AAP crisis / କିଏ ସେ ୭ ସାଂସଦ ? ଆପ୍ ଛାଡ଼ି ବିଜେପିରେ ମିଶିବେ; ନାଁ କହିଦେଲେ ରାଘବ
·5 days ago·2 min read

Key Points
ରାଘବ ଚଡ୍ଡାଙ୍କ ସହ ଆପ୍ ଛାଡ଼ିଲେ ୭ ସାଂସଦ
ବିଜେପିରେ ସାମିଲ ହେବା ନେଇ ଘୋଷଣା
ବିଜେପିରେ ସାମିଲ ହେବା ନେଇ ଘୋଷଣା
କିଛି ଦିନ ତଳେ ଆମ୍ ଆଦମି ପାର୍ଟି (AAP)ର ଟାର୍ଗେଟ୍ ହୋଇଯାଇଥିବା ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ବଡ଼ ଘୋଷଣା । ଦଳ ଅଣଦେଖା କରିବା ପରେ ଏବେ ପଦ୍ମ ଧରିଛନ୍ତି ରାଘବ । ଶୁକ୍ରବାର ଅପରାହ୍ନରେ ପ୍ରେସ କନଫରେନ୍ସ କରି ଆପରୁ ଇସ୍ତଫା ଦେବା ସହ ବିଜେପିରେ ସାମିଲ ହେବା ନେଇ ଘୋଷଣା କରିଛନ୍ତି । ତେବେ ରାଘବ ଏକା ନୁହନ୍ତି, ତାଙ୍କ ସହ ଆପର ଆଉ ୭ ଜଣ ଦଳ ଛାଡ଼ି AAPକୁ ଶକ୍ତ ଝଟକା ଦେଇଛନ୍ତି । ଆପର ଦୁଇ ତୃତୀୟାଂଶ ସଦସ୍ୟ ଏବେ ଦଳ ଛାଡ଼ି ପଦ୍ମ ଧରିଛନ୍ତି । ସବୁଠୁ ଖାସ୍ କଥା ହେଉଛି, ଆପ୍ ୧୫ ଦିନ ତଳେ ରାଘବଙ୍କୁ ହଟାଇ ଯାହାକୁ ରାଜ୍ୟସଭାର ଉପନେତା କରିଥିଲେ, ସେହି ଅଶୋକ ମିତ୍ତଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।
ରାଘବଙ୍କ କହିବାନୁସାରେ, ବିଜେପିରେ ସାମିଲ ହେବାକୁ ଥିବା ଆମ୍ ଆଦମି ପାର୍ଟିର ସାଂସଦମାନେ କାଗଜରେ ହସ୍ତାକ୍ଷର କରିସାରିଛନ୍ତି ଓ ଏହାକୁ ରାଜ୍ୟସଭା ସଭାପତିଙ୍କୁ ପ୍ରଦାନ କରିଛନ୍ତି । ପ୍ରେସ କନଫରେନ୍ସରେ ରାଘବ କହିଛନ୍ତି ଯେ ଯେଉଁ ସାସଂଦ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି, ସେମାନଙ୍କ ମଧ୍ୟରୁ ଏବେ ତାଙ୍କ ସହ ଦୁଇ ଜଣ ସାଂସଦ ଉପସ୍ଥିତ ଅଛନ୍ତି ଓ ଅନ୍ୟମାନଙ୍କ ମଧ୍ୟରେ ହରଭଜନ ସିଂ, ରଜିନ୍ଦର ଗୁପ୍ତା, ବିକ୍ରମ ସାହାଣି ଓ ସ୍ଵାତି ମାଲିୱାଲ ସାମିଲ ବୋଲି ସେ କହିଛନ୍ତି । ସେହି ସାଂସଦମାନେ ହେଉଛନ୍ତି:
ସ୍ଵାତି ମାଲିୱାଲ
ଅଶୋକ କୁମାର ମିତ୍ତଲ
ସନ୍ଦୀପ ପାଠକ
ହରଭଜନ ସିଂ
ବଲବିର ସିଂହ ସୋଚିୱାଲ
ବିକ୍ରମଜିତ ସିଂହ ସାହାଣି
ଏଠାରେ କହିରଖୁଛୁ କି, ନିକଟରେ ରାଘବ ଚଡ୍ଡାଙ୍କୁ ଆପ୍ ରାଜ୍ୟସଭା ଉପନେତା ପଦରୁ ହଟାଇ ଦେଇଥିଲା । ଆପ୍ ରାଜ୍ୟସଭାରେ ଜରୁରୀ ପ୍ରସଙ୍ଗ ନ ଉଠାଇ ସାଧାରଣ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି । ଆପ୍ ଏହା ମଧ୍ୟ ଅଭିଯୋଗ ଆଣିଥିଲା ଯେ ରାଘବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଡରୁଛନ୍ତି । ଯେତେବେଳେ ରାଘବ ଏହାକୁ ବିରୋଧ କରି ନିଜର ମନ୍ତବ୍ୟ ରଖିଥିଲେ, ଏହାପରେ ଆପ୍ ନିଜର ଅଭିଯୋଗ ଫର୍ଦ୍ଦକୁ ବୃଦ୍ଧି କରିଥିଲା । ଦଳର ଅନେକ ନେତା ସୋସିଆଲ ମିଡିଆରେ ରାଘବଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଥିଲା ।
- 'ଆଇ ଆମ୍ ଦ ରାଇଟ୍ ପର୍ସନ ଇନ୍ ଦ ରଙ୍ଗ ପାର୍ଟି'
- ବିଜେପିରେ ମିଶିଲେ AAPର ୭ ସାଂସଦ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories