Videos
|
Crime

Delhi Metro Fight / ମେଟ୍ରୋ ରେ ସିଟ୍ କୁ ନେଇ ମହାଭାରତ; ଚାଲିଗଲା ଯାତ୍ରୀଙ୍କ ଜୀବନ

Subhramjit Ray
Browse all articles by Subhramjit Ray
·1 hour ago·1 min read
ମେଟ୍ରୋ ରେ ସିଟ୍ କୁ ନେଇ ମହାଭାରତ; ଚାଲିଗଲା ଯାତ୍ରୀଙ୍କ ଜୀବନ
Delhi Metro Fight

Key Points

ମେଟ୍ରୋ ଟ୍ରେନ୍ ସିଟ୍ ରେ ବସିବାକୁ ନେଇ ହୋଇଯାଇଛି ହାତାହାତି। ଦିଲ୍ଲୀ ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ୍ ଠାରେ ଦେଖିବାକୁ ମିଳିଛି ଏଭଳି ଘଟଣା।
ଦିଲ୍ଲୀ ମେଟ୍ରୋରେ ସିଟ୍କୁ ନେଇ ଯାତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ମୁହାଁମୁହିଁ ପରିସ୍ଥିତି। ସିଟ୍ କୁ ନେଇ ହୋଇଥିବା ବିବାଦ ଯୋଗୁଁ ଜଣେ ଯାତ୍ରୀଙ୍କ ଜୀବନ ଚାଲିଥିବାର କୁହାଯାଉଛି। ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ୍ ଠାରେ ସିଟ୍ ପାଇଁ ହୋଇଥିବା ବିବାଦ ପରେ ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏଠାରେ ଜଣେ ବରିଷ୍ଠ ନାଗରିକ ସିଟ୍ ପାଇଁ ବିବାଦ ଉପୁଜିଥିଲା। ପବନ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କୁ ଅନ୍ୟ ୨ ଜଣ ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ପବନ ଶର୍ମାଙ୍କୁ ଚାପୁଡ଼ା ମାରିବା ସହ ଠେଲି ଦିଆ ଯାଇଥିବାର ଅଭିଯୋଗ ହୋଇଛି। ଯାହା ଫଳରେ ସେ ମେଟ୍ରୋ ଷ୍ଟେସନ ବାରଣ୍ଡାରେ ପଡ଼ି ଯାଇଥିଲେ। ଯାହ ପରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ମେଟ୍ରୋ କର୍ମଚାରୀ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲ (LNJP Hospital) ନେଇ ଯାଇଥିଲେ। ହେଲେ ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତକଙ୍କ ମାଆ ଦାଖଲ କରିଥିଲେ ଅଭିଯୋଗ
ମୃତକ ପନନ ଶର୍ମାଙ୍କ ମାଆ ଦୁର୍ଗା ଶର୍ମାଙ୍କ ଅଭିଯୋଗ ଆଧାରରେ ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ ଥାନାରେ ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୋଗରେ ସଞ୍ଜୟ ପ୍ରତାପ ସିଂହ ଏବଂ ସିଦ୍ଧାର୍ଥ ସିଂହଙ୍କ ନାମ ରହିଛି। ଦିଲ୍ଲୀ ପୋଲିସ କହିବା ଅନୁଯାୟୀ, ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୧୦୫(୩)(୫) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପୋଲିସ କହିଛି ଯେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି।



Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: