Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Shivangi Singh with President / ମିଛ କହୁଥିଲା ପାକିସ୍ତାନ... ଶିବାଙ୍ଗୀଙ୍କ ସହ ନଜର ଆସିଲେ ମହାମହିମ

Ritu Das
Browse all articles by Ritu Das
·8 months ago·3 min read
ମିଛ କହୁଥିଲା ପାକିସ୍ତାନ... ଶିବାଙ୍ଗୀଙ୍କ ସହ ନଜର ଆସିଲେ ମହାମହିମ

Key Points

ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ପିଓକରେ ଥିବା ଆତଙ୍କବାଦୀ ଠିକଣାକୁ ନଷ୍ଟ କରିବା ପାଇଁ ଭାରତ ମେ' ୭ରେ ଅପରେସନ ସିନ୍ଦୂର କରିଥିଲା।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର (ଅକ୍ଟୋବର ୨୯) ହରିୟାଣାର ଅମ୍ୱାଲା ସ୍ଥିତ ବାୟୁସେନା ଷ୍ଟେସନରୁ ରାଫେଲ୍ ବିମାନରେ ଉଡାଣ ଭରିଛନ୍ତି । ଏହାକୁ ସେ ଅବିସ୍ମରଣୀୟ ଅନୁଭବ ବୋଲି କହିଛନ୍ତି । ଏହି ସମୟରେ ହାତରେ ହେଲମେଟ୍ ଧରି ଓ କଳା ଚଷମା ପିନ୍ଧି ରାଷ୍ଟ୍ରପିତ ମୁର୍ମୁ ଭାରତୀୟ ବାୟୁସେନାର ପାଇଲଟ୍ ଶିବାଙ୍ଗୀ ସିଂହଙ୍କ ସହ ଫଟୋ ଉଠାଇଛନ୍ତି । ଏହି ଫଟୋ ପାକିସ୍ତାନର ମିଛ ପ୍ରଚାରର ପୋଲ୍ ଖୋଲି ଦେଇଛି । ଅପରେସନ ସିନ୍ଦୂର ସମୟରେ ଶିବାଙ୍ଗୀ ସିଂହଙ୍କୁ ବନ୍ଦୀ କରିଥିବା ନେଇ ପାକିସ୍ତାନ ଦାବି କରିଥିଲା।

ଏହାସହ ପଢ଼ନ୍ତୁ: ଦିଲ୍ଲୀ ଆକାଶରେ ହେଲା କୃତ୍ରିମ ବର୍ଷା

ପାକିସ୍ତାନ ଦାବି କରିଥିଲା ଯେ ଅପରେସନ୍ ସିନ୍ଦୂର ସମୟରେ ସେ ଭାରତର ଯୁଦ୍ଧ ବିମାନକୁ ଖସାଇ ଦେଇଛି ଓ ଆଇଏଏଫ୍ ଅଫିସର ଶିବାଙ୍ଗୀ ସିଂହଙ୍କୁ ବନ୍ଦୀ କରିଛି । ବୁଧବାର ପାକିସ୍ତାନର ଏହି ମିଛର ପୋଲ ଖୋଲିଛି । ସରକାର ଅପରେସନ ସିନ୍ଦୂରକୁ ନେଇ ମିଡିଆ ବ୍ରିଫିଂ ବେଳେ ପାକିସ୍ତାନର ମିଛ ଦାବିକୁ ଖଣ୍ଡନ କରିଥିଲେ । ଭାରତୀୟ ବାୟୁସେନା କହିଥିଲା ଯେ ସେନାର ନିଜ ଉଦ୍ଦେଶ୍ୟ ହାସଲ କରିସାରିଛି ଓ ସମସ୍ତ ପାଇଲଟ୍ ସୁରକ୍ଷିତ ଘରକୁ ଫେରିଆସିଛନ୍ତି । ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ପିଓକରେ ଥିବା ଆତଙ୍କବାଦୀ ଠିକଣାକୁ ନଷ୍ଟ କରିବା ପାଇଁ ଭାରତ ମେ' ୭ରେ ଅପରେସନ ସିନ୍ଦୂର କରିଥିଲା। ଏଥିରେ ରାଫେଲ୍ ବିମାନ ବ୍ୟବହାର କରାଯାଇଥିଲା।


ଭାରତୀୟ ବାୟୁସେନାର ପାଇଲଟ୍ ଶିବାଙ୍ଗୀ ସିଂହ କିଏ?

ଭାରତର ପ୍ରଥମ ଓ ଏକମାତ୍ର ମହିଳା ରାଫେଲ୍ ପାଇଲଟ୍ ଶିବାଙ୍ଗୀ ସିଂହ ଉତ୍ତର ପ୍ରଦେଶ ବାରାଣସୀର ବାସିନ୍ଦା । ଶିବାଙ୍ଗୀ ସିଂହ ପିଲାବେଳେ ଦିଲ୍ଲୀର ବାୟୁସେନା ସଂଗ୍ରହାଳୟ ପରିଦର୍ଶନ କରିବା ପରେ ଉଡ଼ାଣ ପ୍ରତି ଆଗ୍ରହ ସୃଷ୍ଟି କରିଥିଲେ।
ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (BHU) ରେ ପାଠପଢ଼ିଥିଲେ ଏବଂ ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ NCC ଏୟାର ୱିଙ୍ଗରେ ଯୋଗ ଦେଇଥିଲେ।

ପରେ ସେ ହାଇଦ୍ରାବାଦର ବାୟୁସେନା ଏକାଡେମୀ (AFA) ରେ ତାଲିମ ନେଇଥିଲେ ଏବଂ ୨୦୧୭ରେ ବାୟୁସେନାର ମହିଳା ଲଢୁଆ ପାଇଲଟଙ୍କ ଦ୍ୱିତୀୟ ବ୍ୟାଚର ଅଂଶ ହୋଇଥିଲେ।

ଶିବାଙ୍ଗୀ ଦ୍ରୁତ ଏବଂ ଜଟିଳ MiG-21 ବାଇସନ ବିମାନ ଉଡ଼ାଇ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ ଏବଂ ୨୦୨୦ରେ ରାଫେଲ ଉଡ଼ାଇଥିବା ପ୍ରଥମ ଭାରତୀୟ ମହିଳା ହୋଇଥିଲେ।

ବର୍ତ୍ତମାନ, ଶିବାଙ୍ଗୀ ସିଂହ ୧୭ ସ୍କ୍ୱାଡ୍ରନ ‘ଗୋଲ୍ଡେନ ରୋଜ’ ସହିତ ନିୟୋଜିତ ଅଛନ୍ତି। ସେ ଫ୍ରାନ୍ସରେ ଅଭ୍ୟାସ ଓରିଅନ ୨୦୨୩ ସମେତ ଅନେକ ଅନ୍ତର୍ଜାତୀୟ ସାମରିକ ଅଭ୍ୟାସରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି। ସେ ପୂର୍ବ ଲଦାଖ ଏବଂ ନିୟନ୍ତ୍ରଣ ରେଖା (LoC) ଭଳି ସମ୍ବେଦନଶୀଳ ଅଞ୍ଚଳରେ ହୋଇଥିବା ମିଶନରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି ।

ମେ' ମାସରେ ଅପରେଶନ ସିନ୍ଦୂର ପରେ, ପାକିସ୍ତାନ ମିଥ୍ୟା ଖବର ପ୍ରସାର କରିଥିଲା ଯେ ଜଣେ ଭାରତୀୟ ରାଫେଲକୁ ଖସାଇ ଦିଆଯାଇଛି ଏବଂ ଏହାର ମହିଳା ପାଇଲଟଙ୍କୁ ବନ୍ଦୀ କରାଯାଇଛି।

ମଙ୍ଗଳବାର, ରାଷ୍ଟ୍ରପତିଙ୍କ ସହିତ ତାଙ୍କର ହସୁଥିବା ଫଟୋ ପାକିସ୍ତାନର ମିଥ୍ୟା ପ୍ରଚାରକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛି।
୧୭ ତମ ସ୍କ୍ୱାର୍ଡନର କମାଣ୍ଡିଂ ଅଫିସର ଗ୍ରୁପ୍ କ୍ୟାପ୍ଟେନ୍ ଅମିତ୍ ଗେହାନି ଏହି ବିମାନକୁ ଉଡ଼ାଇଥିଲେ । ରାଫେଲ୍ ବିମାନଟି ସମୁଦ୍ର ପତ୍ତନରୁ ପ୍ରାୟ ୧୫,୦୦୦ ଫୁଟ ଉଚ୍ଚତାରେ ଏବଂ ଘଣ୍ଟା ପ୍ରତି ପ୍ରାୟ ୭୦୦ କିଲୋମିଟର ବେଗରେ ଉଡ଼ିଥିଲା । ବୁଧବାର ସକାଳେ ବାୟୁସେନା ଷ୍ଟେସନରେ ପହଞ୍ଚିବା ପରେ, ରାଷ୍ଟ୍ରପତିଙ୍କୁ ଏକ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

ଏହାସହ ପଢ଼ନ୍ତୁ: ସୁନା ଓ ରୂପା ଦର କମିବାର କାରଣ ଜଣାପଡ଼ିଲା...

ରାଷ୍ଟ୍ରପତି ମୁର୍ମୁ ଦୁଇଟି ଯୁଦ୍ଧ ବିମାନ ଉଡ଼ାଣ ଭରିବାରେ ପ୍ରଥମ ଭାରତୀୟ ରାଷ୍ଟ୍ରପତି ହୋଇଛନ୍ତି । ଏପ୍ରିଲ୍ ୨୦୨୩ରେ, ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ମୁର୍ମୁ ଆସାମର ତେଜପୁର ବାୟୁସେନା ଷ୍ଟେସନରେ ସୁଖୋଇ-୩୦ MKI ଯୁଦ୍ଧ ବିମାନରେ ଉଡାଣ ଭରିଥିଲେ । ଆଜି ରାଫେଲ ବିମାନରେ ଚଢ଼ିବା ପୂର୍ବରୁ ରାଷ୍ଟ୍ରପତି ଏକ G- ସୁଟ୍ ପିନ୍ଧିଥିଲେ । ସକାଳ ୧୧ଟା ୨୭ ମିନିଟରେ ବିମାନ ଉଡ଼ାଣ ଆରମ୍ଭ କରିବା ପୂର୍ବରୁ, ରାଷ୍ଟ୍ରପତି ବିମାନ ଭିତରୁ ହାତ ହଲାଇଥିଲେ । ବିମାନଟି ପ୍ରାୟ ୩୦ ମିନିଟ୍ ଉଡ଼ିଥିଲା ଏବଂ ପ୍ରାୟ ୨୦୦ କିଲୋମିଟର ଦୂରତା ଅତିକ୍ରମ କରିବା ପରେ ବାୟୁସେନା ଷ୍ଟେସନ୍‌କୁ ଫେରି ଆସିଥିଲା ।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rafale Pilot Shivangi Singh Meets President | Argus News