India Politics / ବିଜେପିରେ ମିଶିଲେ ରାଘବ ଚଢାଙ୍କ ସମେତ ୩ ସାଂସଦ
·5 days ago·2 min read

Key Points
ଆପ୍ ଛାଡ଼ି ବିଜେପିରେ ମିଶିଲେ ରାଘବ ଚଢା
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ୩ ସାଂସଦ

ଆପ୍ ଛାଡ଼ି ବିଜେପିରେ ମିଶିଲେ ରାଘବ ଚଢା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ୩ ସାଂସଦ। ବିଜେପି ମୁଖ୍ୟାଳୟରେ ୩ ସାଂସଦ ଉପସ୍ଥିତ ଥିବା ଜଣାପଡ଼ିଛି। ଆପର ଦୁଇ ତୃତୀୟାଂଶ ନେତା ଦଳ ଛାଡ଼ିଛନ୍ତି। ଏମାନଙ୍କ ସହ ସ୍ୱାତୀ ମାଲିୱାଲ ଓ କ୍ରିକେଟରରୁ ନେତା ସାଜିଥିବା ହରଭଜନ ସିଂହ ମଧ୍ୟ ଆପ୍ରୁ ଇସ୍ତଫା ଦେଇଛନ୍ତି। ଏମାନେ ସମସ୍ତେ ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି।
ଏହାସହ ପଢ଼ନ୍ତୁ: କିଏ ସେ ୭ ସାଂସଦ ? ଆପ୍ ଛାଡ଼ି ବିଜେପିରେ ମିଶିବେ; ନାଁ କହିଦେଲେ ରାଘବ
ରାଜ୍ୟସଭାରେ ଦୁର୍ବଳ ହେଲା ଆପ୍
ରାଜ୍ୟସଭାରେ ଆମ ଆଦମୀ ପାର୍ଟିର ୧୦ ଜଣ ସାଂସଦ ଅଛନ୍ତି। ସେଥିମଧ୍ୟରୁ ପଞ୍ଜାବରୁ ୭ ଜଣ ଏବଂ ଦିଲ୍ଲୀରୁ ୩ ଜଣ। ଏବେ ୭ ଜଣ ଛାଡି ଦେବା ପରେ ଆପ୍ ପାଖରେ ଆଉ ମାତ୍ର ୩ ଜଣ ସାଂସଦ ସଞ୍ଜୟ ସିଂହ (ଦିଲ୍ଲୀ), ଏନଡି ଗୁପ୍ତା (ଦିଲ୍ଲୀ) ଏବଂ ଜଳ କର୍ମୀ ବଲବୀର ସିଂହ ସିଚେୱାଲ (ପଞ୍ଜାବ) ରହିଛନ୍ତି। ରାଘବ ଚଢା, ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ଖୁବ୍ ଶୀଘ୍ର ବିଜେପି ସଭାପତି ନୀତିନ ନବୀନଙ୍କୁ ଭେଟି ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବରେ ଯୋଗ ଦେବେ ବୋଲି ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇଛି।
ଆପ୍ ଛାଡ଼ି ବେଜେପିରେ ମିଶିବାକୁ ଥିବା ଅନ୍ୟ ସାଂସଦମାନେ ହେଲେ- ହରଭଜନ ସିଂହ, ସ୍ୱାତୀ ମାଲିୱାଲ, ରାଜେନ୍ଦ୍ର ଗୁପ୍ତା, ବିକ୍ରମଜିତ୍ ସାହାଣୀ। ଏମାନେ ସମସ୍ତେ ଆଉ କିଛି ସମୟ ପରେ ବିଜେପି ଅଧ୍ୟକ୍ଷ ନୀତୀନ ନବୀନଙ୍କ ସାକ୍ଷାତ କରି ଔପଚାରିକ ଭାବେ ବିଜେପିରେ ଯୋଗ ଦେବେ।
ଏନେଇ ଆପ୍ ସାଂସଦ ଚଢା କହିଛନ୍ତି "ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ, ରାଜ୍ୟସଭାରେ ଥିବା ଆପ ସଦସ୍ୟଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଭାରତର ସମ୍ବିଧାନର ବ୍ୟବସ୍ଥା ବ୍ୟବହାର କରି ବିଜେପିରେ ମିଶିବୁ।"
ଚଢା ଆହୁରି କହିଥିଲେ ଯେ ଆପ, ଯାହାକୁ ମୁଁ ମୋର ରକ୍ତ ଏବଂ ଝାଳ ଦେଇ ପାଳି ଥିଲି ଏବଂ ମୋର ଯୌବନର ୧୫ ବର୍ଷ ଦେଇଥିଲି, ତାହା ଏବେ ଏହାର ନୀତି, ମୂଲ୍ୟବୋଧ ଏବଂ ମୂଳ ନୀତିଶାସ୍ତ୍ରରୁ ବିଚ୍ୟୁତ ହୋଇଛି। ଏହି ଦଳ ଆଉ ଦେଶର ସ୍ୱାର୍ଥରେ କାମ କରେ ନାହିଁ, ବରଂ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କାମ କରେ। ଗତ କିଛି ବର୍ଷ ଧରି, ମୁଁ ଅନୁଭବ କରୁଛି ଯେ ମୁଁ ଭୁଲ ଦଳରେ ଠିକ୍ ବ୍ୟକ୍ତି। ତେଣୁ, ଆଜି ମୁଁ ଘୋଷଣା କରୁଛି ଯେ ମୁଁ ଆପରୁ ନିଜକୁ ଅଲଗା କରୁଛି ଏବଂ ଲୋକଙ୍କ ନିକଟତର ହେଉଛି।

VIDEO | Delhi: BJP president Nitin Nabin (@NitinNabin) offers laddus to Rajya Sabha MPs Raghav Chadha (@raghav_chadha), Ashok Mittal and Sandeep Pathak, who recently quit the Aam Aadmi Party, at the BJP headquarters.#BJP
— Press Trust of India (@PTI_News) April 24, 2026
(Full video available on PTI Videos -… pic.twitter.com/ELZqsEYLEn
ଆପ୍ ଛାଡ଼ି ବେଜେପିରେ ମିଶିବାକୁ ଥିବା ଅନ୍ୟ ସାଂସଦମାନେ ହେଲେ- ହରଭଜନ ସିଂହ, ସ୍ୱାତୀ ମାଲିୱାଲ, ରାଜେନ୍ଦ୍ର ଗୁପ୍ତା, ବିକ୍ରମଜିତ୍ ସାହାଣୀ। ଏମାନେ ସମସ୍ତେ ଆଉ କିଛି ସମୟ ପରେ ବିଜେପି ଅଧ୍ୟକ୍ଷ ନୀତୀନ ନବୀନଙ୍କ ସାକ୍ଷାତ କରି ଔପଚାରିକ ଭାବେ ବିଜେପିରେ ଯୋଗ ଦେବେ।
ଏନେଇ ଆପ୍ ସାଂସଦ ଚଢା କହିଛନ୍ତି "ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ, ରାଜ୍ୟସଭାରେ ଥିବା ଆପ ସଦସ୍ୟଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଭାରତର ସମ୍ବିଧାନର ବ୍ୟବସ୍ଥା ବ୍ୟବହାର କରି ବିଜେପିରେ ମିଶିବୁ।"
ଚଢା ଆହୁରି କହିଥିଲେ ଯେ ଆପ, ଯାହାକୁ ମୁଁ ମୋର ରକ୍ତ ଏବଂ ଝାଳ ଦେଇ ପାଳି ଥିଲି ଏବଂ ମୋର ଯୌବନର ୧୫ ବର୍ଷ ଦେଇଥିଲି, ତାହା ଏବେ ଏହାର ନୀତି, ମୂଲ୍ୟବୋଧ ଏବଂ ମୂଳ ନୀତିଶାସ୍ତ୍ରରୁ ବିଚ୍ୟୁତ ହୋଇଛି। ଏହି ଦଳ ଆଉ ଦେଶର ସ୍ୱାର୍ଥରେ କାମ କରେ ନାହିଁ, ବରଂ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କାମ କରେ। ଗତ କିଛି ବର୍ଷ ଧରି, ମୁଁ ଅନୁଭବ କରୁଛି ଯେ ମୁଁ ଭୁଲ ଦଳରେ ଠିକ୍ ବ୍ୟକ୍ତି। ତେଣୁ, ଆଜି ମୁଁ ଘୋଷଣା କରୁଛି ଯେ ମୁଁ ଆପରୁ ନିଜକୁ ଅଲଗା କରୁଛି ଏବଂ ଲୋକଙ୍କ ନିକଟତର ହେଉଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories