାଗିଲା ନିଆଁ

Subhramjit Ray
Browse all articles by Subhramjit Ray
·47 mins ago·2 min read
ପଞ୍ଜାବରେ ହଠାତ୍ ଭୁଶୁଡ଼ିଲା ପୋଲ! ଫସିଲେ ୨ ଟ୍ରକ୍, ଗୋଟିଏରେ ଲାଗିଲା ନିଆଁ
Punjab Bhakra Canal Bridge Collapse (Photo Source: Social Media/AI)

Key Points

ପଞ୍ଜାବର ପଟିଆଲା-ସଙ୍ଗରୁର ବାଇପାସ୍‌ରେ ଭାକ୍ରା ନାଳ ଉପରେ ଥିବା ଏକ ପୋଲ ହଠାତ୍ ଭୁଶୁଡ଼ି ପଡ଼ିଛି। ଏହି ସମୟରେ ଦୁଇଟି ଟ୍ରକ୍ ଫସିଯାଇଥିବା ବେଳେ ଗୋଟିଏରେ ନିଆଁ ଲାଗିଥିଲା। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ଘଟଣାରେ କେହି ହତାହତ ହୋଇନଥିବା ସୂଚନା ମିଳିଛି। ପୋଲର ମରାମତି ଓ ନିର୍ମାଣ ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି।

ପଟିଆଲା-ସଙ୍ଗରୁର, ପଞ୍ଜାବ: ଗୁରୁବାର (ନଭେମ୍ବର ୧୯) ସକାଳ ପଟିଆଲା-ସଙ୍ଗରୁର ବାଇପାସ୍ ସ୍ଥିତ ପାସିଆନା ଗ୍ରାମ ନିକଟରେ ଅଚାନକ ଭୁଶୁଡ଼ି ପଡ଼ିଥିଲା ଏକ ପୋଲ। ବାଇପାସ୍ ନିକଟସ୍ଥ ଭାକ୍ରା ନାଳ ଉପରେ ରହିଥିବା ଏହି ପୋଲ ହଠାତ ଭୁଶୁଡ଼ି ପଡ଼ିବା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ସମୟରେ ଅନେକ ଟ୍ରକ୍ ଏହି ପୋଲ ପାର ହେଉଥିଲେ। ଦୁର୍ଘଟଣା ଘଟିବା ସମୟରେ ଦୁଇଟି ଟ୍ରକ୍ ପୋଲ ଭିତରେ ଫସି ଯାଇଥିଲା। ଯାହା ମଧ୍ୟରୁ ଗୋଟିକରେ ନିଆଁ ଲାଗିଯାଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ଅଗ୍ନିଶମ ବିଭାଗକୁ ତୁରନ୍ତ ଏହି ଘଟଣା ବିଷୟରେ ଖବର ଦିଆଯାଇଥିଲା। ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅନେକ ଚେଷ୍ଟା କରିବା ପରେ ଯାଇ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିଥିଲା।

ନଦୀ ଉପରେ ପୋଲ ଭୁଶୁଡ଼ି ପଡ଼ିବା ଯୋଗୁଁ ଖେଳିଗଲା ଆତଙ୍କ
ପଟିଆଲା-ସଙ୍ଗରୁର ବାଇପାସ୍ ସ୍ଥିତ ଭାକ୍ରା ନାଳ ଉପରେ ରହିଥିବା ପୋଲ ଭୁଶୁଡ଼ି ପଡ଼ିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲା। ହେଲେ ତଥାପି ଏହି ପୋଲ ଭୁଶୁଡ଼ି ପଡ଼ିବା ପଛର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏହି ଘଟଣାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ରିପୋର୍ଟ ଆସିନାହିଁ। ଏହି ଘଟଣା ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଟ୍ରକ୍ ପୋଲରେ ଫସିଯିବା ଏଥିରେ ନିଆଁ ଲାଗିଯାଉଛି। ଆଶ୍ଚର୍ଯ୍ୟର କଥା ଏହା ଯେ, ପୂର୍ବରୁ ଏହି ପୋଲର ଅବସ୍ଥା ବିଷୟରେ ପ୍ରଶ୍ନ ଉଠିସାରିଛି। ପ୍ରାୟ ୨ ବର୍ଷ ତଳେ ଏହି ପୋଲରେ ରହିଥିବା ସମସ୍ୟା ସାମ୍ନାକୁ ଆସିଥିଲା। ଯାହା ପରେ ଏହାକୁ ମରାମତି କରାଯାଇଥିଲା। ହେଲେ ତଥାପି ଏହି ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ିବା ପୁଣି ଥରେ ଏହାର ନିର୍ମାଣ ଏବଂ ମରାମତି ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛି।

ପୋଲ ମରାମତିର ଗୁଣବତ୍ତା ଉପରେ ଉଠିଲା ପ୍ରଶ୍ନ
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ପୋଲ ଭୁଶୁଡ଼ି ପଡ଼ିବା ପଛରେ କ'ଣ କାରଣ ରହିଛି? ଏହା କ’ଣ ଠିକାଦାରଙ୍କ ଅବହେଳା ଯୋଗୁଁ ହୋଇଥିଲା ନାଁ ଅନ୍ୟ କୌଣସି ସ୍ତରରେ କୌଣସି ତ୍ରୁଟି ଯୋଗୁଁ ହୋଇଥିଲା? ସେତୁ ଯେଉଁ ଭଳି ଭାବରେ ଭୁଶୁଡ଼ି ପଡ଼ିଲା ତାହା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ଏବେ ଦେଖିବାକୁ ବାକି ରହିଲା ଯେ ରାଜପଥ ବିଭାଗ ଏହି ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି ସମ୍ପୂର୍ଣ୍ଣ ଘଟଣାରେ ସବୁଠାରୁ ବଡ଼ ଆଶ୍ୱସ୍ତିର କଥା ହେଉଛି ଯେ ଏହି ଦୁର୍ଘଟଣାରେ କେହି ହତାହତ ହୋଇନାହାଁନ୍ତି ଏବଂ କୌଣସି ଜୀବନହାନି କିମ୍ବା ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇନାହିଁ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: