Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Priyanka Chopra / ରାଘବ ଚଡ୍ଡାଙ୍କ ସମର୍ଥନରେ ବାହାରିଲେ PC; ଭିଡିଓରେ କଲେ ଏହି କମେଣ୍ଟ

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ରାଘବ ଚଡ୍ଡାଙ୍କ ସମର୍ଥନରେ ବାହାରିଲେ PC; ଭିଡିଓରେ କଲେ ଏହି କମେଣ୍ଟ
Priyanka Chopra

Key Points

ରାଜ୍ୟସଭା ଉପନେତା ପଦରୁ ରାଘବଙ୍କୁ ହଟାଇବା ଘଟଣା
ଏବେ ପ୍ରିୟଙ୍କା ଚୋପ୍ରା ରାଘବ ଚଡ୍ଡାଙ୍କ ସମର୍ଥନରେ ବାହାରିଛନ୍ତି
ଆମ ଆଦମି ପାର୍ଟି ରାଘବ ଚଡ୍ଡାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇ ଦେଇଛି । ଏହାକୁ ନେଇ ଏବେ ଜାତୀୟ ରାଜନୀତି ବେଶ ସରଗରମ ଅଛି । କିଛି ଦଳ ରାଘବଙ୍କ ସମର୍ଥନରେ ବାହାରିଥିବାବେଳେ ଆପକୁ କଟାକ୍ଷ କରିଛନ୍ତି । ସେପଟେ ସ୍ଥିତି ଅନୁଯାୟୀ ଗୋଟିଏ ପରେ ଗୋଟିଏ ନୂଆ ଭିଡିଓ ପୋଷ୍ଟ କରୁଛନ୍ତି ରାଘବ ଚଡ୍ଡା । ଏବେ ରାଘବଙ୍କୁ ଆସିଛି ବିଦେଶରୁ ସମର୍ଥନ । ଆମେରିକାରେ ରହୁଥିବା ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଏବେ ରାଘବଙ୍କୁ ସମର୍ଥନ କରିଛନ୍ତି ।

ରାଘବ ଚଡ୍ଡା ଇନଷ୍ଟାଗ୍ରାମରେ ଭିଡିଓ ଜାରି କରି ଦଳକୁ ଜବାବ ଦେଇଛନ୍ତି । ରାଘବଙ୍କ ଗୋଟିଏ ଭିଡିଓରେ ପ୍ରିୟଙ୍କା ଚୋପ୍ରାଙ୍କ କମେଣ୍ଟ ଆସିଛି । ପ୍ରିୟଙ୍କା ସେହି ଭିଡିଓରେ କମେଣ୍ଟ କରିଛନ୍ତି ଯେଉଁଠି ରାଘବ ରାଜ୍ୟସଭାରେ ଉଠାଇଥିବା ପ୍ରସଙ୍ଗଗୁଡ଼ିକ ଉପରେ କହୁଛନ୍ତି । ଅନ୍ୟ ଭିଡିଓରେ ରାଘବ ନିଜ ଦଳ ଆମ ଆଦମି ପାର୍ଟିକୁ ଜବାବ ଦେଉଛନ୍ତି । ଏହାସହିତ ସେ କାହିଁକି ଚୁପ୍ ଅଛନ୍ତି ବୋଲି ମଧ୍ୟ କହିଛନ୍ତି ।


  • ଭିଡିଓରେ କଣ କହିଲେ ପିସି ?
ରାଘବଙ୍କୁ ଉପନେତା ପଦରୁ ହଟାଇବା ପରେ ରାଘବ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ କରିଥିଲେ ଏବଂ ଏଥିରେ ଲେଖିଥିଲେ ଯେ 'ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାରିନାହିଁ ।' ଏହି ଷ୍ଟୋରୀ ପରେ ରାଘବ ଆଉ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ରାଜ୍ୟସଭାରେ ବିଭିନ୍ନ ପ୍ରସଙ୍ଗ ଉଠାଇଥିବା ଉପରେ କହୁଛନ୍ତି । ଏହି ଭିଡିଓରେ କମେଣ୍ଟ କରି ପ୍ରିୟଙ୍କା ଏକ ରେଜିଂ ହ୍ୟାଣ୍ଡ ଇମୋଜି, ତାଳି ମାରିବା ଇମୋଜି ଓ ହାର୍ଟ ଇମୋଜି ସହିତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ପଢନ୍ତୁ ଏହି ଖବର: 'ଘାୟଲ ହୁଁ...ଇସଲିଏ ଘାତକ ହୁଁ', ଧୁରନ୍ଧର ଷ୍ଟାଇଲରେ AAP କୁ ଜବାବ ଦେଲେ ରାଘବ

  • AAPକୁ ରାଘବଙ୍କ କଡ଼ା ଜବାବ
ଏହି ଭିଡିଓ ବ୍ୟତୀତ ରାଘବ ଚଡ୍ଡା ଆଉ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ରାଘବ ଆପ୍ ଦ୍ଵାରା ଲଗାଯାଇଥିବା ଅଭିଯୋଗର ଜବାବ ଦେଇଛନ୍ତି । ଏହି ଭିଡିଓ ପୋଷ୍ଟ କରି କ୍ୟାପସନରେ ରାଘବ ଲେଖିଛନ୍ତି, "ମୁଁ କିଛି କହିବାକୁ ଚାହୁଁନଥିଲି, କିନ୍ତୁ ଯଦି ଚୁପ୍ ରହିଥାନ୍ତି ତେବେ ବାରମ୍ବାର କୁହାଯାଉଥିବା ମିଛ କଥାଗୁଡ଼ିକ ବି ସତ ଲାଗିବ ।" ରାଘବ ଭିଡିଓରେ ଆହୁରି କହିଛନ୍ତି, "ଯେଉଁ ଟିକସଦାତାଙ୍କ ଟଙ୍କାରେ ସଂସଦ ଚାଲୁଛି, ସେହି ଟିକସଦାତାଙ୍କ ମୁଦ୍ଦା ଉଠାଇବା ଲାଗି ମୁଁ ଏଠାକୁଆସିଛି । ଯେଉଁମାନେ ମିଥ୍ୟା ଅଭିଯୋଗ ଆଣୁଛନ୍ତି, ସବୁ ଅଭିଯୋଗର ପର୍ଦ୍ଦାଫାଶ କରାଯିବ । କାରଣ ମେଁ ଘାୟଲ ହୁଁ, ଇସଲିଏ ଘାତକ ହୁଁ ।" ଏଠାରେ କହିରଖୁଛୁ କି, ଆପ୍ ରାଜ୍ୟସଭା ଉପନେତା ପଦରୁ ରାଘବ ଚଡ୍ଡାଙ୍କୁ ହଟାଇ ଅଶୋକ କୁମାର ମିତ୍ତଲଙ୍କୁ ଦାୟିତ୍ଵ ଦେଇଛି ।

ଦେଖନ୍ତୁ ଏହି ଖବର: Raghab Chadha VS AAP । ରାଘବ ଚଢା କାହାର ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Raghav Chadha Demoted in Rajya Sabha, Priyanka Chopra Reacts | Argus News