Crime News / ରାଣୀ ମହୁମାଛି ରାକେଟ୍ର ପର୍ଦ୍ଦାଫାସ୍! ହୋଟେଲରୁ ଉଦ୍ଧାର ହେଲେ ଅଭିନେତ୍ରୀ
·2 hours ago·2 min read

Key Points
ରାଣୀ ମହୁମାଛି ଜାଲରୁ ଉଦ୍ଦାର ହେଲେ ଅଭିନେତ୍ରୀ
ଥାଣେର ଏକ ହୋଟେଳରୁ ଉଦ୍ଧାର ହେଲେ ଅଭିନେତ୍ରୀ
ରାକେଟ୍ ଚଳାଉଥିବା ଅଭିଯୋଗରେ ଜଣେ ମହିଳା ଗିରଫ
ଥାଣେର ଏକ ହୋଟେଳରୁ ଉଦ୍ଧାର ହେଲେ ଅଭିନେତ୍ରୀ
ରାକେଟ୍ ଚଳାଉଥିବା ଅଭିଯୋଗରେ ଜଣେ ମହିଳା ଗିରଫ
ଥାଣେ,୧୨/୧୦: ରାଣୀ ମହୁମାଛି ଜାଲରୁ ଉଦ୍ଦାର ହେଲେ ଜଣାଶୁଣା ଟେଲି ଅଭିନେତ୍ରୀ। ହିନ୍ଦୀ ଟିଭି ସିରିଏଲ ଏବଂ ୱେବ ସିରିଜରେ ଅଭିନୟ କରୁଥିବା ଜଣେ ୩୫ ବର୍ଷ ବୟଷ୍କା ଯୁବତୀଙ୍କୁ ଦେହବେପାର ଓ ରାକେଟରୁ ଉଦ୍ଧାର କରିଛି ପୋଲିସ। ମନୋରଞ୍ଜନ ଜଗତରେ ପୁଣି ଦେହ ବ୍ୟବସାୟ ରାକେଟ୍କୁ ନେଇ ଚାଞ୍ଚଲ୍ୟ।ଏହି ଘଟଣାରେ ରାକେଟ୍ ଚଳାଉଥିବା ଅଭିଯୋଗରେ ଜଣେ ୩୯ ବର୍ଷୀୟ ମହିଳାଙ୍କୁ ଗିରଫ କରାଯାଇଛି। ରାକେଟ୍ଟି ଟିଭି ସିରିଏଲ୍, ୱେବ୍ ସିରିଜ୍ ଓ ଫଟୋସୁଟ୍ରେ କାମ କରୁଥିବା ମହିଳାଙ୍କୁ ଟାର୍ଗେଟ୍ କରୁଥିବା ପୋଲିସ ଅଭିଯୋଗ କରିଛି।
କେମିତି ଧରାପଡ଼ିଲା ରାକେଟ୍?
ସୂଚନା ଅନୁସାରେ, ଏକ ଏନ୍ଜିଓଠାରୁ ଦେହ ବ୍ୟବସାୟ ସମ୍ପର୍କରେ ଖବର ପାଇଥିଲା ଠାଣେ ପୋଲିସ। ଏହାପରେ ଅକ୍ଟୋବର ୮ ତାରିଖରେ ମୀରା-ଭୟନ୍ଦର ରୋଡ୍ରେ ଥିବା ଏକ ହୋଟେଲ୍କୁ ଡିକୟ ଗ୍ରାହକ ପଠାଯାଇଥିଲା। ଯୋଜନା ଅନୁସାରେ ଚଢ଼ାଉ କରି ପୋଲିସ ତବସୁମ୍ ଓରଫ୍ ସୋନିଆ ଉମର କ୍ୟୁରେସୀଙ୍କୁ ଗିରଫ କରିଥିଲା। ପୋଲିସର ଅଭିଯୋଗ ଅନୁସାରେ, ଟଙ୍କା ନେଉଥିବା ସମୟରେ ସୋନିଆ ଧରାପଡ଼ିଥିଲେ। ସେ ମହିଳାମାନଙ୍କୁ ଜୋରଜବରଦସ୍ତ ଦେହ ବ୍ୟବସାୟରେ ନିୟୋଜିତ କରୁଥିବା ଅଭିଯୋଗ ହୋଇଛି। ତାଙ୍କର ଜଣେ ପୁରୁଷ ସହଯୋଗୀଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
ପଢନ୍ତୁ ଏହି ଖବର: ମେଟ୍ରୋରେ ସିଟ୍କୁ ନେଇ ମହାଭାରତ; ଚାଲିଗଲା ଯାତ୍ରୀଙ୍କ ଜୀବନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିନେତ୍ରୀ ମାନଙ୍କୁ କରାଯାଉଥିଲା ଟାର୍ଗେଟ୍
ପୋଲିସର କହିବା ଅନୁଯାୟୀ, ଏହି ରାକେଟ୍ ଟିଭି ସିରିଏଲ୍, ୱେବ୍ ସିରିଜ୍ ଓ ଫଟୋସୁଟ୍ରେ କାମ କରୁଥିବା ମହିଳାଙ୍କୁ ଟାର୍ଗେଟ୍ କରୁଥିଲା। ଉଦ୍ଧାର ହୋଇଥିବା ଅଭିନେତ୍ରୀଙ୍କ ପରିଚୟ ସୁରକ୍ଷା ଦୃଷ୍ଟିରୁ ଗୋପନ ରଖାଯାଇଛି। ତାଙ୍କୁ ମୁମ୍ବାଇର ରେସ୍କ୍ୟୁ ଫାଉଣ୍ଡେସନ୍ରେ ରଖାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୪୩ ଏବଂ ଅନୈତିକ ବ୍ୟାପାର ନିବାରଣ ଆଇନ ଅନୁସାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।
ପୂର୍ବରୁ ମଧ୍ୟ ଠାଣେରେ ମାମଲା
ଗତ ଫେବୃଆରୀରେ ଠାଣେର ବାଗଲେ ଇଷ୍ଟେଟ୍ ଅଞ୍ଚଳରୁ ମଧ୍ୟ ଏକ ଦେହ ବ୍ୟବସାୟ ରାକେଟ୍ ସମ୍ପର୍କିତ ମାମଲା ସାମ୍ନାକୁ ଆସିଥିଲା। ସେତେବେଳେ ଦୁଇ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା। ଏବେର ଘଟଣାରେ ପୋଲିସ ଅନ୍ୟ ସହଯୋଗୀଙ୍କ ସମ୍ପୃକ୍ତି ଖୋଜୁଛି। ଉଦ୍ଧାର ଅଭିନେତ୍ରୀଙ୍କ ସୁରକ୍ଷା ଓ ଥଇଥାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

Related Topics
Explore more stories